ଗଞ୍ଜାମରେ ବଢ଼ୁଛି କରୋନା ମୃତୁ୍ୟ

July 12, 2020, ଓଡ଼ିଶା, , Anupambharat News Bureau


ଗଞ୍ଜାମରେ ବଢ଼ୁଛି କରୋନା ମୃତୁ୍ୟ
Anupambharat News Bureau
July 12, 2020


ବ୍ରହ୍ମପୁର,୧୨ା୭(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲାରେ କରୋନା ମୃତୁ୍ୟ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ ତିନିରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତୁ୍ୟ ଜିଲ୍ଲାବାସୀଙ୍କ ମନରେ ଭୟ ସୃଷ୍ଟି କରିବାରେ ଲାଗିଛି । ଗତକାଲି ଦୁଇ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ଆଜି ପୁଣି ତିନି ଜଣଙ୍କ ମୃତୁ୍ୟ ଘଟିଛି । ଫଳରେ ଏହାକୁ ମିଶାଇ ଜିଲ୍ଲାରେ ଏଯାବତ୍‌ ୩୯ ଜଣଙ୍କ ମୃତୁ୍ୟ ଘଟିଛି । ସରକାରୀ ଭାବେ ଏହା ୩୯ ହୋଇଥିବା ବେଳେ ଏହାଠାରୁ ଅଧିକ ସଂଖ୍ୟାକ ମୃତୁ୍ୟ ଘଟିଥିବା କୁହାଯାଇଛି । ତେବେ ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣଙ୍କ ଅଧିକ ମୃତୁ୍ୟ ଘଟିଥିବାରୁ କେଉଁଠି ନା କେଉଁଠି କିଛି ଅବହେଳା ରହୁଥିବା ପ୍ରଶ୍ନ ଉଙ୍କିମାରିବାରେ ଲାଗିଛି । ରାଜ୍ୟରେ ମୃତୁ୍ୟ ସଂଖ୍ୟାର ଅଧାରୁ ଅଧିକ ଜିଲ୍ଲାର ରହିଛି । ସଂକ୍ରମଣରେ ମଧ୍ୟ ଜିଲ୍ଲା ଶୀର୍ଷରେ ରହିଛି । ଜିଲ୍ଲାରେ ଆଜି ରାଜ୍ୟର ସର୍ବାଧିକ ୨୩୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍‌ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍‌ ହସ୍ପିଟାଲରେ ଭର୍ଭି କରାଯାଇଛି । ଏଥିସହ ଜିଲ୍ଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୮୬୪ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ତିନି କରୋନା ସଂକ୍ରମିତଙ୍କର ମୃତୁ୍ୟ ଘଟିଛି । ଫଳରେ ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୬୪ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ବିଭାଗର ସୂଚନା ଅନୁସାରେ ମୃତକ ମାନେ ସମସ୍ତେ ଗଞ୍ଜାମ ଜିଲ୍ଲାର । ମୃତୁ୍ୟ ବରଣ କରିଥିବା ସମସ୍ତ ତିନି ଜଣ ପୁରୁଷ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତୁ୍ୟ ବରଣ କରିଥିବା କରୋନା ଆକ୍ରାନ୍ତଙ୍କର ବୟସ, ୫୦, ୫୬ ଓ ୬୫ ବର୍ଷ । ୫୬ ବର୍ଷୀୟ କରୋନା ରୋଗୀ ଜଣଙ୍କ ଡାଇବେଟିସ ରୋଗରେ ପୀଡିତ ଥିବା ଓ ୬୫ ବର୍ଷୀୟ ରୋଗୀ ଡାଇବେଟିସ ଓ ହାଇପର ଟେନସନରେ ପୀଡିତ ଥିବା ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଏଥି ସହିତ ଗଞ୍ଜାମ ଜିଲ୍ଲାରେ କରୋନାଜନିତ ମୃତୁ୍ୟ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି । ଗତ ଜୁନ୍‌ ପର୍ଯ୍ୟନ୍ତ ଏହି ସଂଖ୍ୟା ଏତଟା ବୃଦ୍ଧି ପାଇନଥିବା ବେଳେ ବର୍ତ୍ତମାନ ଜୁଲାଇ ପହିଲାରୁ ଜିଲ୍ଲାରେ ମୃତୁ୍ୟ ସଂଖ୍ୟା ଢ଼େର ବୃଦ୍ଧି ପାଇବାରେ ଲାଗିଛି ।
ଗଞ୍ଜାମ ଜିଲ୍ଲା ପରେ ଖୋର୍ଦ୍ଧାରେ କରୋନା ମୃତ ୯ଥିବା ବେଳେ କଟକରେ ୬ରେ ପହଞ୍ଚିଛି । ପୁରୀରେ ୨ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ସୁନ୍ଦରଗଡ଼, ବରଗଡ଼, ଅନୁଗୁଳ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ଜଣେ ଲେଖାଏଁମୃତୁ୍ୟବରଣ କରିଛନ୍ତି । ତେବେ ଜିଲ୍ଲାରେ ମୃତୁ୍ୟବରଣ କରୁଥିବା ବ୍ୟକ୍ତି କ୍ୱାରେଣ୍ଟାଇନରେ ରହିଥିଲେ କି ନାହିଁ ସେ ନେଇ ମଧ୍ୟ ପ୍ରଶାସନ ପକ୍ଷରୁ ଜିଲ୍ଳାବାସୀଙ୍କୁ ଅନ୍ଧାରରେ ରଖାଯାଉଥିବାରୁ ଜଟିଳ ସ୍ଥିତି ସୃଷ୍ଟି ହେବାରେ ଲାଗିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଞ୍ଚ ଜିଲ୍ଲାରେ ପ୍ରବଳ ବର୍ଷିବ

ପାଞ୍ଚ ଜିଲ୍ଲାରେ ପ୍ରବଳ ବର୍ଷିବ

Read More...

ପ୍ରଥମ ଥର ପାଇଁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିଲେ ୟୁଏସ ରାଷ୍ଟ୍ରପତି

ପ୍ରଥମ ଥର ପାଇଁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିଲେ ୟୁଏସ ରାଷ୍ଟ୍ରପତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page