କରୋନା ରୋଗୀଙ୍କୁ ଘରେ ରହିବାକୁ ଅନୁମତି

July 13, 2020, ଓଡ଼ିଶା, , Anupambharat News Bureau


କରୋନା ରୋଗୀଙ୍କୁ ଘରେ ରହିବାକୁ ଅନୁମତି
Anupambharat News Bureau
July 13, 2020

ଭୁବନେଶ୍ୱର, ୧୩ା୭(ଅନୁପମ ମିଡ଼ିଆ): ଏଣିକି ଲକ୍ଷଣ ନଥିବା କରୋନା ପଜିଟିଭ୍‌ ରୋଗୀଙ୍କୁ ହେମା ଆଇସୋଲେସନ୍‌ରେ ରହିବାକୁ ଅନୁମତି ମିଳିବ । ସହରାଞ୍ଚଳରେ ଥିବା ଲକ୍ଷଣହୀନ ବା ସାମାନ୍ୟ ଲକ୍ଷଣ ରୋଗୀଙ୍କୁ ସର୍ତ୍ତମୂଳକ ଭାବେ ହୋମ୍‌ ଆଇସୋଲେସନ୍‌ ପାଇଁ ଅନୁମତି ଦିଆଯାଇପାରିବ ବୋଲି ମୁଖ୍ୟ ଶାସନ ସଚିବ ଅସୀତ୍‌ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ନୂଆ ଗାଇଡ୍‌ ଲାଇନ୍‌ ସମ୍ପର୍କରେ ସୂଚନା ଦେଇ ତ୍ରିପାଠୀ କହିଛନ୍ତି ଯେ, ଲକ୍ଷଣ ନଥାଇ କୌଣସି ବ୍ୟକ୍ତି ପଜିଟିଭ୍‌ ଚିହ୍ନଟ ହେଲେ ଘରେ ରହି ଚିକିତ୍ସିତ ହୋଇପାରିବେ । ୧୧୪ଟି ପୌରାଞ୍ଚଳ, ବ୍ଲକ ମୁଖ୍ୟାଳୟ, ଜିଲ୍ଲା ମୁଖ୍ୟାଳୟରେ ରୋଗୀଙ୍କୁ ହୋମ ଆଇସୋଲେସନ୍‌ ସୁବିଧା ମିଳିବ । ଘରେ ହୋମ୍‌ ଆେଇସାଲେସନ୍‌ର ସୁବିଧା ଥିଲେ ଏଥିପାଇଁ ଅନୁମତି ମିଳିବ । ରୋଗୀଙ୍କ ପାଇଁ ଘରର ଜଣେ ସଦସ୍ୟ ରହିବେ । କେବଳ ସେହି ବ୍ୟକ୍ତି ହିଁ ରୋଗୀଙ୍କ ଦେଖାଶୁଣା କରିବେ । ରୋଗୀଙ୍କ ପାଇଁ ସରକାର ସମସ୍ତ ଚିକିତ୍ସା ଯୋଗାଇଦେବେ । ସରକାର ରୋଗୀଙ୍କୁ ଖାଦ୍ୟ ଓ ଭତ୍ତା ସହ ଔଷଧ ଓ ପିପିଇ କିଟ୍‌ ଯୋଗାଇ ଦେବେ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତିି । ତେବେ ହୃଦ୍‌ ରୋଗୀ , ଏଚଆଇଭି ରୋଗୀ, କ୍ୟାନ୍ସର ରୋଗୀ, ଅଙ୍ଗ ପ୍ରତିରୋପଣ ହୋଇଥିବା ବ୍ୟକ୍ତି , ବୟସ୍କ , ବହୁ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କୁ ହୋମ୍‌ ଆଇସୋଲେସନ୍‌ ପାଇଁ ଅନୁମତି ମିଳିବନି । ଲକ୍ଷଣହୀନ ରୋଗୀଙ୍କୁ କ୍ରିଟିକାଲ ରୋଗୀଙ୍କ ପରି ଚିକିତ୍ସା ଦେବାର ଆବଶ୍ୟକ ନାହିଁ । କେବଳ ଗୁରୁତର ରୋଗୀଙ୍କ ପାଇଁ ସେହି ବ୍ୟବସ୍ଥା ରହିଛି । ଅନ୍ୟପକ୍ଷେ ନିଜ ଅନୁଷ୍ଠାନର କୋଭିଡ୍‌ ପଜିଟିଭ୍‌ କର୍ମଚାରୀଙ୍କ ପାଇଁ କୋଭିଡ୍‌ କେୟାର ହୋମ୍‌ କରିପାରିବେ ସମ୍ପୃକ୍ତ ସଂସ୍ଥା । ୧୦ରୁ ୨୦ ରୋଗୀଙ୍କ ପାଇଁ କୋଭିଡ୍‌ କେୟାର ହୋମ୍‌ ହୋଇପାରିବ । ନିଜ କର୍ମଚାରୀଙ୍କ ସୁବିଧା ଓ ମାନସିକ ସୁସ୍ଥତା ପାଇଁ ଏଭଳି ପଦକ୍ଷେପ ନେଇ ହେବ । ବିଭିନ୍ନ ସଂସ୍ଥା , ଧର୍ମୀୟ ଅନୁଷ୍ଠାନ ବଡ଼ ବଡ଼ କର୍ପୋରେଟ ହାଉସ୍‌, ରାଷ୍ଟ୍ରାୟତ ଉଦ୍ୟୋଗ, ଘରୋଇ ଉଦ୍ୟୋଗ, ଯେଉଁମାନେ ଆଗ୍ରହ ପ୍ରକାଶ କରିବେ ସେମାନଙ୍କୁ ସୋମନଙ୍କର କର୍ମଚାରୀମାନଙ୍କ ପାଇଁ ନିଜସ୍ୱ କୋଭିଡ୍‌ କେୟାର ହୋମ୍‌ ସ୍ଥାପନ ପାଇଁ ଅନୁମତି ପ୍ରଦାନ କରାଯିବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ କହିଛନ୍ତି । ନିଜସ୍ୱ ସାଧନ ଓ ଭିତ୍ତିଭୂମି ଥିବ ସେମାନଙ୍କୁ ୨୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ହୋମ୍‌ ସ୍ଥାପନ ପାଇଁ ଅନୁମତି ପ୍ରଦାନ କରିବେ । ଯେଉଁଠାରେ ସାମାନ୍ୟ ଲକ୍ଷଣ ବା ଲକ୍ଷଣ ବିହୀନ କୋଭିଡ୍‌ ରୋଗୀଙ୍କୁ ଏକାନ୍ତବାସ ବା ଆଇସୋଲେସନରେ ରଖାଯାଇ ପାରିବ । ନିଜସ୍ୱ ସାଧନ ଓ ଭିତିଭୂମି ଥାଇ ରାଜ୍ୟ ସରକାରଙ୍କ ସର୍ତାବଳୀ ବା ପ୍ରଟୋକଲ ମାନିବାକୁ ପ୍ରସ୍ତୁତ ଥିବା ସଂସ୍ଥାମାନଙ୍କୁ ସରକାର ଏଥିପାଇଁ ଅନୁମତି ପ୍ରଦାନ କରିବେ ।
ପୌର ପରିଷଦ , ଭୁବନେଶ୍ୱର ଓ ଝାରସୁଗୁଡ଼ା ଏୟାରପୋର୍ଟ , ପାରାଦୀପ, ଧାମରା ଏବଂ ଗୋପାଳପୁର ବନ୍ଦର , ପୂର୍ବତଟ ରେଳବାଇର ବିଭିନ୍ନ କେନ୍ଦ୍ର , ରାଜ୍ୟରେ କାର୍ଯ୍ୟରତ କେନ୍ଦ୍ର ଓ ରାଜ୍ୟ ପରିଚାଳିତ ସାଧାରଣ ଉଦ୍ୟୋଗ , କେନ୍ଦ୍ରୀୟ ଆର୍ମଡ୍‌ ଫୋର୍ସ, ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ , ଓଡ଼ିଶା ପୋଲିସ, ଓଡ଼ିଶା ଅଗ୍ନିଶମ ସଂସ୍ଥା, କାରାଗାର ନିର୍ଦ୍ଦେଶାଳୟ , କେନ୍ଦ୍ରୀୟ ଅନୁଷ୍ଠାନ, ଉଭୟ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ , ମନ୍ଦିର, ମସଜିଦ୍‌, ଚର୍ଚ୍ଚ, ଗୁରୁଦ୍ୱାର ଆଦି ଧାର୍ମିକ ସଂସ୍ଥା , ଆବାସିକ େୱଲ୍‌ ଫେୟାର ସଂସ୍ଥା ଏବଂ କୌଣସି ସେ୍ୱଚ୍ଛାସେବୀ ଅନୁଷ୍ଠାନ, ଉଭୟ ସରକାରୀ ଓ ବେସରକାରୀ ନିଗମ ମାନଙ୍କୁ ଏଥିପାଇଁ ସରକାର ଅନୁମତି ପ୍ରଦାନ କରିପାରିବେ । ଉପରୋକ୍ତ ସଂସ୍ଥାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କୋଭିଡ୍‌ କେୟାର ହୋମ୍‌ ଏବଂ କୋଭିଡ୍‌ କେୟାର ସେଣ୍ଟରକୁ ସମ୍ପୃକ୍ତ ଜିଲ୍ଲାପାଳ/ପୌର କମିଶନରମାନେ ସ୍ୱାସ୍ଥ୍ୟ ବିଭାଗ ସର୍ତ୍ତାବଳୀ ଅନୁସାରେ ସ୍ୱୀକୃତି ଦେବେ । ଯେଉଁ ସନ୍ଦିଗ› ଏବଂ କୋଭିଡ୍‌ ପଜିଟିଭ୍‌ ବ୍ୟକ୍ତିମାନଙ୍କର ହୋମ୍‌ ଆଇସୋଲେସନ୍‌ କିମ୍ବା ଉପରୋକ୍ତ ସଂସ୍ଥା ଦ୍ୱାରା ପ୍ରସ୍ତୁତ ଆଇସୋଲୋସନ୍‌ ସୁବିଧା ନାହିଁ, ସେମାନେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପୃଥକବାସ କେନ୍ଦ୍ରରେ ରହିବେ । ହୋମ୍‌ ଆଇସୋଲେସନ୍‌ ରେ ଥିବା ବ୍ୟକ୍ତିମାନଙ୍କର ଯଦି ଗୁରୁତର ଲକ୍ଷଣ ପ୍ରକାଶ ପାଇଲେ ବା ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଲେ ସେମାନେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗର ମାର୍ଗଦର୍ଶିକା ଅନୁପାଳନ କରିବେ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଥମ କୋଭିଡ୍‌ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟିତ

ପ୍ରଥମ କୋଭିଡ୍‌ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟିତ

Read More...

ରାଜ୍ୟରେ ମୃତୁ୍ୟ ୭୦କୁ ବୃଦ୍ଧି : ଆଉ ୬୧୬ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ମୃତୁ୍ୟ ୭୦କୁ ବୃଦ୍ଧି : ଆଉ ୬୧୬ ଆକ୍ରାନ୍ତ ଚିହ୍ନଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page