ବ୍ୟାଙ୍କରେ ମିଳିଲାନି ଚାକିରୀ, ନକଲି ବ୍ୟାଙ୍କ ଖୋଲି ଅଭିଯୁକ୍ତ ସମେତ ୩ ଗିରଫ

July 12, 2020, ଦେଶ, , Anupambharat News Bureau


ବ୍ୟାଙ୍କରେ ମିଳିଲାନି ଚାକିରୀ, ନକଲି ବ୍ୟାଙ୍କ ଖୋଲି ଅଭିଯୁକ୍ତ ସମେତ ୩ ଗିରଫ
Anupambharat News Bureau
July 12, 2020

କୁzାଲୋର: ଏପର୍ଯ୍ୟନ୍ତ ନକଲି ନୋଟ, ବ୍ୟାଙ୍କ ଆକାଉଣ୍ଟ ଓ ଚେକ୍‌ ସମ୍ପର୍କରେ ସମସ୍ତେ ଜାଣିଛନ୍ତି ହେଲେ ନକଲି ବ୍ୟାଙ୍କ ଶାଖା କଥା ହୁଏତ ସହଜରେ କେହି ବିଶ୍ୱାସ କରିବେନି । ତେବେ ତାମିଲନାଡୁ କୋଡାଲୋରର ନକଲି ବ୍ୟାଙ୍କ ଶାଖା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଭାରତର ସବୁଠୁ ବଡ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆଙ୍କ ଏହି ନକଲି ଶାଖା ଗତ ଏପ୍ରିଲରୁ କାର୍ଯ୍ୟକ୍ଷମ ହୋଇଥିଲେ ହେଁ ଏ ସମ୍ପର୍କରେ କାହାରିକୁ ଜଣା ନଥିଲା । ତେବେ ଜଣେ ଗ୍ରାହକ ଏ ସମ୍ପର୍କରେ ଧ୍ୟାନ ଆକର୍ଷଣ କରିବା ପରେ ଘଟଣା ସମସ୍ତଙ୍କ ନଜରକୁ ଆସିଛି ।
ତାମିଲନାଡୁ କୋଡଲୋର ଜିଲ୍ଲା ପନଋତୀରେ ଏସବିଆଙ୍କର ଏହି ଶାଖା ଗତ ଏପ୍ରିଲରେ ଖୋଲିଥିଲା । ଲୋକେ ଆକାଉଣ୍ଟ ଖୋଲି ଟଙ୍କା ନେଣଦେଣ କରିବା ମଧ୍ୟ ଆରମ୍ଭ କରିସାରିଥିଲେ । ହେଲେ ପନଋତୀରେ ଥିବା ଅନ୍ୟ ୨ଟି ଏସବିଆଇ ଶାଖା ଏ ସମ୍ପର୍କରେ ଅନଭିଜ୍ଞ ଥିଲେ । ତେବେ ଜଣେ ଗ୍ରାହକଙ୍କ ଅଭିଯୋଗ ପରେ ଏହି ଶାଖାର ବାସ୍ତବତା ସମ୍ପର୍କରେ ଜଣା ପଡିଥିବା ବେଳେ ପୋଲିସ ଏପରି ନକଲି ଶାଖା ଖୋଲିଥିବା ଜଣେ ୧୯ ବର୍ଷ ବୟସ୍କ ଯୁବକଙ୍କ ସମେତ ଏଥିଲାଗି ଅନ୍ୟ ଆନୁଷଙ୍ଗିକ ସହାୟତା କରିଥିବା ଅନ୍ୟ ୨ଜଣଙ୍କୁ ପୋଲିସ ଗିରଫ କରିଛି ।
ତେବେ ଏମାନେ ବ୍ୟାଙ୍କ ନାମରେ କାହାରିକୁ ଠକେଇ କରିଥିବାର ଅଭିଯୋଗ ମିଳି ନାହିଁ । ତେବେ ଏପରି ବ୍ୟାଙ୍କର ସଂସ୍ଥାପକ ତଥା ମ୍ୟାନେଜର କମଲ (୧୯)ର ଅଭିଭାବକ ବ୍ୟାଙ୍କରେ ଚାକିରୀ କରୁଥିଲେ ବୋଲି ଜଣାପଡିଛି । ସେମାନଙ୍କ ପାଖକୁ ବ୍ୟାଙ୍କ ଯାଇ ଆସି କମଲର ବ୍ୟାଙ୍କ ସମ୍ପର୍କରେ ଅଭିଜ୍ଞତା ମଧ୍ୟ ହୋଇ ଯାଇଥିଲା ।
ପିତାଙ୍କ ପରଲୋକ ହୋଇଥିବା ବେଳେ ମା ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଏଥିରେ କମଲ ଅନୁକମ୍ପା ଆଧାରରେ ଚାକିରୀଟେ ଲାଗି ବ୍ୟାଙ୍କକୁ ନିବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତା ନିବେଦନ ଉପରେ ବିଚାର ହୋଇ ନାହିଁ । ଏଣୁ ଖାଲି ବସିବା ଅପେକ୍ଷା ବ୍ୟାଙ୍କଟେ ଖୋଲିଦେଲେ କିପରି ହୁଅନ୍ତା ଏହି ବିଚାରରେ ସେ ଏସବିଆଇ ନାମରେ ବ୍ୟାଙ୍କ ଶାଖାଟିଏ ସ୍ଥାପନା କରିଦେଇଥିଲେ । ଏହି ଶାଖାରେ ଅନ୍ୟ ବ୍ୟାଙ୍କ ଶାଖା ଭଳି ସମସ୍ତ କାଉଣ୍ଟର ସମେତ ଟେଲର ଆଦି କାର୍ଯ୍ୟକ୍ଷମ ଥିବାର ଦେଖାଯାଇଛି ।
ସେହିପରି ବ୍ୟାଙ୍କର ଜମା ଓ ଉଠାଣ ରସିଦ ମଧ୍ୟ ଠିକ୍‌ ଏସବିଆଇ ବ୍ୟାଙ୍କ ପରି ଓ ରବର ଷ୍ଟାମ୍ପ ମଧ୍ୟ ଅବିକଳ । ବ୍ୟାଙ୍କର ସମସ୍ତ ଷ୍ଟେସନାରୀ ମଧ୍ୟ ଏସବିଆଇ ଷ୍ଟେସନାରୀ ଭଳିଛ ତେବେ ଜଣେ ଗ୍ରାହକ ଏ ନେଇ ସହରରେ ଥିବା ଅନ୍ୟ ଏକ ଶାଖାକୁଯାଇ ପଚରା ଉଚରା କରିବା ବେଳେ ବ୍ୟାଙ୍କ ମ୍ୟାନେଜର ନକଲି ଶାଖା ସମ୍ପର୍କରେ ଜାଣିବାକୁ ପାଇଥିଲେ ।
ସେ ଏହାର ତଦନ୍ତ କରିବା ପରେ ପୋଲିସକୁ ଜଣାଇଥିଲେ । ପୋଲିସ ବ୍ୟାଙ୍କକୁ ସିଲ କରିବା ସହ କମଲ ସମେତ ତାକୁ ରବର ଷcାମ୍ପ ଦେଇଥିବା ମଣିକମ( ୫୨) ଓ ଷ୍ଟେସନାରୀ ଦେଇଥିବା ପ୍ରିଣ୍ଟିଂ ପ୍ରେସ ସଞ୍ଚାଳକ କୁମାର(୪୨)ଙ୍କୁ ପୋଲିସ ଗିରଫ କରିଛି । ଘଟଣା ଏବେ ପନଋତୀରେ ଚର୍ଚ୍ଚାର ବିଷୟ ପାଲଟିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା କବଳରେ ବଚ୍ଚନ ପରିବାର

କରୋନା କବଳରେ ବଚ୍ଚନ ପରିବାର

Read More...

ତିରୁମାଲା ମନ୍ଦିର କୁ ଜଣେ ଅଜଣା ଶ୍ରଦ୍ଧାଳୁ ଦାନ କରିଛନ୍ତି ୨୦ଟି ସୁନା ବିସ୍କୁଟ

ତିରୁମାଲା ମନ୍ଦିର କୁ ଜଣେ ଅଜଣା ଶ୍ରଦ୍ଧାଳୁ ଦାନ କରିଛନ୍ତି ୨୦ଟି ସୁନା ବିସ୍କୁଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page