ବ୍ରହ୍ମପୁର ବଡ଼ମେଡ଼ିକାଲ ଓପିଡ଼ି : ଖୋଲିବାକୁ ନିର୍ଦ୍ଦେଶନାମା, ଫିଟୁନି ତାଲା

July 24, 2020, ଓଡ଼ିଶା, , Anupambharat News Bureau


ବ୍ରହ୍ମପୁର ବଡ଼ମେଡ଼ିକାଲ ଓପିଡ଼ି : ଖୋଲିବାକୁ ନିର୍ଦ୍ଦେଶନାମା, ଫିଟୁନି ତାଲା
Anupambharat News Bureau
July 24, 2020

ବ୍ରହ୍ମପୁର,୨୪ା୭(ଅନୁପମ ମିଡ଼ିଆ): ରାଜ୍ୟର ଅନ୍ୟତମ ପ୍ରମୁଖ ବ୍ରହ୍ମପୁର ବଡ଼ମେଡ଼ିକାଲର ଓପିଡ଼ି ଦୀର୍ଘ ଦିନ ହେଲା ବନ୍ଦ ହୋଇ ରହିଛି । ଫଳରେ ବହୁ ରୋଗୀ ଚିକିତ୍ସା ସେବାରୁ ବଞ୍ଚିତ ହେବା ସହ ଘରୋଇ କ୍ଳିନିକ୍‌ରେ ଶୋଷଣର ଶିକାର ହେବାରେ ଲାଗିଛନ୍ତି । ଓପିଡ଼ି ବନ୍ଦ ଯୋଗୁ ରୋଗୀ ସାଧାରଣ କିଛି ସ୍ୱାସ୍ଥ୍ୟା ସମସ୍ୟା ଆସିଲେ ଏମରଜେନ୍ସି ୱାର୍ଡ଼କୁ ଯାଉଛନ୍ତି । ସେଠାରେ ମଧ୍ୟ ଡାକ୍ତରଙ୍କ ଅଭାବରୁ ରୋଗୀ ଏକ ପ୍ରକାର ହନ୍ତସନ୍ତ ହେବାରେ ଲାଗିଛନ୍ତି । କରୋନା ସଂକ୍ରମଣ ହୁ ହୁ ବଢ଼ିଚାଲିଥିବାରୁ ଜିଲ୍ଳାବାସୀ ଏକ ପ୍ରକାର ଆତଙ୍କର ବାତାବରଣ ମଧ୍ୟରେ ରହିଥିବା ବେଳେ ବଡ଼ମେଡ଼ିକାଲର ଓପିଡ଼ି ବନ୍ଦ ବେଢ଼ି ଉପରେ କରଡ଼ା ମାଡ଼ ସଦୃଶ ହୋଇଛି । ଜିଲ୍ଲାବାସୀଙ୍କୁ କରୋନା କଲବଲ କରିବା ଏବଂ ଓପିଡ଼ି ବନ୍ଦ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଏନେଇ ସଚେତନ ହୋଇଥିଲେ । ଗତ ୧୮ ତାରିଖରେ ରାଜଧାନୀର ଲୋକସେବା ଭବନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପ୍ରଶାସନର ତୁଙ୍ଗ ଅଧିକାରୀଙ୍କ ସହ ଭିଡ଼ିଓ କନଫେରନ୍ସିଂରେ ବୈଠକ ଅବସିଥିଲା । ଏଥିରେ ଜିଲ୍ଲା ପାଇଁ ସ୍ୱତନ୍ତ୍ର ରଣକୌଶଳ ପ୍ରସ୍ତୁତ କରାଗଲା । ବୈଠକରେ ମହାପାତ୍ର ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ଯଥା ଶୀଘ୍ର ବଡ଼ମେଡ଼ିକାଲର ଓପିଡ଼ି ଖୋଲାଯାଉ ଏଥିସହିତ ଏମରଜେନ୍ସି ୱାର୍ଡ଼କୁ ମଧ୍ୟ ତ୍ୱାରନିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଅନ୍ୟ ନିଷ୍ପତ୍ତି କ୍ରମେ ବ୍ରହ୍ମପୁର ମେଡ଼ିକାଲ କଲେଜରେ ଜଣେ ଅତିରିକ୍ତ ସୁପରିଟେଣ୍ଡେଣ୍ଟ ନିଯୁକ୍ତ କରାଯିବ ମଧ୍ୟ ରହିଛି । ଇତିମଧ୍ୟରେ ସପ୍ତାହକ ବିତିବାକୁ ଯାଇଥିଲେ ସୁଦ୍ଧା ଉପରୋକ୍ତ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରାଯାଇ ନାହିଁ । ଆଜି ମଧ୍ୟ ଓପିଡ଼ିରେ ତାଲା ପଡ଼ିଥିବା ବେଳେ ଏମରଜେନ୍ସି ୱାର୍ଡ଼ର ଅବସ୍ଥା ପୂର୍ବଭଳି ଏକ ପ୍ରକାର ସ୍ଥାଣୁ ହୋଇ ରହିଛି । ତେବେ ଏହି ପ୍ରସଙ୍ଗରେ ଦୀର୍ଘ ଦିନ ଧରି ଚୁପ୍‌ ବସିଥିବା ବିଜେପି ସରକାରଙ୍କୁ ଘେରିବାକୁ ଅଣ୍ଟା ଭିଡ଼ିଛି । ବିଜେପି ସ୍ୱାସ୍ଥ୍ୟ ସେଲ୍‌ ସଭାପତି ରାମ କୁମାର ପାତ୍ରଙ୍କ ନେତୃତ୍ୱରେ ଆଜି ଦଳୀୟ ଜିଲ୍ଲା ସଭାପତି ବିଭୁତି ଜେନାଙ୍କ ସହ ବହୁ କର୍ମକର୍ତ୍ତା ଯାଇ ଆରଡିସିଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ବଡ଼ମେଡ଼ିକାଲର ଓପିଡ଼ିକୁ ଆସନ୍ତା ସୋମବାର ସୁଦ୍ଧା ଖୋଲାନଗଲେ ସେମାନେ ଆରଡିସି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବେ ବୋଲି ଏଥିରେ ଉଲ୍ଳେଖ ରହିଛି । ତେବେ ସବୁଠାରୁ ବିଡ଼ମ୍ବନାର ବିଷୟ ଯେ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ତାହା ଆଜି ଯାଏଁ କାହିଁକି କାର୍ଯ୍ୟକାରୀ କରାଯାଇ ନାହିଁ । ନିର୍ଦ୍ଦେଶନାମା ପରେ ଓପିଡ଼ି ଖୋଲିଥିବା ଆଶାରେ ପ୍ରତିଦିନ ହଜାର ହଜାର ରୋଗୀ ଦୂରଦୂରାନ୍ତରୁ ଆସୁଥିବା ବେଳେ ନିରାଶ ହୋଇ ଫେରିବାରେ ଲାଗିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ମଧ୍ୟ ନଜର ନଦେବା ବର୍ତ୍ତମାନ ବିଷମ ସ୍ଥିତି ସୃଷ୍ଟି କରିବାରେ ଲାଗିଛି । ତେବେ ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ ଓପିଡ଼ି ବନ୍ଦ କରାଯାଇଥିବା କୁହାଯାଉଥିବା ବେଳେ ଏଥିସକାଶେ ଯେଉଁ ବିକଳ୍ପ ରଖାଯାଉଛି ତାହା ରୋଗୀଙ୍କ ମଧ୍ୟରେ ଆଦୃତ ହୋଇ ପାରି ନାହିଁ । ଫଳରେ ସାଧାରଣ ରୋଗ ନିଦାନ ପାଇଁ ଜଣେ ବହୁ ଟଙ୍କା ଶ୍ରାଦ୍ଧ କରିବାରେ ଲାଗିଛି । ଜିଲ୍ଲାପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ବର୍ତ୍ତମାନର ସମୟରେ ଜରୁରି ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାଳିଆ ଟଙ୍କା ଫେରାଇବେ ଅଯୋଗ୍ୟ ହିତାଧିକାରୀ

କାଳିଆ ଟଙ୍କା ଫେରାଇବେ ଅଯୋଗ୍ୟ ହିତାଧିକାରୀ

Read More...

ଝିଅକୁ ଜଙ୍ଗଲରେ ପିଙ୍ଗି, ମା’ ସହ ଗଣ ଦୁଷ୍କର୍ମ

ଝିଅକୁ ଜଙ୍ଗଲରେ ପିଙ୍ଗି, ମା’ ସହ ଗଣ ଦୁଷ୍କର୍ମ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page