ଅଭିନେତ୍ରୀ ହେବା ସହଜ ନୁହେଁ: ଅପସରା

July 10, 2020, ଦେଶ, , Anupambharat News Bureau


ଅଭିନେତ୍ରୀ ହେବା ସହଜ ନୁହେଁ: ଅପସରା
Anupambharat News Bureau
July 10, 2020

ବେଙ୍ଗାଲୁରୁ: ହିନ୍ଦୀ ଚଳଚିତ୍ରରେ ମୁଖ୍ୟ ନାୟିକା ହେବେ ଓଡ଼ିଶାର ଓଡିଆ ଝିଅ ଅପସରା ରାଣୀ । ବଲିଉଡ୍‌ ପ୍ରଯୋଜକ ଓ ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ଫିଲ୍ମ ‘ଥ୍ରୀଲର’ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ଅପସରା ହେଉଛନ୍ତି ଓଡିଶା ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ୍‌ କଣ୍ଟିଲୋ ଗ୍ରାମର ଚନ୍ଦ୍ରଶେଖର ମହାରଣା ଓ ସନ୍ଧ୍ୟାରାଣୀଙ୍କ ସାନ ଝିଅ । ପିତା ଚନ୍ଦ୍ରଶେଖର ବାୟୁସେନା କର୍ମଚାରୀ ହୋଇଥିବାରୁ ଭାରତର ବିଭିନ୍ନ ସହରରେ କାର୍ଯ୍ୟ କରିଛନ୍ତି ।
ଅପସରାଙ୍କ ଜନ୍ମ ଡେରାଡୁନରେ ଓ ପାଠପଢା ସମୟ ବେଙ୍ଗାଲୁରୁ, ନୂଆଦିଲ୍ଲୀ ଓ କର୍ଣ୍ଣାଟକ ରାଜ୍ୟ ବେଲଗାଁରେ କଟିଛି । ସେ ପରିବାର ସହ ନୂଆଦିଲ୍ଲୀରେ ରହିବା ବେଳେ କ୍ରମାଗତ ୪ ବର୍ଷ ନୃତ୍ୟ ପାଇଁ ଶ୍ରେଷ୍ଠ ପୁରସ୍କାର ବିଜେତା ହୋଇଥିଲେ । ଦିଲ୍ଲୀରେ କଥକ ନୃତ୍ୟ ଶିକ୍ଷା ଲାଭ କରିଥିଲେ । ବେଲଗାଁ ଜି. ଆଇ.ଟି କଲେଜରୁ କମ୍ପ୍ୟୁଟର ଇଂଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି । ୨୦୧୬ ମସିହାରେ କଲେଜ ତରଫରୁ ଫ୍ୟାସନ୍‌ ପ୍ରତିଯୋଗିତାରେ ସମ୍ମାନିତ ହୋଇଥିଲେ । ମୁମ୍ବାଇରେ ଅନୁଷ୍ଠିତ ଅଲ୍‌ ଇଣ୍ଡିଆ ମିସ୍‌ ୟୁନଭରସିଟି ପ୍ରତିଯୋଗିତାରେ ପ୍ରଥମ ହୋଇଥିଲେ ।
୨୦୧୭ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ମିସ୍‌ ବେଙ୍ଗାଲୁରୁ ପ୍ରତିଯୋଗିତାରେ ସେ ରନର୍ସ ଅପ୍‌ ହୋଇଥିଲେ । ତାଙ୍କ ଅଭିନୀତ ଏକ କ୍ଷୁଦ୍ର ସିନେମା ଦୁବାଇରେ ଶ୍ରେଷ୍ଠ ବିବେଚିତ ହୋଇଥିଲା । ଅପସରା କଲେଜ ପାଠପଢା ସମୟରେ ବହୁ ଜାତୀୟ ବିଜ୍ଞାପନ ତଥା ଫ୍ୟାସନ୍‌ ସୋରେ ମଧ୍ୟ ଭାଗ ନେଇଥିଲେଛ ଅପସରା ଦୁଇଟି ଦକ୍ଷିଣ ଭାରତୀୟ ଚଳଚିତ୍ରରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ।
ଏହି ତେଲୁଗୁୁ ଚଳଚ୍ଚିତ୍ରରେ ଅଭିନୟ କରିବା ସମୟରେ ଅପସରାଙ୍କ ଭେଟ ହୋଇଥିଲା ରାମଗୋପାଳ ବର୍ମାଙ୍କ ସହ । ପ୍ରଥମ ଦେଖାରେ ରାମଗୋପାଳ ଅପସରାଙ୍କୁ ନିଜ ଚଳଚ୍ଚିତ୍ରରେ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବର୍ତ୍ତମାନ ସେ ରାମଗୋପାଳ ବର୍ମାଙ୍କ ଦୁଇଟି ହିନ୍ଦୀ ସିନେମା ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଅପସରାଙ୍କ ପ୍ରଥମ କ୍ଷୁଦ୍ର ଚଳଚିତ୍ର ଥ୍ରୀଲର୍ର ସୁଟିଂ ହାଇଦ୍ରାବାଦରେ ଆରମ୍ଭ ହୋଇଥିବା ବେଳେ ଅନ୍ୟ ସିନେମାର ନାଁ ଘୋଷଣା କରାଯାଇନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ଆକ୍ରାନ୍ତ ଓ ସୁସ୍ଥରେ ରେକର୍ଡ଼

ରାଜ୍ୟରେ ଆକ୍ରାନ୍ତ ଓ ସୁସ୍ଥରେ ରେକର୍ଡ଼

Read More...

ଆମେରିକା ସୈନ୍ୟଙ୍କୁ ଡରିଲା ଚୀନ୍‌

ଆମେରିକା ସୈନ୍ୟଙ୍କୁ ଡରିଲା ଚୀନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page