ବିରୋଧୀଙ୍କୁ ଉଦ୍ଧବ ଠାକରେଙ୍କ ଆହ୍ୱାନ ସାହସ ଅଛିତ ସରକାର ଭାଙ୍ଗ

July 26, 2020, ଦେଶ, , Anupambharat News Bureau


ବିରୋଧୀଙ୍କୁ ଉଦ୍ଧବ ଠାକରେଙ୍କ ଆହ୍ୱାନ ସାହସ ଅଛିତ ସରକାର ଭାଙ୍ଗ
Anupambharat News Bureau
July 26, 2020


ମୁମ୍ବାଇ : ମହାରାଷ୍ଟ୍ରରେ ସରକାର ଭାଙ୍ଗିବା ନେଇ ହେଉଥିବା କଥିତ ଷଡ଼ଯନ୍ତ୍ର ସମ୍ପର୍କରେ କଡ଼ା ମନୋଭାବ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସେ କହିଛନ୍ତି ଯେ ରାଜ୍ୟରେ ମହା ବିକାଶ ଅଘାଡ଼ିର ୩ ଚକିଆ ସରକାର ରହିଛି ସତ, ମାତ୍ର ଷ୍ଟିଅରିଂ ମୋ ହାତରେ ରହିଛି । କାହାର ସାହସ ଅଛି ସରକାର ଭାଙ୍ଗିବାକୁ ସେ ଭାଙ୍ଗି ଦେଖା;ୁ ବୋଲି କହିଛନ୍ତି ଉଦ୍ଧବ । ନିଜର ୬୦ତମ ଜନ୍ମଦିନ ରବିବାର ପାଳନ ଅବସରରେ ଦଳୀୟ ମୁଖପତ୍ର ‘ସାମନା’କୁ ଏକ ସାକ୍ଷାତକାର ଦେଇ କହିଛନ୍ତି ଯେ ମୋ ସରକାରର ଭବିଷ୍ୟତ ବିରୋଧୀଙ୍କ ହାତରେ ନାହିଁ । ଷ୍ଟିଅରିଂ ମୋ ହାତରେ ଅଛି । ତିନି ଚକିଆ ବାହନ (ଅଟୋରିକ୍ସା) ଗରିବ ଲୋକଙ୍କ ବାହନ ଓ ମୁଁ ସେଥିରେ ଡ଼୍ରାଇଭର, ଅନ୍ୟ ଦୁହେଁ ପଛ ସିଟରେ ବସିଛନ୍ତି ବୋଲି ଉଦ୍ଧବ କହିଛନ୍ତି । ସେ କହିଛନ୍ତି ଯେ ସେପେଫମ୍ବର-ଅକେଫାବରରେ ସରକାର ଭାଙ୍ଗିବା ନେଇ କିଛି ଚର୍ଚା ହେଉଛି । ଯେଉଁମାନେ ମୋ ସରକାର ଭାଙ୍ଗିବାକୁ ଚାହୁଁଛନ୍ତି ସେମାନେ ଆଜି ଭାଙ୍ଗ;ୁ । କିଛି ଲୋକଙ୍କ ଗଢ଼ିବାରେ ଆନନ୍ଦ ମିଳେ, କିଛି ଲୋକଙ୍କୁ ଭାଙ୍ଗିବାରେ । ଯେଉଁମାନଙ୍କୁ ଭାଙ୍ଗିବାରେ ଖୁସି ମିଳୁଛି ସେମାନେ ସେପରି କର;ୁ ବୋଲି କହିଛନ୍ତି ଉଦ୍ଧବ । ବିରୋଧୀ ବିଜେପି ନାଁ ନ ନେଇ ସେ କହିଛନ୍ତି ଯେ ଅବଶ୍ୟ ମୋ ସରକାରର ୩ଟି ଚକରେ ଚାଲିଛି । ମାତ୍ର ତାହା ସଠିକ ଦିଗରେ ଗତି କରୁଛି, ଏହା ସତ୍ତେ୍ୱ ଆପଣମାନଙ୍କ ପେଟରେ କାହିଁକି କଷ୍ଟ ହେଉଛି ? ଏହି ଅବସରରେ ସେ ଅହମ୍ମଦାବାଦ-ମୁମ୍ବାଇ ବୁଲେଟ୍‌ ଟ୍ରେନ୍‌ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ନିଶାଣ କରିଥିଲେ । ଯେଉଁ ପ୍ରକଳ୍ପଗୁଡ଼ିରେ ସାଧାରଣ ଲୋକ ଲାଭବାନ ହେବେ ନାହିଁ ସେପରି ପ୍ରକଳ୍ପକୁ ବନ୍ଦ କରିଦେବା ଆବଶ୍ୟକ ବୋଲି କହିଥିଲେ । ଏହାଛଡ଼ା ତାଙ୍କର କଂଗ୍ରେସ ଓ ଶରଦ ପାୱାରଙ୍କ ସହ ଭଲ ତାଳମେଳ ଅଛି ଏବଂ ସରକାର ପୁରା ଅବଧି ପୂର୍ଣ କରିବ ବୋଲି ସେ କହିଥିଲେ । ତେବେ ରାଜ୍ୟର ଆର୍ଥିକ ସ୍ଥିତି ଠିକ୍‌ ନ ଥିବା ଶ୍ରୀ ଠାକରେ ସ୍ୱୀକାର କରିଥିଲେ । ସେ କହିଥିଲେ ଯେ କରୋନା ଯୋଗୁଁ ସାରା ବିଶ୍ୱ ସଙ୍କଟଜନକ ସ୍ଥିତିରେ ଗତି କରୁଛି । ଏପରି ସମୟରେ ସେ ଲୋକମାନଙ୍କୁ ପ୍ରଲୋଭିତ କରିବା ପରି ରିହାତି ଘୋଷଣା ନ କରିବାକୁ ଓ ଏହା ସହ ଚୀନ ନିବେଶ ସମ୍ପର୍କରେ ସ୍ପଷ୍ଟ ନୀତି ପ୍ରଣୟନ ପାଇଁ କେନ୍ଦ୍ରକୁ ଅନୁରୋଧ କରିଥିବା କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିଶ୍‌ କ୍ଷମତାସୀନ ଏମବିଏ (ମହା ବିକାଶ ଅଘାଡ଼ି) ସରକାରକୁ ୩ ଚକିଆ ଅଟୋରିକ୍ସା ସହ ତୁଳନା କରି ଏହାର ସ୍ଥିରତା ଓ ଭବିଷ୍ୟତ ନେଇ ସନ୍ଦେହପ୍ରକଟ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନାର ପ୍ରଧାନ ଲକ୍ଷଣ ଜ୍ୱର ନୁହେଁ କାଶ, କ୍ଳାନ୍ତପଣ

କରୋନାର ପ୍ରଧାନ ଲକ୍ଷଣ ଜ୍ୱର ନୁହେଁ କାଶ, କ୍ଳାନ୍ତପଣ

Read More...

କାରଗିଲ ବିଜୟକୁ ୨୧ ବର୍ଷ

କାରଗିଲ ବିଜୟକୁ ୨୧ ବର୍ଷ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page