କରୋନା ନେଲା ଆଉ ପାଞ୍ଚ ମୁଣ୍ଡ

July 04, 2020, ଓଡ଼ିଶା, , Anupambharat News Bureau


କରୋନା ନେଲା ଆଉ ପାଞ୍ଚ ମୁଣ୍ଡ
Anupambharat News Bureau
July 04, 2020

ଭୁବନେଶ୍ୱର,୪ା୭(ଅନୁପମ ମିଡ଼ିଆ): ରାଜ୍ୟରେ ଆଜି ପୁଣି ପାଞ୍ଚ ଜଣ କରୋନା ସଂକ୍ରମିତଙ୍କର ମୃତୁ୍ୟ ଘଟିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି । ଏହା ସହ ରାଜ୍ୟରେ ମୋଟ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୩୪ରେ ପହଞ୍ଚିଛି । ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଥିବା ବେଳେ ଗଞ୍ଜାମରୁ ୩ ଜଣ ଅଛନ୍ତି । ଗଞ୍ଜାମର ୩ ମୃତକଙ୍କ ବୟସ ଯଥାକ୍ରମେ ୫୦, ୨୭ ଓ ୩୫ ବର୍ଷ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରର ଦୁଇ ମୃତକଙ୍କ ବୟସ ୫୧ ଓ ୬୪ ବର୍ଷ । ଏମାନେ ସମସ୍ତେ ପୁରୁଷ ବୋଲି ସୂଚନା ଦିଆ ଯାଇଛି । ଗଞ୍ଜାମ ଜିଲ୍ଲାରେ ତିନି ଜଣଙ୍କର ମୃତୁ୍ୟ ହେବା ପରେ ଜିଲ୍ଲାରେ କରୋନାଜନିତ ମୃତକଙ୍କ ସଂଖ୍ୟା୨୦କୁ ବୃଦ୍ଧି ପାଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ମୃତୁ୍ୟ ସଂଖ୍ୟା ୭ରେ ପହଞ୍ଚିଥିବା ବେଳେ କଟକରୁ ଚାରି, ଅନୁଗୁଳ, ବରଗଡ଼ ଓ ପୁରୀରୁ ଜଣେ ଲେଖାଏଁ ମୃତକ ଅଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୁଳି ବିନିମୟ, ଚାରି ମାଓବାଦୀ ନିହତ

ଗୁଳି ବିନିମୟ, ଚାରି ମାଓବାଦୀ ନିହତ

Read More...

ଏଏଚଆରସି ଓ ଏସସିବି ହେଉଛି ସପୁର ସ୍ପ୍ରେଡର! ପାଞ୍ଚ ଦିନ ପାଇଁ କଟକ ସଟ୍‌ଡାଉନ୍‌

ଏଏଚଆରସି ଓ ଏସସିବି ହେଉଛି ସପୁର ସ୍ପ୍ରେଡର! ପାଞ୍ଚ ଦିନ ପାଇଁ କଟକ ସଟ୍‌ଡାଉନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page