ଅଂଶୁଘାତ: ଦିନକରେ ପାଞ୍ଚ ମୃତ

May 18, 2019, ଓଡ଼ିଶା, , Anupambharat News Bureau


ଅଂଶୁଘାତ: ଦିନକରେ ପାଞ୍ଚ ମୃତ
Anupambharat News Bureau
May 18, 2019

ଭୁବନେଶ୍ୱର, ୧୭ ।୫ (ଅନୁପମ ମିଡିଆ): ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ଅଂଶୁଘାତରେ ପାଞ୍ଚଜଣଙ୍କ ମୃତୁ୍ୟ ହୋଇଥିବା ଅଭିଯୋଗ ଆସିଛି । ବଲାଙ୍ଗୀର, ପୁରୀ , କେନ୍ଦୁଝର, ବୌଦ୍ଧ ଓ ନୂଆପଡା ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ଅଂଶୁଘାତଜନିତ ମୃତୁ୍ୟ ହୋଇବା ଅଭିଯୋଗ ହୋଇଛି । ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବଡ଼ଟୀକା ଗାଁର ଦେବାନନ୍ଦ ସାହୁ(୬୦) ଶୁକ୍ରବାର ବଲାଙ୍ଗିର-ସମ୍ବଲପୁର ରାଜରାସ୍ତାରେ ଥିବା ରୁଗୁଡିଖାଲ ବଜାରକୁ ସଉଦା କରିବା ପାଇଁ ଯାଇଥିବା ବେଳେ ପ୍ରାୟ ଦିନ ୧ଟା ବେଳେ ସେ ହଠାତ ତଳେ ପଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଲୋଇସିଂହା ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଂଶୁଘାତରେ ତାଙ୍କର ମୃତୁ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତୁ୍ୟର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଲୋଇସିଂହା ପୋଲିସ କହିଛି । ସେହିପରି ପୁରୀ ବ୍ରହ୍ମଗିରି ଅଞ୍ଚଳର ସୁରେନ୍ଦ୍ର କୁମାର ରଣସିଂହ(୪୦)ଙ୍କ ଅଂଶୁଘାତ ଜନିତ ମୃତୁ୍ୟ ଘଟିଥିବା ଅଭିଯୋଗ ହୋଇଛି । ସେ ଦୁଧୱାଲା ଧର୍ମଶାଳା ନିକଟରେ ହଠାତ ରାସ୍ତାରେ ପଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ସାଙ୍ଗେ ସାଙ୍ଗେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି କେନ୍ଦୁଝର ଜିଲ୍ଲା ବେଲବାହାଳି ଗାଁରେ ଅଂଶୁଘାତରେ ଜଣଙ୍କ ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଧରଣୀଧର ସାହୁ । ଘର ଛାତରେ କାମ କରୁଥିବାବେଳେ ତାଙ୍କର ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ନୂଆପଡ଼ା ଠାକୁରପାଲ୍ଲୀ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇ ଜଣେ ବୃଦ୍ଧଙ୍କର ଅଂଶୁଘାତରେ ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦର ଶମ୍ଭୁ ପ୍ରସାଦ ଦେହୁରୀ ନାମକ ଜଣେ ବ୍ୟକ୍ତିଙ୍କର ମଧ୍ୟ ଅଂଶୁଘାତରେ ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି ।
ରାଜ୍ୟର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି । ଏହା ଆଗାମୀ କିଛି ଦିନ ଆହୁରି ଜାରି ରହିବ ବୋଲି କୁହାଯାଇଛି । ତେବେ କାଳବୈଶାଖୀ ପ୍ରଭାବରେ କେତେକ ସ୍ଥାରେ ବିକ୍ଷିପ୍ତ ଘଡ଼ଘଡ଼ି ସହ ବର୍ଷା ପରିଲକ୍ଷିତ ହୋଇଛି । ରାଜ୍ୟର ଆଭ୍ୟନ୍ତରଣୀୟ ଅଞ୍ଚଳ ସମେତ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ସୋନପୁର, ସମ୍ବଲପୁର ଏବଂ ବରଗଡ଼ରେ ତାତି ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ପାଣିପାଗ କାର୍ଯ୍ୟାଳୟ ତରଫରୁ କୁହାଯାଇଛି । ତେବେ ଉକପୂଳ ଓଡ଼ିଶାରେ ଆଗାମୀ କିଛି ଦିନ ପାଇଁ ଏଭଳି ଗରମ ଅନୁଭୂତ ହେବ ବୋଲି କୁହାଯାଇଛି । ଆଜି ମଧ୍ୟ କେତେକ ସହରର ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥିଲା । ଗରମ ସହ ପ୍ରବଳ ଗୁଳଗୁଳି ଅନୁଭୂତ ହୋଇଥିଲା । ଦିନ ୧୦ଟାଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରୌଦ୍ରତାପ ଜାରି ରହିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସରକାରୀ ଅର୍ଥ ଆତ୍ମସାତ୍‌,   ବରିଷ୍ଠ କିରାଣୀ ଗିରଫ

ସରକାରୀ ଅର୍ଥ ଆତ୍ମସାତ୍‌, ବରିଷ୍ଠ କିରାଣୀ ଗିରଫ

Read More...

ଲାଞ୍ଚ ନେଇ ସାଉଥ୍‌କୋ ଯନ୍ତ୍ରୀ ଗିରଫ

ଲାଞ୍ଚ ନେଇ ସାଉଥ୍‌କୋ ଯନ୍ତ୍ରୀ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page