ମିଳିଲାନି କାନ୍ଧ, ଟ୍ରଲିରେ ଶବ ବୁହା

July 20, 2020, ଓଡ଼ିଶା, , Anupambharat News Bureau


ମିଳିଲାନି କାନ୍ଧ, ଟ୍ରଲିରେ ଶବ ବୁହା
Anupambharat News Bureau
July 20, 2020

ବୁଗୁଡ଼ା,୨୦ା୭(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲାରେ କରୋନା ଦିନକୁ ଦିନ ମୁଣ୍ଡ ନେଉଥିବା ବେଳେ ସମ୍ପ୍ରତି ଶବକୁ କାନ୍ଧ ଦେବାକୁ ରକ୍ତ ସମ୍ପର୍କୀୟଙ୍କଠାରୁ ଆରମ୍ଭ କରି ସାହିପଡିଶା ପଛଘୁଞ୍ଚା ଦେଉଥିବା ଭଳି ଏକ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି । ସ୍ୱାଭାବିକ ମୃତୁ୍ୟ ଘଟିଲେ ବି କରୋନା ସନ୍ଦିU ଆଶଙ୍କା କରି କେହି ଶବ ଉଠାଇବାକୁ ଆସୁନଥିବା ଭଳି ସ୍ଥିତି ମଧ୍ୟ ଦେଖିବାକୁ ମିଳିଛି । ଏହି କ୍ରମରେ ଆଜି ବୁଗୁଡ଼ାରେ ଜଣେ ଯୁବକଙ୍କ ମୃତୁ୍ୟ ପରେ ଶ୍ମଶାନ ନେବାକୁ କେହି ଆସିନଥିଲେ । ପରବର୍ତ୍ତୀ ସମୟରେ ଶବକୁ ଟ୍ରଲିରେ ଶ୍ମଶାନ ନିଆଯାଇ ସତ୍କାର କରାଯାଇଥିଲା । ମିଳିଥିବା ସୂଚନାନୁସାରେ ଆଜି ବୁଗୁଡ଼ାରେ ଥିବା ଜନୈକ ହୋଟେଲ ମାଲିକଙ୍କ ପୁଅ ଜ୍ୱରରେ ପୀଡ଼ିତ ପରେ ଆଜି ଆଖିବୁଜିଥିଲେ । ତେବେ ସ୍ଥାନୀୟ ଲୋକେ ଏହାକୁ କରୋନା ମୃତୁ୍ୟ ଆଖ୍ୟା ଦେଇଥିଲେ । ଫଳରେ ମୃତକଙ୍କ ରକ୍ତ ସମ୍ପର୍କୀୟ ଆସିନଥିବା ବେଳେ ସାହିପଡ଼ିଶା ଶବକୁ ଛୁଇଁନଥିଲେ । ଦୀର୍ଘ ସମୟ ଧରି ଏଭଳି ପରିସ୍ଥିତି ଲାଗି ରହିବା ପରେ ଶେଷରେ ପରିବାର ଲୋକ ଏକ ଟ୍ରଲିରେ ଶବକୁ ପକାଇ ଶ୍ମଶାନ ନେଇ ସତ୍କାର କରିଥିଲେ । ପୂର୍ବରୁ ମଧ୍ୟ ଅଞ୍ଚଳରେ ଏଭଳି ସନ୍ଦିU ମୃତୁ୍ୟକୁ ନେଇ ଶବକୁ କେହି କାନ୍ଧ ଦେବାକୁ ନଆସିବାରୁ ଟ୍ରଲିରେ ଶ୍ମଶାନକୁ ନିଆଯାଇ ସତ୍କାର କରାଯାଇଥିବା କୁହାଯାଇଛି । ଏଭଳି ଘଟଣା ଯେ, କେବଳ ଗୋଟିଏ ଅଞ୍ଚଳରେ ଘଟିଛୁ ତା ନୁହେଁ କି ସହରର ଅବା ଗ୍ରାମାଞ୍ଚଳ ସବୁଠାରେ ସମସ୍ଥିତି ଦେଖିବାକୁ ମିଳିଛି । ଶବକୁ ସମ୍ମାନ ସହ ସତ୍କାର କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ପରାମର୍ଶ ଦେଉଥିଲେ ସୁଦ୍ଧା ଏକ୍ଷେତ୍ରରେ କାର୍ଯ୍ୟକାରୀ ହେଉନଥିବା ଦେଖିବାକୁ ମିଳିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଉ ଛ’ ମୁଣ୍ଡ ନେଲା

ଆଉ ଛ’ ମୁଣ୍ଡ ନେଲା

Read More...

ଆରପାରିରେ ବିଜୟ

ଆରପାରିରେ ବିଜୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page