କରୋନ ନାମରେ କେବଳ ଅର୍ଥ ଆତ୍ମସାତ୍‌, ପ୍ରଶାସନିକ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗ ମାଲାମାଲ୍‌

July 27, 2020, ଦେଶ, , Anupambharat News Bureau


କରୋନ ନାମରେ କେବଳ ଅର୍ଥ ଆତ୍ମସାତ୍‌,  ପ୍ରଶାସନିକ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗ ମାଲାମାଲ୍‌
Anupambharat News Bureau
July 27, 2020

ନୂଆଦିଲ୍ଲୀ: ଉଲ୍ଲେଖଥାଉକି ଦେଶର ବିଭିନ୍ନ ରାଜ୍ୟ ଗୁଡିକର ପୌର ନିଗମ ଦ୍ୱାରା ପରିଚାଳିତ ଏକ ହସ୍ପିଟାଲର ଜୁଲାଇ ୨୭ ରେ ହେମିବେନ ଚୋବାତିୟା ନାମ୍ନୀ ୭୦ ବର୍ଷୀୟା କୋଭିଡ ରୋଗୀଙ୍କୁ ଡ଼ିସ୍‌ଚାର୍ଜର୍ କରାଯାଇଥିଲା । ସୁରଟ ସହରର ପୁନାଠାରେ ତାଙ୍କ ଘର । ସେ କରୋନାକୁ ହରାଇବାରେ ସଫଳ ହୋଇଥିଲେ । ନମୁନା ରିପୋର୍ଟ ନେଗେଟିଭ୍‌ ଆସିବାରୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା । କି;ୁ ଘରେ ପହଞ୍ଚିବାର କେଇ ଘଣ୍ଟା ପରେ ସେ ଆଖି ବୁଜିଥିଲେ ।
ସିମର ହସ୍ପିଟାଲ କର୍ତ୍ତୃପକ୍ଷ ଏହି ଘଟଣା ପାଇଁ ଚକିତ ହୋଇ ପଡ଼ିଥିଲେ । କି;ୁ ରାଜ୍ୟରେ ଏହି ଘଟଣା ପ୍ରଥମ ନ ଥିଲା । ଦୁଇମାସ ପୂର୍ବେ ଅହମ୍ମଦାବାଦରେ ମଧ୍ୟ ଏକ ସମାନ ଘଟଣା ସାମ୍ନାକୁ ଆସିଥିଲା । ସିଭିଲ୍‌ ହସ୍ପିଟାଲରୁ କରୋନା ଚିକିତ୍ସା ପରେ ସୁସ୍ଥ ହୋଇଥିବା ଛଗନ ମକୱାନା (୬୭) ନାମକ ବ୍ୟକ୍ତିଙ୍କୁ ମୃତାବସ୍ଥାରେ ଏକ ବସ୍‌ ଷ୍ଟପ୍‌ରୁ ଉଦ୍ଧାର କରାଯାଇଥିଲା । ମେ ମାସ ମଧ୍ୟଭାଗରେ ଏହି ଘଟଣା ଘଟିଥିଲା । ଚିକିତ୍ସାରେ କୌଣସି ତ୍ରୁଟି ନ ଥିଲା । ତାଙ୍କଠାରେ କୌଣସି ବଡ଼ ରୋଗ ବି ନ ଥିଲା । ତଥାପି ସେ କେମିତି ପ୍ରାଣ ହରାଇଲେ, ତାହାକୁ ନେଇ ଚିକିତ୍ସକମାନେ ଚିନ୍ତାରେ ପଡ଼ିଥିଲେ । ଏହାକୁ ନେଇ ଖୋଳତାଡ଼ ଆରମ୍ଭ ବି କରିଥିଲେ । ଭୂତାଣୁ ଛାଡ଼ିବା ପରେ ବି ଶରୀର ପ୍ରତି ବିପଦ ଟଳୁନାହିଁ ।
ଏହା ରକ୍ତ ଜମାଟ ଭଳି ସମସ୍ୟା ଡାକିଆଣୁଛି, ଯାହା ଧୀରେ ଧୀରେ ରୋଗୀକୁ ମୃତ୍ୟୁମୁଖକୁ ଟାଣିନେଉଛି ବୋଲି ଚିକିତ୍ସକମାନେ ଜାଣିବାକୁ ପାଇଥିଲେ । ଗୁଜରାଟରେ କରୋନାର ଏଭଳି ଭୟଙ୍କର ରୂପ ମୃତ୍ୟୁ ହାର ବୃଦ୍ଧିର କାରଣ ସାଜିବ ବୋଲି ଆଶଙ୍କା କରାଯାଉଛି । ୬୮ ବର୍ଷୀୟ ଚିକିତ୍ସକ ତଥା କବି ଡ. ଦିଲୀପ ମୋଦିଙ୍କ କ୍ଷେତ୍ରରେ ବି ସମାନ ଘଟଣା ଘଟିଥିଲା । ତାଙ୍କର ଏକ୍ସ-ରେ ଓ ଅନ୍ୟାନ୍ୟ ରିପୋର୍ଟ ଠିକ୍‌ଠାକ୍‌ ଥିବା ଜୁଲାଇ ୧୫ରେ ଡାକ୍ତରମାନେ ତାଙ୍କ ପରିବାରକୁ ଜଣାଇଥିଲେ । କି;ୁ ସେହିଦିନ ସନ୍ଧ୍ୟାରେ ସେ ହଠାତ୍‌ ହୃଦ୍‌ଘାତରେ ପ୍ରାଣ ହରାଇଥିଲେ । ଗୁଜରାଟରେ ଏଭଳି ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସିବା ପରେ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ରାଜ୍ୟବାସୀ ବି ଭୟଭୀତ ହୋଇ ପଡ଼ିଛନ୍ତି । ଡାକ୍ତରମାନେ ଏବେ ଜନତାଙ୍କୁ କରୋନାଠାରୁ ଯଥାସାଧ୍ୟ ଦୂରେଇ ରହିବା ପାଇଁ ପରାମର୍ଶ ଦେଉଛନ୍ତି । କରୋନାର ପ୍ରଭାବ ଶରୀର ଉପରେ ଅନେକ ଦିନ ଧରି ରହୁଛି ।
ରିପୋର୍ଟ ନେଗେଟିଭ୍‌ ଆସିଲେ ବି ଶରୀର ଉପରେ ଭୂତାଣୁର ପ୍ରଭାବ ଲାଗିରହୁଛି ।କରୋନା ଭୂତାଣୁ ଶରୀରରୁ ଚାଲିଯିବା ପରେ ବି ଅତ୍ୟଧିକ ଜ୍ୱଳନ ଏବଂ ‘ହାଇପର୍‌ କ୍ଲଟିଙ୍ଗ୍‌’ ଭଳି ବିପଦ କିଛି ରୋଗୀଙ୍କଠାରେ ରହୁଛି । ରୋଗୀ କରୋନାରୁ ସୁସ୍ଥ ହେବାର କିଛି ସପ୍ତାହ ପର୍ଯ୍ୟନ୍ତ ହାଇପର କ୍ଲଟିଙ୍ଗ୍‌ ବା ରକ୍ତ ଜମାଟର ଭୟ ରହୁଛି ବୋଲି ଡାକ୍ତରମାନେ କହିଛନ୍ତି ।
କରୋନା ଭୂତାଣୁ ଶରୀରରେ ଅଧିକ ସମୟ ରହିବା ଦ୍ୱାରା କିଛି ରୋଗୀଙ୍କ ଆଭ୍ୟନ୍ତରୀଣ ଅଙ୍ଗ କ୍ଷତିଗ୍ରସ୍ତ ହେଉଛି । ଦୃଢ଼ ପ୍ରତିରୋଧକ କ୍ଷମତା ଥିବା ଲୋକମାନେ ଏହାର ପ୍ରଭାବକୁ ରୋକିବାରେ ସମର୍ଥ ହେଉଛନ୍ତି । କି;ୁ କିଛି ଲୋକ ଏହି ପ୍ରଭାବରୁ ନିଜକୁ ସୁରକ୍ଷିତ ରଖିପାରୁ ନାହାନ୍ତି । ଗୁଜରାଟ କୋଭିଡ ଟାସ୍କଫୋର୍ସରେ ଥିବା ପଲ୍ମୋନୋଲୋଜିଷ୍ଟ ଡ. ତୁଷାର ପଟେଲ କହିଛନ୍ତି, ଶରୀରରେ କରୋନା ଭୂତାଣୁ ଅଧିକ ସମୟ ରହିବା ଦ୍ୱାରା ଏହା ହୃ“ାତ, ମସ୍ତିଷ୍କାଘାତ ଭଳି ରୋଗ ସୃଷ୍ଟି କରି ରୋଗୀ ଜୀବନ ନେଇଯାଉଛି । ବରିଷ୍ଠ ଚିକିତ୍ସକ ଡ. ସୁଧେନ୍ଦୁ ପଟେଲ କହିଛନ୍ତି, ବିନୁଭାଇ ପାର୍ମର ନାମକ ଅବସରପ୍ରାପ୍ତ ପୁଲିସ ଅଧିକାରୀ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିଲେ ।
ତାଙ୍କର ନମୁନା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତାଙ୍କୁ ଡିସcାର୍ଜ କରାଯାଇଥିଲା । କି;ୁ ଡିସcାର୍ଜ ହେବାର ସପ୍ତାହେ ପରେ ମସ୍ତିଷ୍କାଘାତ ଯୋଗୁ ସେ ପ୍ରାଣ ହରାଇଥିଲେ । ରୋଗୀ ଜଣକ ସବୁବେଳେ ଚୁପcାପ୍‌ ରହୁଥିଲେ । ସେ ଅବସାଦ ଦେଇ ଗତି କରୁଥିବା ଆମେ ସନ୍ଦେହ କରିଥିଲୁ । କି;ୁ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ପରେ ଜାଣିବାକୁ ପାଇଥିଲୁ । ତାଙ୍କ ମୁତାବକ କରୋନା ଭୂତାଣୁ ଯିବା ପରେ ବି ଶରୀର ବିପଦମୁକ୍ତ ହେଉନାହିଁ । ଭୂତାଣୁର ଅବଶେଷାଂଶ ବି ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । ଏଭଳି ଅନେକ ଘଟଣା ଘଟିବା ପରେ ଆମେ ଏ ନେଇ ସ୍ପଷ୍ଟ ହୋଇଛୁ ବୋଲି ନ୍ୟୁରୋଫିଜିସିଆନ୍‌ ଡ. ଶାଲିନ ଶାହ କହିଛନ୍ତି ।
କୋଭିଡ ଟାସ୍କଫୋର୍ସରେ ଥିବା ସଂକ୍ରମଣ ରୋଗ ବିଶେଷଜ୍ଞ ଡ. ଅତୁଲ ପଟେଲ କହିଛନ୍ତି, କରୋନା ଭୂତାଣୁ ସମ୍ପୂର୍ଣ୍ଣ ନୂଆଛ ଦୀର୍ଘମିଆଦୀ ଭାବେ ଏହା କେଉଁଭଳି ଭାବେ ମନୋଭାବ ପରିପ୍ରକାଶ କରୁଛି କିମ୍ବା ଏହାର ମତିଗତି କ’ଣ, ତାହା ବୁଝାପଡୁ ନାହିଁ । ଏଥିପାଇଁ ବ୍ୟାପକ ଅଧ୍ୟୟନର ଆବଶ୍ୟକତା ରହିଛି । ତେବେ କ୍ଲଟିଙ୍ଗ୍‌(ରକ୍ତ ଜମାଟ)ର ଶିକାର ହେଉଥିବା ରୋଗୀମାନେ କରୋନାରୁ ସୁସ୍ଥ ହେବା ପରେ ବି ସେମାନଙ୍କର ଚିକିତ୍ସା ଜାରି ରହିବା ଆବଶ୍ୟକ । ସେମାନଙ୍କଠାରେ ସୃଷ୍ଟି ହେଉଥିବା ଅନ୍ୟ ରୋଗର ପ୍ରତିକାର ହେଲେ ଜୀବନ ରକ୍ଷା କରାଯାଇ ପାରିବ । ନିୟମିତ ବ୍ୟବଧାନରେ ଏଭଳି ରୋଗୀଙ୍କର ଡି-ଡାଇମର୍‌ ସେଲ୍‌ ସ୍ତର ଯାଞ୍ଚ କରାଯିବା ଜରୁରି । ଉଲ୍ଲେଖଯୋଗ୍ୟ, ଗୁଜରାଟରେ ଏ ପର୍ଯ୍ୟନ୍ତ ମୋଟ ୫୪ ହଜାର ୬୨୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୩୦୦ ଜଣ ପ୍ରାଣ ହରାଇଛନ୍ତି ଏବଂ ସୁସ୍ଥ ହୋଇଛନ୍ତି ୩୯,୬୩୧ । ୧୨, ୬୯୫ ଜଣ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ଲାଜମା ମାଗୁଛି ସ୍ୱାସ୍ଥ୍ୟ ବିଭାଗ

ପ୍ଲାଜମା ମାଗୁଛି ସ୍ୱାସ୍ଥ୍ୟ ବିଭାଗ

Read More...

କରୋନାର ପ୍ରଧାନ ଲକ୍ଷଣ ଜ୍ୱର ନୁହେଁ କାଶ, କ୍ଳାନ୍ତପଣ

କରୋନାର ପ୍ରଧାନ ଲକ୍ଷଣ ଜ୍ୱର ନୁହେଁ କାଶ, କ୍ଳାନ୍ତପଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page