ପିଲାଙ୍କ ଅନଲାଇନ ପାଠ: ଗାଇ ବିକି ସ୍ମାର୍ଟ ଫୋନ୍‌ କିଣିଲେ ଗରୀବ ବାପା

July 24, 2020, ଦେଶ, , Anupambharat News Bureau


ପିଲାଙ୍କ ଅନଲାଇନ ପାଠ:  ଗାଇ ବିକି ସ୍ମାର୍ଟ ଫୋନ୍‌ କିଣିଲେ ଗରୀବ ବାପା
Anupambharat News Bureau
July 24, 2020

ହିମାଞ୍ଚଳ ପ୍ରଦେଶ: ଅଭାବୀଙ୍କ ପାଇଁ ଆନେକ ଯୋଜନା, କି;ୁ ହିତାଧୀକାରୀ ଚୟନରେ ଯଦି ପ୍ରିୟାପ୍ରିତି ଏବଂ ତ୍ରୁଟି ହୁଏ ତେବେ ବିକାଶ କଥା ଭାବିବା କିପରି ? କରୋନା ଜନୀତ ଅସାଧାରଣ ପରିସ୍ଥିତିରେ ସ୍କୁଲ- କଲେଜ ବନ୍ଦ ।
ଅନଲାଇନ ପାଠ ପଢା ଉପରେ ଶିକ୍ଷାନୁଷ୍ଠାନ ଓ ସରକାରଙ୍କ ଫୋକସ ଛପାଠ ପଢା ବି ଚାଲିଛି ଅନଲାଇନ୍‌ରେ । କି;ୁ ସେଥିଲାଗି ସମସ୍ତଙ୍କ ପାଖରେ ଅଛିକି ସର୍ବନିମ୍ନ ସୁବିଧା ? ସ୍ମାର୍ଟ ଫୋନ୍‌ , ଇଣ୍ଟରନେଟ ଆଉ କମ୍ପ୍ୟୁଟର ଅଛିକି ପିଲାଙ୍କ ପାଖରେ ? ସବୁ ଅଭିଭାବକଙ୍କ ପାଖରେ ଅଛି କି ସାମର୍ଥ୍ୟ ?
ଯୋଜନାର ତ୍ରୁଟି ଏବଂ ଯଥାର୍ଥ ହିତାଧିକାରୀଙ୍କ ସ୍ୱାର୍ଥ ପ୍ରତି ଦାୟିତ୍ୱ ଅଧିକାରୀ ଏବଂ ଯୋଜନା ରୂପାୟନକାରୀଙ୍କ ଅବହେଳାରୁ ଅନେକ ଅଭାବୀ ଭୋଗୁଛନ୍ତି ଯନ୍ତ୍ରଣା । ହିମାଚଳ ପ୍ରଦେଶର କଙ୍ଗ୍ରା ଜିଲ୍ଲା ଅନ୍ତର୍ଗତ ଜ୍ୱାଲାମୁଖୀ ବିଧାନସଭା କ୍ଷେତ୍ର୍ରର ଜଣେ କ୍ଷୁଦ୍ର ତଥା ନାମମାତ୍ର ଚାଷୀଙ୍କ ଦୁଃଖ ଜାଣିଲେ ଶାସନ ଓ ବ୍ୟବସ୍ଥା ନେଇ ମନରେ ନିଶ୍ଚୟ କ୍ଷୋଭ ଆସିବ । ନିଜର ଦୁଇ ପିଲାଙ୍କ ଅନଲାଇନ ପାଠ ଲାଗି ବିଚରା ବାପ ତାର ଦୁଧିଆଳି ଗାଈକୁ ମାତ୍ର ୬ ହଜାର ଟଙ୍କାରେ ବିକିବାକୁ ବାଧ୍ୟ ହେଲା । କାରଣ ପିଲାଙ୍କ ପଢିବା ଲାଗି ସ୍ମାର୍ଟ ଫୋନ ଦରକାର ।
ଆଉ ତାହା କିଣିବାକୁ ଅଭାବୀ ବାପ ପାଖରେ ଟଙ୍କା ନଥିଲା । ବ୍ୟାଙ୍କ କିମ୍ବା ସମବାୟ ସମିତି କିମ୍ବା କେହି ବି ଋଣ କିମ୍ବା ଉଧାର ଦେଲେ ନି । ଗାଈ ଟିକୁ ବିକିବା ଛଡା ଆଉ କିଛି ବାଟ ନଥିଲା । ଦି ଟ୍ରିବ୍ୟୁନ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜ୍ୱାଲାମୁଖୀ ଅନ୍ତର୍ଗତ ଗୁମର ଗାଁର ଏହି ଅଭାବୀ ଲୋକଟି ହେଲେ କୁଲଦୀପ କୁମାର । ଗତ ମାର୍ଚ୍ଚରେ କରନୋ ଗାଇଡଲାଇନ୍ସ କାରଣରୁ ପିଲାଙ୍କ ସ୍କୁଲ ବନ୍ଦ ହେଲା । ତାପରେ ଅନଲାଇନ କ୍ଲାସ ଆରମ୍ଭ କରିଦେଲା ସ୍କୁଲ । କୁଲଦୀପଙ୍କ ଦୁଇ ସନ୍ତାନ ଯଥାକ୍ରମେ ଦ୍ୱିତୀୟ ଓ ଚତୁର୍ଥ ଶ୍ରେଣୀରେ ପଢନ୍ତି ।
ସ୍କୁଲ ପକ୍ଷରୁ ଅନଲାଇନ ପାଠ ପଢା ଯୋଗୁଁ ପିଲାଙ୍କ ଲାଗି ଏକ ସ୍ମାର୍ଟ ଫୋନ୍‌ ନିହାତି ଦରକାର ହେଲା । ବିଚରା ଅଭାବୀ କୁଲଦୀପଙ୍କ ପାଖରେ ସେଥିପାଇଁ ଟଙ୍କା ନଥିଲା । ଟଙ୍କା ଯୋଗାଡ ଲାଗି ବ୍ୟାଙ୍କ, ଘରୋଇ ଅର୍ଥ ଲଗାଣକାରୀ, ସମସ୍ତଙ୍କୁ ଋଣ ପାଇଁ ଅନୁରୋଧ କରି ବି କୁଲଦୀପ ନିରାଶ ହେଲେ । ତାଙ୍କର ଦୁର୍ବଳ ଆର୍ଥୀକ ସ୍ଥିତି ଲାଗି କେହି ଟଙ୍କା ଦେଲେନି । କୁଲଦୀପ ବାଧ୍ୟ ହେଲେ ତାଙ୍କର ରୋଜଗାରିଆ ଆଉ ଦୁଧିଆଳି ଗାଈ ଟିକୁ ବିକିବାକୁ ଛ ମାତ୍ର ୬ ହଜାର ଟଙ୍କାରେ ଗାଈ ବିକିଲେ ଆଉ ଦୁଇ ପିଲାଙ୍କ ପାଠ ପଢା ଲାଗି କିଣିଲେ ସ୍ମାର୍ଟ ଫୋନ୍‌ ।
ଆହୁରି ଦୁଃଖଦ ହେଲା ଗରିବ କୂଲଦୀପ ଏକ ଝାଟିମାଟିର ଘରେ ରୁହନ୍ତି । କି;ୁ ତାଙ୍କର ବିପିଏଲ କାର୍ଡ ନାହିଁ । ଆଇଆରଡିପି ଯୋଜନାରେ ବି ତାଙ୍କ ନାମ ନାହିଁ । ତାହାହେଲେ ଯୋଜନା ସବୁ କାହା ପାଇଁ ? ପରବର୍ତ୍ତୀ ସମୟରେ ଗଣମାଧ୍ୟମରୁ ଖବର ପାଇ ବିଧାୟକ ମହାଶୟ ଏଥିଲାଗି ପଦକ୍ଷେପ ନେବେ ଓ ପ୍ରାଶାସନୀକ ଅଧିକାରୀଙ୍କୁ କହିବେ ବୋଲି କହିଛନ୍ତି ।
କି;ୁ ତାହା କେବେ ? ହିମାଚଳ ପ୍ରଦେଶର କୂଲଦୀପଙ୍କ ଭଳି ସାରା ଦେଶରେ ଅନେକ ଅଭାବୀ ଓ ଆମ ରାଜ୍ୟ ଓଡ଼ିଶାରେ ବି । କିଏ ସାମ୍ନାକୁ ଆସୁଛି ତ କିଏ ଯନ୍ତ୍ରଣାରେ ଷଢୁଛି । ଏହାର ସମାଧାନ କେଉଁଠି ? ସମାଜର ଏହି ଅବହେଳିତଙ୍କୁ ବାଦ ଦେଇ ସମୃଦ୍ଧ ଏବଂ ବିକଶିତ ଭାରତ ସମ୍ଭବ କି ?





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପଜିଟିଭ ବୃଦ୍ଧି ନେଇ ଆତଙ୍କିତ ହୁଅନ୍ତୁ ନାହିଁ ଜିଲ୍ଲାରେ ୯୦ ପ୍ରତିଶତ ସୁସ୍ଥ ହେଉଛନ୍ତି : ଜିଲ୍ଲାପାଳ

ପଜିଟିଭ ବୃଦ୍ଧି ନେଇ ଆତଙ୍କିତ ହୁଅନ୍ତୁ ନାହିଁ ଜିଲ୍ଲାରେ ୯୦ ପ୍ରତିଶତ ସୁସ୍ଥ ହେଉଛନ୍ତି : ଜିଲ୍ଲାପାଳ

Read More...

ଆଡ୍‌ଭାନୀ ଓ ଯୋଶୀଙ୍କ ଯୋଗୁଁ ଆଜି ରାମମନ୍ଦିର

ଆଡ୍‌ଭାନୀ ଓ ଯୋଶୀଙ୍କ ଯୋଗୁଁ ଆଜି ରାମମନ୍ଦିର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page