ଏନ୍‌କାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ନିହତ

July 10, 2020, ଦେଶ, , Anupambharat News Bureau


ଏନ୍‌କାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ନିହତ
Anupambharat News Bureau
July 10, 2020

ନୂଆଦିଲ୍ଲୀ,୧୦ା୭: ପୋଲିସ ଏନ୍‌କାଉଣ୍ଟରରେ ଶୁକ୍ରବାର ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ନିହତ ହୋଇଛି । ଦୁବେକୁ ଗତକାଲି ଉଜୟିନିର ମହାକାଳ ମନ୍ଦିର ନିକଟରେ ଏସ୍‌ଟିଏଫର ଏକ ଟିମ୍‌ ଗିରଫ କରିଥିଲା । ଦୁବେକୁ କାନପୁର ନେବା ସମୟରେ ବର୍ଷା ଯୋଗୁ ତାକୁ ନେଇ ଯାଉଥିବା ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହାର ସୁଯୋଗରେ ଜଣେ ପୋଲିସର ବନ୍ଧୁକ ଛଡ଼ାଇ ଦୁବେ ଗୁଳି ଚଳାଇ ଖସି ଯିବାକୁ ଉଦ୍ୟମ କରିଥିଲା । ତେବେ ପୋଲିସ ମଧ୍ୟ ଆତ୍ମରକ୍ଷା କରିବା ପାଇଁ ଦୁବେଙ୍କ ଉପରକୁ ଗୁଳି ଚଳାଇଥିଲେ । ତେବେ ପୋଲିସ ବିକାଶ ଦୁବେକୁ ଉକ୍ତ ସ୍ଥାନରେ ଏନ୍‌କାଉଣ୍ଟର କରିଥିବା ଜଣାପଡିଛି । ତତ୍‌କ୍ଷଣାତ ଗୁରୁତର ଅବସ୍ଥାରେ ଯଦିଓ ଦୁବେକୁ ମେଡିକାଲ ସ୍ଥାନାନ୍ତରଣ କରାଯାଇଥିଲା ତେବେ ଡାକ୍ତର ସେଠାରେ ମୃତୁ୍ୟ ଘୋଷଣା କରିଥିଲେ । ଆଜିର ଏନ୍‌କାଉଣ୍ଟର ଘଟଣାକୁ ନେଇ ଉତ୍ତର ପ୍ରଦେଶରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । କାନ୍‌ପୁର ଠାରେ ଦୀର୍ଘ ୩୦ ବର୍ଷ ପର୍ଯ୍ୟନ୍ତ ବିକାଶ ତାର ଅପରାଧର ନେଟୱର୍ାକ ବା ସାମ୍ରାଜ୍ୟ ଚଳାଇଥିଲା ।ଏଥିରେ କେତେକ ରାଜନେତା ସମ୍ପୃକ୍ତ ଥିବା ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । ଉଲ୍ଲେଖ ଥାଉକି ନିକଟରେ ଦୁବେକୁ ଗିରଫ କରିବା ପାଇଁ ଏକ ପୋଲିସ ଟିମ୍‌ ତାହାର ଆzା ସ୍ଥଳୀରେ ପହଞ୍ଚିଥିବା ବେଳେ ଜଣେ ଡିଏସପିଙ୍କ ସମେତ ୮ ଜଣ ପୋଲିସକୁ ଦୁବେ ଏନ୍‌କାଉଣ୍ଟର କରି ହତ୍ୟା କରିଥିଲା । ଦୀର୍ଘ ଦିନ ଫେରାର ରହିବା ପରେ ଗତକାଲି ତାକୁ ପୋଲିସ ଗିରଫ କରିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଶ୍ୱରେ କରୋନା ମୃତ ୫.୬୫ ଲକ୍ଷ ଟପିଲା

ବିଶ୍ୱରେ କରୋନା ମୃତ ୫.୬୫ ଲକ୍ଷ ଟପିଲା

Read More...

ବିଧାନସଭା ସଟ ଡାଉନ୍‌

ବିଧାନସଭା ସଟ ଡାଉନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page