କରୋନାକୁ ନେଇ ବିଚିତ୍ର ସ୍ଥିତି

July 13, 2020, ଓଡ଼ିଶା, , Anupambharat News Bureau


କରୋନାକୁ ନେଇ ବିଚିତ୍ର ସ୍ଥିତି
Anupambharat News Bureau
July 13, 2020

ବ୍ରହ୍ମପୁର,୧୩ା୭(ଅନୁପମ ମିଡ଼ିଆ): କରୋନାର ହଟସ୍ପଟ ଗଞ୍ଜାମ ଜିଲ୍ଲାରେ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି । ଡାକ୍ତରଖାନାକୁ ରୋଗୀ ଯିବାକୁ ଭୟ କରୁଥିବା ବେଳେ ଆକ୍ରାନ୍ତ ଆଖିବୁଜିଲେ ତାଙ୍କ ଶବକୁ କାନ୍ଧ ମିଳୁନି । ଅନ୍ୟପକ୍ଷେ ଗତ ମାର୍ଚ୍ଚ ୨୨ପରଠାରୁ ଜୁଲାଇ ୧୩ ପର୍ଯ୍ୟନ୍ତ ଦୀର୍ଘ ଚାରିମାସ ଧରି ଜିଲ୍ଲାରେ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଇଥିବା ଲକ୍‌ଡାଉନ ଏବଂ ସଟଡାଉନରେ ଲୋକେ ଏକ ପ୍ରକାର ଅଣନିଶ୍ୱାସୀ ହେବାରେ ଲାଗିଛନ୍ତି । ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇଥିବା ପ୍ରଶାସନ ପକ୍ଷରୁ କୁହାଯାଉଥିଲେ ସୁଦ୍ଧା କିଛି କୋହଳ କରିବାକୁ ଉଚିତ ମଣୁନଥିବାରୁ ଜିଲ୍ଲାରେ ଏକ ପ୍ରକାର ହାହାକାର ସ୍ଥିତି ଲାଗି ରହିଛି । ବର୍ତ୍ତମାନ ଜିଲ୍ଲାକୁ କରୋନା କବଳିତ କରିବାରେ ଲାଗିଥିବାରୁ ଦେହ ଖରାପ ହେଲେ ଲୋକେ ଡାକ୍ତରଖାନାକୁ ଯିବାକୁ ଭୟ କରିବାରେ ଲାଗିଛନ୍ତି । ପ୍ରଥମତଃ ବହୁ ଡାକ୍ତରଙ୍କୁ କୋଭିଡ଼ କାର୍ଯ୍ୟରେ ନିୟୋଜିତ କରାଯାଇଥିବାରୁ ଜିଲ୍ଲାର ପ୍ରାୟ ଡାକ୍ତରଖାନା ଏକ ପ୍ରକାର ଡାକ୍ତର ଶୂନ୍ୟ ହୋଇ ପଡ଼ିଛନ୍ତି । ଅନ୍ୟପକ୍ଷେ କିଏ କେତେବେଳେ କେଉଁ ସ୍ଥିତିରେ କରୋନା ପଜିଟିଭ୍‌ ଆସିବେ ଏହି ଆଶଙ୍କା ଉଭୟ ରୋଗୀ ଏବଂ ଡାକ୍ତରଙ୍କୁ ଘାରିବାରେ ଲାଗିଛି । ଫଳରେ ଡାକ୍ତର ମଧ୍ୟ ଠିକ୍‌ ଭାବେ ଦେଖିବାକୁ ପଛଘୁଞ୍ଚା ଦେବାରେ ଲାଗିଛନ୍ତି । ଅନ୍ୟପକ୍ଷେ ଜିଲ୍ଲାର କିଛି ରୋଗୀ ଭୁବନେଶ୍ୱର ଅଥବା କଟକ ଗଲେ ହଟସ୍ପଟ୍‌ରୁ ଆସିଥିବା ଦର୍ଶାଇ ସେମାନଙ୍କୁ ଫେରାଇ ଦିଆଯାଉଥିବା ଭଳି ଅଭିଯୋଗ ମଧ୍ୟ ଶୁଣିବାକୁ ମିଳୁଛି । ଫଳରେ କରୋନା ଲକ୍ଷଣ ନଥିବା ସାଧାରଣ ରୋଗୀ ଅଯଥା ହଇରାଣର ଶିକାର ହେବାରେ ଲାଗିଛନ୍ତି । ଅନ୍ୟପକ୍ଷେ ପ୍ରଶାସନ ପକ୍ଷରୁ ଜାରି ସ୍ୱାସ୍ଥ୍ୟସେବା ଜନିତ ଟେଲିଫୋନ ସେବା ଏଯାବତ୍‌ ସେତଟା ଆଦୃତ ହୋଇ ପାରିନଥିବା କୁହାଯାଇଛି । ତେବେ ଜିଲ୍ଲାରେ ଗତ କିଛି ଦିନ ହେବ ଆକ୍ରାନ୍ତ ଆଖିବୁଜିଲେ ଶବକୁ ଯେଭଳି ଭାବେ ବ୍ୟବହାର କରାଯାଉଛି ତାହା ଅତି ଦୟନୀୟ ସ୍ଥିତି ସୃଷ୍ଟି କରୁଛି । କିଏ ଜେସିପିରେ ଖୋଳି ପୋତିଥିବା ବେଳେ ଅନ୍ୟ କିଏ ମଶାଣିରେ ଶବକୁ ପକାଇ ଫେରାର ହେଉଛି । ଅନ୍ୟ କିଏ ନିରୁପାୟ ହୋଇ ଏକାକୀ ଶବ ନିକଟରେ ଜଗି ରହୁଛି । ଏଭଳି କିଛି ହୃଦୟବିଦାରକ ଦୃଶ୍ୟ ବର୍ତ୍ତମାନ ଜିଲ୍ଳାରେ ନିତିଦିନିଆ ହେବାରେ ଲାଗିଛି । ଏପରିକି କୋଭିଡ଼ ଯୋଦ୍ଧାଙ୍କ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ଗାଇଡଲାନ ମଧ୍ୟ ପାଳନ କରାଯାଉନଥିବା ଭଳି କଥା ପଦାକୁ ଆସିଛି । ଯାହାକି ଅଙ୍ଗନୱାଡ଼ି ସୁପରଭାଇଜରଙ୍କ କରୋନାରେ ମୃତୁ୍ୟ ପରେ ଏହି ଚିତ୍ର ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ସନ୍ଦିU ଦର୍ଶାଇ କିଛି ବେସାହାରାଙ୍କୁ ମେଡ଼ିକାଲ ନେବାକୁ ମଧ୍ୟ କେହି ଆଗଭର ହେଉନଥିବା ଦେଖିବାକୁ ମିଳିଛି । ଜିଲ୍ଲା ସବୁଠାରୁ ଅଧିକ ସମୟ ଲକ୍‌ଡାଉନ ଏବଂ ସଟଡାଉନରେ ରହିଛି । ଏହାକୁ ନେଇ ସମସ୍ତ ବର୍ଗର ଲୋକ ହନ୍ତସନ୍ତ ହେବାରେ ଲାଗିଛନ୍ତି । ହାତ ଧୋଇବା, ମାସ୍କ ପିନ୍ଦିବା ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ କଡ଼ାକଡ଼ି କରାଯାଉନଥିବା ବେଳେ ଲକ୍‌ଡାଉନ ଏବଂ ସଟଡାଉନକୁ ପ୍ରାଥମିକତା ଦିଆଯିବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି । ଅନ୍ୟପକ୍ଷେ
ଲକ୍‌ଡାଉନ ବେଳେ ଦୋକାନୀମାନେ ଅଳ୍ପ ସମୟ ଦୋକାନ ଖୋଲାକୁ ନେଇ ଲୋକଙ୍କଠାରୁ ଶୋଷଣ କରିବାରେ ଲାଗିଛନ୍ତି । ଷ୍ଟକ ନଥିବା କହି ଦରଦାମ ମନଇଛା ବଢ଼ାଉଛନ୍ତି । ଏନେଇ ହାରିଗୁହାରି ଶୁଣିବାକୁ କେହି ନଥିବା କୁହାଯାଇଛି । ପ୍ରଶାସନ ଏହାକୁ ନେଇ ଲୋକଙ୍କୁ କେବଳ ଅଶ୍ୱସନା ଦେବା ବ୍ୟତିତ ଅନ୍ୟ କିଛି ପଦକ୍ଷେପ ନେଇ ପାରିନଥିବା କୁହାଯାଇଛି । କରୋନା ସଂକ୍ରମଣ ଭୟ ସାଙ୍ଗକୁ ଏନେଇ ସୃଷ୍ଟି ଅନ୍ୟ ସ୍ଥିତିିରେ ଜିଲ୍ଲାବାସୀ ଏକ ପ୍ରକାର ଆଉଟୁପାଉଟୁ ହେବାରେ ଲାଗିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଂକ୍ରମଣ ଭୟ ବ୍ରହ୍ମପୁର ସୀମା ସିଲ୍‌

ସଂକ୍ରମଣ ଭୟ ବ୍ରହ୍ମପୁର ସୀମା ସିଲ୍‌

Read More...

ଜେଲ ଡିଜିଙ୍କ ମାତୃବିୟୋଗରେ ବିଭିନ୍ନ ମହଲରେ ଶୋକ

ଜେଲ ଡିଜିଙ୍କ ମାତୃବିୟୋଗରେ ବିଭିନ୍ନ ମହଲରେ ଶୋକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page