ବଞ୍ଚିବା ପାଇଁ କ’ଣ ଧର୍ମ ପରିବର୍ତ୍ତନ ଆବଶ୍ୟକ ?

July 26, 2020, ଦେଶ, , Anupambharat News Bureau


ବଞ୍ଚିବା ପାଇଁ କ’ଣ ଧର୍ମ ପରିବର୍ତ୍ତନ ଆବଶ୍ୟକ ?
Anupambharat News Bureau
July 26, 2020

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଅଧିନିୟମ(ସିଏଏ) ଅନେକ ଆଫଗାନ ଓ ରୋହିଙ୍ଗ୍ୟା ମୁସଲିମ ଶରଣାର୍ଥୀଙ୍କୁ ଖ୍ରୀଷ୍ଟିୟାନ ଧର୍ମ ଆପଣାଇ ପାଇଁ ପ୍ରେରିତ କରିଛି, ଯଦ୍ୱାରା ସେମାନେ ଭାରତର ନାଗରିକତା ହାସଲ କରି ପାରିବେ । କେନ୍ଦ୍ରୀୟ ଏଜେନ୍ସି ମାମଲା ଉପରେ ନଜର ରଖୁଥିବା ଅଧିକାରୀ ଏନେଇ କେନ୍ଦ୍ର ସରକାରଙ୍କୁ ସତର୍କ କରାଇଛନ୍ତି ।
ଜୈନକ ଅଧିକାରୀ କହିଛନ୍ତି ଆଫଗାନ ମୁସଲମାନ ଖ୍ରୀଷ୍ଟିୟାନ ଧର୍ମ ବଦଳାଇବାର ପ୍ରାୟ ୨୫ଟି ମାମଲା ଏଜେନ୍ସି ଦ୍ୱାରା ଚିହ୍ନଟ ହୋଇଛି । କାରଣ ସିଏଏ ଅନୁଯାୟୀ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ ଏହି ତିନୋଟି ଦେଶରେ ନିର୍ଯାତିତ ସଂଖ୍ୟା ଲଘୁ ହିନ୍ଦୁ, ଜୈନ, ଶିଖ, ବୌଦ୍ଧ, ଖ୍ରୀଷ୍ଟିୟାନ ଓ ପାର୍ସିର ନାଗରିକଙ୍କୁ ଭାରତରେ ନାଗରିକତା ପ୍ରଦାନ କରାଯିବ । ସିଏଏ ଗତବର୍ଷ ସଂସଦରେ ପାରିତ ହୋଇଥିଲା ଏବଂ ଚଳିତ ବର୍ଷ ଜାନୁଆରୀ ୧୦ରେ ଏହା ଆଇନ୍‌ରେପରିଣତ ହୋଇଥିଲା ।
ଏହା ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନର ଅଣ ମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ଗ୍ରହଣ କରିବା ପାଇଁ ଆବେଦନ କରିବାକୁ ଅନୁମତି ପ୍ରଦାନ କରୁଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଦ୍ୟାବଧି ୨୦୧୯ ପାଇଁ ନିୟମକୁ ଅଧିସୂଚିତ କରି ନାହିଁ । ଦକ୍ଷିଣ ଦିଲ୍ଲୀରେ ଏକ ଆଫଗାନ ଚର୍ଚ୍ଚର ପ୍ରମୁଖ ଆଦିବ ଅହମ୍ମଦ ମ୍ୟାକ୍ସେୱଲ୍‌ ଏକ ଦୈନିକ ଇଂରାଜୀ ଖବରକାଗଜକୁ କହିଛନ୍ତି ସିଏଏ ଯୋଗୁଁ ଏବେ ଆଫଗାନ ମୁସଲିମ ଖ୍ରୀଷ୍ଟିୟାନ ଧର୍ମରେ ଦୀକ୍ଷିତ ହେବା ମାମଲା ବଢିବାରେ ଲାଗିଛି । ୩୪ ବର୍ଷୀୟ ମ୍ୟାକ୍ସେୱଲ୍‌ ୨୧ ବର୍ଷ ବୟସରେ ଭାରତ ଆସିଥିଲେ । ତାଙ୍କ ମାତା-ପିତା ସୁନ୍ନି ମୁସଲମାନ ଅଟନ୍ତି ଏବଂ ଆଫଗାନିସ୍ତାନର ରାଜଧାନୀ କାବୁଲରେ ବସବାସ କରନ୍ତି । ସେ କହିଛନ୍ତି ଅଧିକାଂଶ ଆଫଗାନ ଶରଣାର୍ଥୀ ମିଳିତ ଜାତିସଂଘ ଉଚ୍ଚାୟୋଗ(ୟୁଏନ୍‌ଏଚ୍‌ସିଆର୍‌) ଆଧାରରେ ଶରଣାର୍ଥୀ ପାଇଁ ଆବେଦନ କରିଥାନ୍ତି । ଅଧିକାରୀଙ୍କ ତଥ୍ୟ ଅନୁଯାୟୀ ଦିଲ୍ଲିରେ ଏକ ଲକ୍ଷ ୫୦ ହଜାରରୁ ଏକ ଲକ୍ଷ ୬୦ ହଜାର ମଧ୍ୟରେ ଆଫଗାନ ମୁସଲମାନ ରହୁଛନ୍ତି ।
ମୁଖ୍ୟତଃ ରାଜଧାନୀର କୈଳାସ, ଲାଜପତନଗର, ଅଶୋକ ନଗର ଓ ଆଶ୍ରମରେ ଏହି ସଂପ୍ରଦାୟର ବ୍ୟକ୍ତିମାନେ ବସବାସ କରୁଛନ୍ତି । ଏହି ସମୁଦାୟର ଲୋକ ନିକଟରେ ଭାରତୀୟ ଏଜେନ୍ସିଙ୍କୁ ଆଫଗାନରେ ଶିଖ ନିଦାନ ସିଂହ ସଚଦେବାଙ୍କୁ ଖୋଜିବା ପାଇଁ ସାହାଯ୍ୟ କରିଥିଲେ ।ତାଙ୍କୁ ତାଲିବାନ ଆତଙ୍କବାଦୀ ପୂର୍ବ ଆଫଗାନିସ୍ତାନ ପ୍ରାନ୍ତରୁ ଅପହରଣ କରି ନେଇଥଲେ । ସିଂହ ଆଫଗାନିସ୍ତାନରେ ଏକ ଗୁରଦ୍ୱାରରେ ସାମୁଦାୟିକ ସେବା କରିବାକୁ ଯାଇଥିଲେ । ଏହା ବ୍ୟତୀତ ଅଧିକାରୀ ସୂଚନା ଅନୁଯାୟୀ ପୂରା ଭାରତରେ ପ୍ରାୟତଃ ୪୦ ହଜାର ରୋହିଙ୍ଗ୍ୟା ମୁସଲମାନ ବସବାସ କରୁଛନ୍ତି । ଏମାନଙ୍କ ସଂଖ୍ୟା ଜାମ୍ମୁ ଓ କାଶ୍ମୀରରେ ସର୍ବାଧିକ ରହିଛି । ଏହି ସଂପ୍ରଦାୟର ପ୍ରବାସୀଙ୍କ ଏକ ବଡ ସଂଖ୍ୟା ୨୦୧୨ ପୂର୍ବରୁ ଭାରତରେ ରହି ଆସିଛନ୍ତି ଏବଂ ଏବେ ଖ୍ରୀଷ୍ଟିୟାନ ଧର୍ମ ଆପଣାଇ ବାଂଲାଦେଶର ନାଗରିକ ହୋଇଥିବା ଦାବି କରୁଛନ୍ତି ।
ଉଲ୍ଲେଖନୀୟ ରୋହିଙ୍ଗା ମୂଳତଃ ମିଆଁମାରର ରାଖୀନ ପ୍ରାନ୍ତର ଅଧିବାସୀ ।୨୦୧୧ ଶେଷ ଆଡକୁ ମିଆଁମାରର ସଶସ୍ତ୍ର ବଳଙ୍କ ଦ୍ୱାରା ଉତ୍ପୀଡନ ପରେ ସେମାନଙ୍କ ଭାରତ ପଳାୟନ ଆରମ୍ଭ ହୋଇଥିଲା । ଆଫଗାନ ଚର୍ଚ୍ଚର ଜଣେ ସଦସ୍ୟ ଅଜିଜ୍‌ ସୁଲତାନୀ କହିଛନ୍ତି ଆମେ ଭାରତରେ ଅନେକ ଚର୍ଚ୍ଚର ସମର୍ଥନରେ ବିରୋଧ ଅଭିଯାନକୁ ସମର୍ଥନ ଦେଇଛୁ । ସୂଚନାଯୋଗ୍ୟ, ଗତ ଛଅ ବର୍ଷରେ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ୪୦୦୦ ଲୋକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇଛି ।
ଗୃହ ମନ୍ତ୍ରଣାଳୟ ଅନୁଯାୟୀ ୨୦୧୪ରେ ବାଂଲାଦେଶରେ ସୀମା ରାଜିନାମା ପରେ ଭାରତରେ ବାଂଲାଦେଶର ୫୦ରୁ ଅଧିକ ପରିକ୍ଷେତ୍ରକୁ ସାମିଲ କରାଯିବା ପରେ ପ୍ରାୟତଃ ୧୪୮୬୪ ବାଂଲାଦେଶୀ ନାଗରିକଙ୍କୁ ଭାରତୀୟ ନାଗରିକତା ମଧ୍ୟ ଦିଆଯାଇଛି । ସଂଶୋଧିତ ଆଇନ ଅନୁଯାୟୀ, ତିନି ପଡୋଶୀ ଦେଶର ଛଅ ସଂଖ୍ୟାଲଘୁ ସମୁଦାୟ ଯଥା ହିନ୍ଦୁ, ଶିଖ, ବୌଦ୍ଧ, ପାର୍ସି, ଜୈନ ଓ ଖ୍ରୀଷ୍ଟିୟାନର ଧାର୍ମିକ ଆଧାରରେ ଉତ୍ପୀଡିନ ନାଗରିକଙ୍କୁ ଭାରତୀୟ ନାଗରିକତା ପାଇଁ ଆବେଦନ କରିବାକୁ ଯୋଗ୍ୟ । ମାତ୍ର ଆଇନ ଅନୁଯାୟୀ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଯେଉଁମାନେ ଭାରତକୁ ଆସିଥିଲେ, ସେମାନଙ୍କୁ ହିଁ ନାଗରିକତା ପ୍ରଦାନ କରାଯାଇ ପାରିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସରକାର କ’ଣ ବନ୍ଦ କରିବେ ସରକାରୀ ସ୍କୁଲ ? ପିଲାଙ୍କ ପ୍ରଥମ ପସନ୍ଦ ଘରୋଇ ଶିକ୍ଷାନୁଷ୍ଠାନ

ସରକାର କ’ଣ ବନ୍ଦ କରିବେ ସରକାରୀ ସ୍କୁଲ ? ପିଲାଙ୍କ ପ୍ରଥମ ପସନ୍ଦ ଘରୋଇ ଶିକ୍ଷାନୁଷ୍ଠାନ

Read More...

ଅଗଷ୍ଟ ୧ରୁ ଖୋଲିବ ସିନେମା ହଲ୍‌

ଅଗଷ୍ଟ ୧ରୁ ଖୋଲିବ ସିନେମା ହଲ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page