କଳାହାଣ୍ଡି ଡେପୁଟି କଲେକଫର ନିଲମ୍ବିତ

July 26, 2020, ଓଡ଼ିଶା, , Anupambharat News Bureau


କଳାହାଣ୍ଡି ଡେପୁଟି କଲେକଫର ନିଲମ୍ବିତ
Anupambharat News Bureau
July 26, 2020

ଭୁବନେଶ୍ୱର, ୨୬ା୭(ଅନୁପମ ମିଡ଼ିଆ):କଳାହାଣ୍ଡି ଜିଲ୍ଲାର ଡେପୁଟି କଲେକଫର ଅନିଶା ଦାସଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ଏହାପୂର୍ବରୁ ସେ ବେତନଟି ତହସିଲଦାର ଭାବେ ନିଯୁକ୍ତ ଥିଲେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏସମ୍ପର୍କରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ବେତନଟି ତହସିଲଦାର ଭାବେ କାର୍ଯ୍ୟରତ ଥିବା ବେଳେ ଅନିଶା ଦାସ ମୋରମ ବୋଝେଇ ଟ୍ରକକୁ ବିନା ଫାଇନରେ ଥାନାରୁ ଛାଡି ଦେବା ପାଇଁ ବାଲିମାଫିଆଙ୍କ ସହିତ ଡିଲ ଚାଲିଥିବା ନେଇ ଅଭିଯୋଗ ହୋଇଥିଲା । ବାଲିମାଫିଆ, ଦଲାଲ ଏବଂ ତହସିଲଦାର କଥା ହେଉଥିବାର ଅଡିଓ ଟେପରେ ଲକ୍ଷେ ଟଙ୍କା ଦେଲେ ମୋରମ ବୋଝେଇ ଟ୍ରକକୁ ବିନା କୌଣସି ଫାଇନରେ ଛାଡିଦିଆଯିବ ବୋଲି ଦଲାଲ ଅଭିଜିତ ମହଲ ବାଲିମାଫିଆଙ୍କୁ ପ୍ରତିଶ୍ରୁତି ଦେଉଥିଲେ । ପୋଲିସ ଏହି ଘଟଣାରେ ଦଲାଲ ଅଭିଜିତ ମହଲକୁ ଗିରଫ କରିଥିଲା । ଆଉ ବେତନଟି ତହସିଲଦାର ଅନିଶା ଦାସଙ୍କୁ କଳାହାଣ୍ଡିକୁ ବଦଳି କରିଦିଆଯାଇଥିଲା । ତେବେ ଆଜି ଅନିଶାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ଏହାସହ ଜିଲ୍ଲାପାଳଙ୍କ ବିନାଅନୁମତିରେ ମୁଖ୍ୟାଳୟ ନଛାଡିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନୋ ମ୍ୟାନ୍‌ ଲ୍ୟାଣ୍ଡରେ ୨୦ କିମି ରାସ୍ତା ନିର୍ମାଣ କଲା ଚୀନ୍‌

ନୋ ମ୍ୟାନ୍‌ ଲ୍ୟାଣ୍ଡରେ ୨୦ କିମି ରାସ୍ତା ନିର୍ମାଣ କଲା ଚୀନ୍‌

Read More...

ଅଜସ୍ର ଅର୍ଥ ଖର୍ଚ୍ଚ ହେଉଛି, ତଥାପି ମୁଣ୍ଡ ପରେ ମୁଣ୍ଡ ଗଡ଼ୁଛି

ଅଜସ୍ର ଅର୍ଥ ଖର୍ଚ୍ଚ ହେଉଛି, ତଥାପି ମୁଣ୍ଡ ପରେ ମୁଣ୍ଡ ଗଡ଼ୁଛି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page