ବିଲୁଙ୍ଗ ଏଣିକି ‘ରଙ୍ଗବତୀ ବିଲୁଙ୍ଗ’

July 22, 2020, ଓଡ଼ିଶା, , Anupambharat News Bureau


ବିଲୁଙ୍ଗ ଏଣିକି ‘ରଙ୍ଗବତୀ ବିଲୁଙ୍ଗ’
Anupambharat News Bureau
July 22, 2020

ସମ୍ବଲପୁର,୨୨ା୭(ଅନୁପମ ମିଡିଆ):ସମ୍ବଲପୁରୀ ଲୋକ ସଙ୍ଗୀତ ମହିମାମଣ୍ଡିତ ଓ ଗୌରବାନ୍ୱିତ ହୋଇଛି । ଲୋକପ୍ରିୟତାରେ ରାଜ୍ୟ ତଥା ଦେଶର ସୀମା ଅତିକ୍ରମ କରିଥିବା ପ୍ରସିଦ୍ଧ ସମ୍ବଲପୁରୀ ଲୋକଗୀତ ‘ରଙ୍ଗବତୀ’ର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ନିଜ ଗ୍ରାମ ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡ ବାମରା ତହସିଲ ଅନ୍ତର୍ଗତ ବିଲୁଙ୍ଗ ସହ ରଙ୍ଗବତୀ ଶବ୍ଦ ଯୋଡ଼ି ହୋଇଯାଇଛି । କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ରାଜ୍ୟ ରାଜସ୍ୱ ବିଭାଗ ପକ୍ଷରୁ ବୁଧବାର ଏନେଇ ଅଧୀସୂଚନା ଜାରି ହୋଇଛି । ଏଣିକି ବିଲୁଙ୍ଗ ‘ରଙ୍ଗବତୀ ବିଲୁଙ୍ଗ’ ରାଜସ୍ୱ ଗ୍ରାମ ଭାବେ ପରିଚିତି ଲାଭ କରିଛି । ଏହା ପ୍ରଚାରିତ ହେବା ପରେ କେବଳ ବିଲୁଙ୍ଗ ଗ୍ରାମବାସୀ ନୁହଁ ସମ୍ବଲପୁର ଜିଲା ତଥା ପଶ୍ଚିମ ଓଡ଼ିଶାରେ ଆନନ୍ଦ ଲହରୀ ଖେଳିଯାଇଛି । କୌଣସି ଏକ ଲୋକଗୀତର ଲୋକପ୍ରିୟତା ଗୀତିକାରଙ୍କ ଗ୍ରାମର ନାମ ସହ ଯୋଡ଼ିହେବା ଏକ ବିରଳ ଇତିହାସ ରଚିଛି । ସବୁ ମହଲରେ ରଙ୍ଗବତୀ ବିଲୁଙ୍ଗ ନାମକରଣର ସ୍ୱାଗତ କରାଯାଇଥିବାବେଳେ ରଙ୍ଗବତୀ ଗୀତର ସ୍ରଷ୍ଟା ପ୍ରସିଦ୍ଧ ଗୀତିକାର ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଖୁସି ପ୍ରକାଶ କରିଛନ୍ତି । ଏଥିପାଇଁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣେଇଛନ୍ତି । ୨୦୦୪ ମସିହାରେ ରଙ୍ଗବତୀ ଗୀତର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଗାଁର ଯୁବଗୋଷ୍ଠୀ ଗ୍ରାମର ନାମକରଣ ରଙ୍ଗବତୀ ବିଲୁଙ୍ଗ କରାଯିବାକୁ କରିଥିବା ପ୍ରୟାସ ଏବଂ ସେଥିପ୍ରତି ସମଗ୍ର ଗ୍ରାମବାସୀଙ୍କ ଦୃଢ଼ ସମର୍ଥନ ଫଳବତୀ ହୋଇଥିବା ଗୌନ୍ତିଆ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ତାଙ୍କ ଗ୍ରାମର ଏହି ନାମକରଣ ପାଇଁ ଗୌନ୍ତିଆ ସମ୍ବଲପୁରୀ ଲୋକସଂସ୍କୃତି ସହ ସଂଶ୍ଲିଷ୍ଟ ପ୍ରତ୍ୟେକ ବ୍ୟକ୍ତି ତଥା ସମଗ୍ର ପଶ୍ଚିମ ଓଡ଼ିଶାବାସୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ପ୍ରକାଶ ଯେ, ରଙ୍ଗବତୀ ଗୀତର ଗୀତିକାର ଗୌନ୍ତିଆ ଦୀର୍ଘ ବର୍ଷରୁ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଭାବରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ସହ ଯୋଡ଼ି ହୋଇ ରହିଥିବାବେଳେ ତାଙ୍କ ରଚିତ ହଜାରେରୁ ଅଧିକ ଗୀତ ଆକାଶବାଣୀରୁ ପ୍ରଚାରିତ ହୋଇଛି । ସେଥିରୁ ସବୁଠାରୁ ସଫଳ ଗୀତ ହେଉଛି ରଙ୍ଗବତୀ । ୧୯୭୫-୭୬ ମସିହାରେ ବିଶିଷ୍ଟ ସଙ୍ଗୀତଜ୍ଞ ସ୍ୱର୍ଗତ ପ୍ରଭୁଦତ ପ୍ରଧାନଙ୍କ ସଙ୍ଗୀତ ନିର୍ଦ୍ଦେଶନା ଏବଂ ଜିତେନ୍ଦ୍ର ହରିପାଲ ଓ କ୍ରିଷ୍ଣା ପଟେଲଙ୍କ କଣwଦାନରେ ରଙ୍ଗବତୀ ଗୀତ ପ୍ରଥମେ ସମ୍ବଲପୁର ଆକାଶବାଣୀ କେନ୍ଦ୍ରରେ ରେକଡିଂ ହୋଇ ପ୍ରସାରିତ ହୋଇଥିଲା । ଗୀତଟି ଏତେ ଲୋକପ୍ରିୟ ହୋଇ ଉଠିଥିଲା ଯେ, କୋଲକାତାର ଇଣ୍ଡିଆନ ରେକର୍ଡ ମେନୁଫେକcରିଂ କମ୍ପାନୀ (ଇମ୍‌ରେକୋ) ଏହାର ସମ୍ବଲପୁରର ବିତରକ କୁଟୁବ ଭାଇଙ୍କୁ ରଙ୍ଗବତୀ ଗୀତର ରେକର୍ଡ ପ୍ରସ୍ତୁତ ପାଇଁ ପ୍ରସ୍ତାବ ଦେଇଥିଲେ । ଫଳରେ ସ୍ୱର୍ଗତ ପ୍ରଭୁଦତ ପ୍ରଧାନଙ୍କ ସଙ୍ଗୀତ ନିର୍ଦ୍ଦେଶନା ଏବଂ ଜିତେନ୍ଦ୍ର ଓ କ୍ରିଷ୍ଣାଙ୍କ କଣwଦାନରେ ପ୍ରସ୍ତୁତ ରେକର୍ଡ ୧୯୭୮-୭୯ ମସିହାରେ ବଜାରକୁ ଆସିଥିଲା । ଯାହାକି ରଙ୍ଗବତୀ ଗୀତ ଓ ଏହାର ସଙ୍ଗୀତକୁ ରାଜ୍ୟ ଓ ଦେଶର ସୀମା ଅତିକ୍ରମ କରାଇଥିଲା । ଏହି ରଙ୍ଗବତୀ ଗୀତ ବିଭିନ୍ନ ଭାରତୀୟ ଭାଷାରେ ପ୍ରସ୍ତୁତ ହୋଇଥିବା ବେଳେ ୨୦୦୭ ମସିହାରେ ନୂଆଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ରେ ବାଜିଥିଲା । ସେହିପରି ୨୦୧୫ ମସିହାରେ ଦକ୍ଷିଣ କୋରିଆରେ ଆୟୋଜିତ ସପ୍ତମ ବିଶ୍ୱ ଜଳମଞ୍ଚ ସମାବେଶରେ ମଧ୍ୟ କୋରିଆର ନୃତ୍ୟାଙ୍ଗନା ମାନେ ରଙ୍ଗବତୀ ଗୀତ ତାଳରେ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ୨୦୧୭ ମସିହାରେ ଭୁବନେଶ୍ୱରରେ ଆୟୋଜିତ ଏସିଆନ ଆଥଲେଟିକ ଚମ୍ପିଆନସିପ୍‌ର ଉଦଘାଟନୀ ସମାରୋହରେ ପ୍ରସିଦ୍ଧ ବଲିଉଡ଼ କଣwଶିଳ୍ପୀ ଶଙ୍କର ମହାଦେବନ ହରିପାଲ ଓ ସୁଶ୍ରୀ ପଟେଲଙ୍କ ଉପସ୍ଥିତିରେ ରଙ୍ଗବତୀ ଗୀତ ଗାନ କରିଥିଲେ । ନୀଳମାଧବ ପଣ୍ଡାଙ୍କ ହିନ୍ଦୀ ଚଳଚିତ୍ରରେ ମଧ୍ୟ ରଙ୍ଗବତୀର ହିନ୍ଦୀ ଭାଷାନ୍ତର ଗୀତ ସ୍ଥାନ ପାଇଛି । ରଙ୍ଗବତୀ ଗୀତର ଲୋକପ୍ରିୟତା ଯୋଗୁଁ ଏହାର କଣwଶିଳ୍ପୀ ଜିତେନ୍ଦ୍ର ହରିପାଲ ଏବଂ ଗୀତିକାର ମିତ୍ରଭାନୁ ଗୌନ୍ତିଆ ଭାରତ ସରକାରଙ୍କ ପଦ୍ମଶ୍ରୀ ସମ୍ମାନ ଲାଭ କରିଛନ୍ତି । ସେହିପରି ହରିପାଲ ଏବଂ ଗୀତରେ କଣwଦାନ କରଥିବା ଅନ୍ୟତମ ଶିଳ୍ପୀ କ୍ରିଷ୍ଣା ପଟେଲଙ୍କୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡି.ଲିଟ ଉପାଧିରେ ସମ୍ମାନୀତ କରାଯାଇଛି । ୨୦୦୪ ମସିହାରେ ରଙ୍ଗବତୀର ଗୀତିକାର ଗୌନ୍ତଆଙ୍କ ଗ୍ରାମ ବିଲୁଙ୍ଗରେ ଗ୍ରାମବାସୀ ରଙ୍ଗବତୀ ଗୀତର ରୌପ୍ୟ ଜୟନ୍ତୀ ପାଳନ କରିଥିଲେ । ସେସମୟରେ ଗ୍ରାମର ନାମ ରଙ୍ଗବତୀ ବିଲୁଙ୍ଗ କରିବାକୁ ଗ୍ରାମବାସୀ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବାସହ ଗ୍ରାମର ପ୍ରବେଶ ପଥରେ ଗାଁ କଲ୍ୟାଣ ସମିତି ସୌଜନ୍ୟରେ ‘ରଙ୍ଗବତୀ ବିଲୁଙ୍ଗ’ ଫଳକ ଲଗାଯାଇଥିଲା । ଜିଲ୍ଳାପାଳ, ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଏବଂ ରେଭିନୁ୍ୟ ବୋର୍ଡର ଅନୁମୋଦନ ପରେ ମୁଖ୍ୟମନ୍ତ୍ରୀ ଗ୍ରାମର ନାମକରଣ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଶେଷରେ କେନ୍ଦ୍ର ସରକାର ଏଥିରେ ସହମତି ପ୍ରକାଶ କରିବା ପରେ ରଙ୍ଗବତୀ ବିଲୁଙ୍ଗ ନାମକରଣ ଅଧିସୂଚନା ଜାରି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି

ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି

Read More...

ଆଇଜିଏଚ୍‌ରେ ଖୋଲିବ ପ୍ଲାଜମା ବ୍ୟାଙ୍କ୍‌

ଆଇଜିଏଚ୍‌ରେ ଖୋଲିବ ପ୍ଲାଜମା ବ୍ୟାଙ୍କ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page