ମୃତ୍ୟହାର କମିଛି :କେନ୍ଦ୍ର

July 21, 2020, ଦେଶ, , Anupambharat News Bureau


ମୃତ୍ୟହାର କମିଛି :କେନ୍ଦ୍ର
Anupambharat News Bureau
July 21, 2020

ନୂଆଦିଲ୍ଲୀ,୨୧ା୭: ଭାରତରେ କରୋନା ଭୁତାଣୁର ପ୍ରବେଶ ପରେ ପରେ ଭୟଙ୍କର ପରିଣତି ଦେଖାଦେଇଛି । ଫେବୃୟାରୀ ମାସରୁ ଜୁଲାଇ ମାସ ମଧ୍ୟରେ ଦେଶରେ ବହୁ ଜୀବନ ନଷ୍ଟ ହୋଇଛି । ବର୍ତ୍ତମାନ ମଧ୍ୟ ସ୍ଥିତି ଅତ୍ୟନ୍ତ ଗମ୍ଭୀରଜନକ ରହିଛି । ଗତ ୨୪ ଘଣ୍ଟାରେ ଭାରତରେ ପୁଣି ୫୮୭ ସଂଖ୍ୟକ ରୋଗୀ ମୃତୁ୍ୟବରଣ କରିବା ଯୋଗୁଁ ଦେଶରେ ସମୁଦାୟ ମୃତକଙ୍କ ସଂଖ୍ୟା ୨୮ ହଜାର ୮୪ କୁ ବୃଦ୍ଧି ପାଇଛି । ଠିକ୍‌ ସେଭଳି ଗତ ୨୪ ଘଣ୍ଟାରେ ପୁଣି ୩୭,୧୪୮ ସଂଖ୍ୟକ ଲୋକ ଆକ୍ରାନ୍ତ ତାଲିକାରେ ଯୋଡି ହୋଇଯିବା ଯୋଗୁ ପୁଣି ପଜିଟିଭ ସଂଖ୍ୟା ୧୧,୫୫,୧୯୧ କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ଆଜି ମଧ୍ୟ ସ୍ଥିତି ଅତ୍ୟନ୍ତ ସଂଗୀନ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୧୭୬ ସଂଖ୍ୟକ ରୋଗୀଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ମହାରାଷ୍ଟ୍ରରେ ୧୨୦୩୦ ସଂଖ୍ୟକ ଲୋକଙ୍କ ଜୀବନ ଗଲାଣି । ପୁଣି ଗୋଟିଏ ଦିନରେ ୮୨୪୦ ସଂଖ୍ୟକ ଲୋକ ନୂତନ ଭାବେ ପଜିଟିଭ ତାଲିକାରେ ଯୋଡି ହୋଇଥିବା ଯୋଗୁଁ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୮୬୯୫ ବୃଦ୍ଧି ପାଇଛି । ତାମିଲନାଡୁରେ ମଧ୍ୟ ୭୦ ଜଣ ବ୍ୟକ୍ତି ମୃତୁ୍ୟବରଣ କରିଛନ୍ତି । ରାଜ୍ୟରେ ପୁଣି ୫ ହଜାର ବ୍ୟକ୍ତି ନୂତନ ଭାବେ ଆକ୍ରାନ୍ତ ଚିହ୍ନଟ ହେବା ଯୋଗୁ ସମୁଦାୟ ପଜିଟିଭ ୧ ଲକ୍ଷ ୭୫ ହଜାର ଉର୍ଦ୍ଧ୍ୱକୁ ଟପିଯାଇଛି । ଦିଲ୍ଲୀର ସ୍ଥିତି ମଧ୍ୟ ଗମ୍ଭୀରଜନକ ରହିଛି । ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୩ ହଜାର ଟପିଯାଇଛି । ଆନ୍ଦ୍ରପ୍ରଦେଶରେ ଗତ ୨୪ ଘଣ୍ଟାରେ ୪୦୭୪ ସଂଖ୍ୟକ ଲୋକ ଆକ୍ରାନ୍ତ ଚିହ୍ନଟ ହେବା ଯୋଗୁଁ ରାଜ୍ୟରେ ସମୁଦାୟ ପଜିଟିଭ ୫୩ ହଜାର ୭୨୪ କୁ ପହଞ୍ଚିଯାଇଛି । ପ୍ରବାସୀମାନଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଯୋଗୁ ବିହାର,ଆସାମ, ପଶ୍ଚିମବଙ୍ଗ ଓ ଓଡିଶା ସ୍ଥିତି ଅତ୍ୟନ୍ତ ସାଘାଂତିକ ହେବାରେ ଲାଗିଛି । କୋଭିଡ-୧୯ ବା କରୋନା ରୋଗର ସଂକ୍ରମଣରେ ଝାଡଖଣ୍ଡରେ ମାତ୍ର ୧୬ ଦିନରେ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ଜୀବନ ଯିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟଖେଳାଇଦେଇଛି । ଝାଡଖଣ୍ଡରେ ଧାନବାଦ ସହରର କତ୍ରାସ ଅଞ୍ଚଳରେ ଏହି ଘଟଣା ଘଟିଯାଇଛି । ପ୍ରଥମେ ଏହି ପରିବାରର ୮୮ ବର୍ଷ ବୟସ୍କା ବୃଦ୍ଧ କରୋନା ରୋଗରେ ସଂକ୍ରମିତ ହୋଇ ଜୀବନ ହରାଇଥିଲେ । ଏହା ପରେ ପରେ ଉକ୍ତ ପରିବାରର ଜଣକ ପରେ ଜଣକ ସଦସ୍ୟ ଅର୍ଥାତ ୫ ଜଣ ପୁଅଙ୍କ ଜୀବନ ଏହି ଭୟଙ୍କର କରୋନା ଭୁତାଣୁରେ ଯାଇଥିବା ଘଟଣା ହୃଦୟବିଦାରକ ସ୍ଥିତି ସୃଷ୍ଟି କରିଛି । ଉକ୍ତ ଅଞ୍ଚଳକୁ ଭ୍ରମଣ ନକରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ତକତା ଅବଲମ୍ବନ କରାଯାଇଛି । କତ୍ରାସ ଅଞ୍ଚଳକୁ ସମ୍ପୁର୍ଣ୍ଣ ସିଲ୍‌ କରାଯାଇଛି ।ଭାରତରେ କରୋନା ରୋଗରେ ଦୈନିକ ୫ ଶହରୁ ୬ ଶହ ମଧ୍ୟରେ ଜୀବନ ନେଉଥିବା ଘଟଣା ଦେଶବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ଖେଳିଯାଇଛି । ପ୍ରବାସୀ ମାନଙ୍କର ସ୍ଥାନାନ୍ତରଣ ପ୍ରତିକ୍ରିୟା ପରେ ପରେ ଏହି କରୋନା ସଂକ୍ରମଣ ମାତ୍ର କେତୋଟି ରାଜ୍ୟରୁ ସମ୍ପୁର୍ଣ୍ଣ ଦେଶରେ ବ୍ୟାପି ଯାଇଛି । ଦୈନିକ ମୃତକ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଗୋଟିଏ ଦିନରେ ୩୭ ହଜାରରୁ ୪୦ ହଜାରରୁ ଉର୍ଦ୍ଧ୍ୱ ସଂଖ୍ୟକ ଲୋକ କୋଭିଡ-୧୯ ପଜିଟିଭ ରେ ଆକ୍ରାନ୍ତ ହୋଇଛନ୍ତି । ଏଭଳି ସ୍ଥିତିରେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଗତ ୨୦ ଦିନ ରିପୋର୍ଟ କୁ ଅନୁଧ୍ୟାନ କରି ମୃତୁ୍ୟହାର ଦେଶରେ ହ୍ରାସ ପାଇଛି ବୋଲି ମନ୍ତ୍ୟବ ଦିଆଯାଇଛି । ସୂଚନା ଯେ ଗତ ୨୦ ଦିନରେ କୋଭିଡ-୧୯ ମୃତୁ୍ୟହାର ୨.୯୭ ପ୍ରତିଶତରୁ ୨.୪୭ ପ୍ରତିଶତକୁ ହ୍ରାସ ପାଇଛି ।ସୂଚନା ଥାଉକି ଗତ ଜୁନ ୧୭ ତାରିଖରେ ବେଳକୁ ଦେଶରେ ମୃତୁ୍ୟହାର ୩.୩୬ ପ୍ରତିଶତ ଥିଲା ।ଯାହାକି ଚଳିତ ମାସ ମଧ୍ୟରେ ସାମାନ୍ୟ ହ୍ରାସ ପାଇଛି । ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଉଲ୍ଲେଖ କରାଯାଇଛି । ଉଲ୍ଲେଖ ଥାଉକି ସମଗ୍ର ବିଶ୍ୱରେ ଆଜି ସୁଦ୍ଧା ୬ ଲକ୍ଷ ୯ ହଜାର ୮୮୭ ସଂଖ୍ୟକ ରୋଗୀ ଏହି କରୋନା ରୋଗରେ ଜୀବନ ସହ ସଂଘର୍ଷ କରି ମୃତୁ୍ୟବରଣ କରିଛନ୍ତି । ଏହା ବ୍ୟତୀତ ୧ କୋଟି ୪୭ ଲକ୍ଷ ବ୍ୟକ୍ତି ଆକ୍ରାନ୍ତ ହୋଇ ଜୀବନ ସହ ସଂର୍ଘଷ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତ ସୀମାକୁ ଜଗିବ ‘ଭାରତ ’

ଭାରତ ସୀମାକୁ ଜଗିବ ‘ଭାରତ ’

Read More...

ପଞ୍ଚଭୂତରେ ଲୀନ ହେଲେ ବିଜୟ

ପଞ୍ଚଭୂତରେ ଲୀନ ହେଲେ ବିଜୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page