ଗେହଲଟ-ପାଇଲଟ୍‌ ରାଜନୈତିକ ବିବାଦ: ରାଜ୍ୟପାଳଙ୍କୁ ହଟାଇବାକୁ ଦାବି

July 27, 2020, ଦେଶ, , Anupambharat News Bureau


ଗେହଲଟ-ପାଇଲଟ୍‌ ରାଜନୈତିକ ବିବାଦ:  ରାଜ୍ୟପାଳଙ୍କୁ ହଟାଇବାକୁ ଦାବି
Anupambharat News Bureau
July 27, 2020

ଜୟପୁର: ରାଜସ୍ଥାନରେ ଜାରି ରାଜନୈତିକ ସଂଗ୍ରାମରେ ଆଜି ୩ଟି ବଡ ଘଟଣା ଘଟିଛି । ବିଏସପି ବିଧାୟକଙ୍କ କଂଗ୍ରେସରେ ବିଲୟକୁ ନେଇ ଦାଖଲ ଯାଚିକା ହାଇକୋର୍ଟରେ ଖାରଜ ହୋଇ ଯାଇଛି । ଅନ୍ୟପଟେ ରାଜସ୍ଥାନ ହାଇକୋର୍ଟରେ ଜଣେ ଜନସ୍‌ାର୍ଥ ମାମଲା ଦାୟର କରି ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ପଦରୁ ହଟାଇବାକୁ ଦାବି କରାଯାଇଛି ।
ଏହା ବ୍ୟତୀତ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଦାବି କରିଛନ୍ତି । ସଚିନ ପାଇଲଟ୍‌ଙ୍କ ଗୋଷ୍ଠୀର ୩ ବିଧାୟକ କଂଗ୍ରେସକୁ ଫେରୁଛନ୍ତି । ରାଜ୍ୟପାଳଙ୍କୁ ହଟାଇବାକୁ ଦାବି । ରାଜସ୍ଥାନର ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ପଦରୁ ହଟାଇବା ପାଇଁ ସୋମବାର ରାଜସ୍ଥାନ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି ।
ଆବେଦନରେ କୁହାଯାଇଛି ରାଜ୍ୟପାଳ କଲରାଜ ମିଶ୍ର ସଚ୍ଚୋଟତାର ସହ ନିଜର ଦାୟିତ୍ୱ ନିର୍ବାହନ କରୁ ନାହାନ୍ତି । ଏହି ଯାଚିକା ଆଡଭୋକେଟ୍‌ ଶାନ୍ତନୁ ପାରିକ ଦାଖଲ କରିଛନ୍ତି । ଉଲ୍ଲେଖନୀୟ ରାଜସ୍ଥାନରେ ଅଶୋକ ଗେହଲଟଙ୍କ ସରକାର ବିଧାନସଭା ଅଧିବେଶନ ଡକାଇବାକୁ ଚାହୁଁଛନ୍ତି, ମାତ୍ର ରାଜ୍ୟପାଳ ଏହାର ଅନୁମତି ଦେଉ ନାହାଁନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ରାଜ୍ୟପାଳଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ପାଇଲଟ୍‌ଙ୍କ ଗୋଷ୍ଠୀର ୩ ବିଧାୟକ ଫେରିବେ । ସୂତ୍ର ଅନୁଯାୟୀ ଏହା ଦାବି କରାଯାଉଛି ସଚିନ ପାଇଲଟ୍‌ଙ୍କ ସହଯୋଗୀ ବିଧାୟକଙ୍କ ମଧ୍ୟରୁ ୩ ଜଣ ପୁନର୍ବାର ଅଶୋକ ଗେହଲଟଙ୍କ ଗୋଷ୍ଠୀକୁ ଫେରି ଆସିବେ ।
ହୋଟେଲ ଫେୟରମାଉଣ୍ଟରେ କଂଗ୍ରେସ ବିଧାୟକଙ୍କୁ ସମ୍ବୋଧିତ କରି କଂଗ୍ରେସ ନେତା ରଣଦୀପ ସୁରଜେୱାଲା କହିଛନ୍ତି ଆଗାମୀ ୪୮ ଘଣ୍ଟାରେ ୩ ବିଧାୟକ ଗେହଲଟଙ୍କ ଗୋଷ୍ଠୀକୁ ଫେରି ଆସିବେଛ ମାତ୍ର ଏହା ଉପରେ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ କୁହାଯାଇ ନାହିଁ ।
ହାଇକୋର୍ଟରେ ଆବେଦନ ଖାରଜ । ବିଏସପିର ୬ ବିଧାୟକ କଂଗ୍ରେସରେ ବିଲୟକୁ ନେଇ ଦାଖଲ ଯାଚିକା ହାଇକୋର୍ଟରେ ଖାରଜ ହୋଇ ଯାଇଛି । ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ଏହି ଆବେଦନକୁ ଆଧାରହୀନ ଦର୍ଶାଇଛନ୍ତି । ପୂର୍ବତନ ମନ୍ତ୍ରୀ ମଦନ ଦିଲାୱରଙ୍କ ପକ୍ଷରୁ ଦାଖଲ ଆବେଦନରେ କୁହାଯାଇଥିଲା k
ବିଧାନସଭା ବାଚସ୍ପତି ସିପି ଯୋଶୀ କଂଗ୍ରେସରେ ବିଲୟ ପାଇଁ ବିଏସପିର ୬ ବିଧାୟକଙ୍କୁ ଅଯୋଗ୍ୟ ବିବେଚିତ କରିବା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି । ଏହି ମାମଲାରେ ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ଆବେଦନ ଖାରଜ କରିଛନ୍ତି ।
ଏହି ମାମଲାରେ ବିଏସପି ମଧ୍ୟ ନିଜେ ପାର୍ଟି ଗଠନ ପାଇଁ ଆବେଦନ ଦାଖଲ କରିଥିଲା । ହେଲେ ହାଇକୋର୍ଟ ତାକୁ ମଧ୍ୟ ଖାରଜ କରିଛନ୍ତି । ରାଜ୍ୟପାଳ କଲରାଜ ମିଶ୍ର ରାଜସ୍ଥାନ ସରକାରଙ୍କୁ ଅଧିବେଶନ ଡକାଇବାକୁ ଅନୁମତି ପ୍ରଦାନ କରିଛନ୍ତି । ମାତ୍ର ସରକାରଙ୍କ ପାଇଁ ସର୍ତ୍ତ ମଧ୍ୟ ରଖିଛନ୍ତି । ଅଧିବେଶନ ୨୧ ଦିନିଆ ହେବା ସହ ସାମାଜିକ ଦୂରତା ନିୟମ ପାଳନ ଜରୁରୀ । ରାଜ୍ୟପାଳ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିଧାନସଭା ଅଧିବେଶନ ସମୟରେ ସାମାଜିକ ଦୂରତା ନିୟମ କିପରି ପାଳନ କରାଯିବ ।
ଏମିତି କୌଣସି ବ୍ୟବସ୍ଥା ରହିଛି ଯେଉଁଥିରେ ୨୦୦ ବିଧାୟକଙ୍କ ବ୍ୟତୀତ ୧୦୦୦ରୁ ଅଧିକ ଅଧିକାରୀ ଓ କର୍ମଚାରୀଙ୍କୁ ଏକତ୍ର କଲେ ମଧ୍ୟ ଯେମିତି କରୋନା ସଂକ୍ରମଣର ବିପଦ ନରହିବ । ଯଦି କାହାରିକୁ ସଂକ୍ରମଣ ହୁଏ ତେବେ ଏହା କେମିତି ରୋକାଯାଇ ପାରିବ । ଏହା ବ୍ୟତୀତ ଯଦି ଆସ୍ଥା ଭୋଟ୍‌ ହୁଏ ତେବେ ଏହାର ସିଧା ପ୍ରସାରଣ ହେବା ଜରୁରୀ । ଉଲ୍ଲେଖଯୋଗ୍ୟ, ରାଜସ୍ଥାନ ସରକାର ଜୁଲାଇ ୩୧ରେ ଅଧିବେଶନ ଡକାଇବାକୁ ଅନୁମତି ମାଗିଥିଲେ ।
କେବଳ ଏତିକି ନୁହେଁ ରାଜସ୍ଥାନ ସରକାର ରାଜ୍ୟପାଳଙ୍କ ଆପତ୍ତି ଉପରେ ନିଜର ଉତ୍ତର ମଧ୍ୟ ଉପସ୍ଥାପନ କରିବ । ରାଜସ୍ଥାନରେ ବିଧାନସଭା ଅଧିବେଶନ ଡକାଇବା ନେଇ ରାଜ୍ୟ ସରକାର ଓ ରାଜଭବନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ମାମଲା ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କଠାରେ ଅଭିଯୋଗ କରିଥିଲେ । ସୋମବାର ରାଜ୍ୟପାଳଙ୍କ କାର୍ଯ୍ୟକଳାପ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଫୋନ କରି କଥା ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେଶରେ ଜିଓମାର୍ଟ ଅନ୍‌ଲାଇନ୍‌ରେ ୫୦% କିରାଣୀ ଜିନିଷ ବିକି୍ର କରିଛି: ଗୋଲïମ୍ୟାନ୍‌

ଦେଶରେ ଜିଓମାର୍ଟ ଅନ୍‌ଲାଇନ୍‌ରେ ୫୦% କିରାଣୀ ଜିନିଷ ବିକି୍ର କରିଛି: ଗୋଲïମ୍ୟାନ୍‌

Read More...

୨୯ରେ ଭାରତକୁ ଆସିବ ରାଫେଲ୍‌

୨୯ରେ ଭାରତକୁ ଆସିବ ରାଫେଲ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page