ମୋହନାରେ ସମସ୍ୟା ଅନେକ, ପରିବର୍ତ୍ତନ ଶୂନ୍‌

May 17, 2019, ଓଡ଼ିଶା, , Anupambharat News Bureau


ମୋହନାରେ ସମସ୍ୟା ଅନେକ, ପରିବର୍ତ୍ତନ ଶୂନ୍‌
Anupambharat News Bureau
May 17, 2019

ମୋହନା, ୧୭ ।୫(ଅନୁପମ ମିଡ଼ିଆ): ଗଜପତି ଜିଲ୍ଲା ମୋହନା ବ୍ଳକ ଓଡିଶାର ଦ୍ୱିତୀୟ ବୃହତ୍ତମ ବ୍ଳକ । କିନ୍ତୁ ଏଠି ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଅନେକ ରାଜନେତା ଏହି ଅଞ୍ଚଳରେ ବିଜୟ ଲାଭ କରି ଆସୁଛନ୍ତି ଯାଉଛନ୍ତି । ନିର୍ବାଚନ ଆସିଲେ ନେତାଙ୍କ ବଡ଼ ବଡ଼ ପ୍ରତିଶ୍ରୁତି ଦିଅନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ସେଗୁଡ଼ିକ ପାଣିର ଗାର ଭଳି ସମୟ ସ୍ରୋତରେ ଭାସିଯାଏ । ସମସ୍ୟା ପୂର୍ବପରି ରହିଥାଏ । ଲୋକେ ସେହି ହଇରାଣ ହରକତରେ କାଳ କାଟନ୍ତି । ପରିସ୍ଥିତିରେ କୌଣସି ପ୍ରକାର ପରିବର୍ତ୍ତନ ଘଟୁନଥିବାରୁ ଲୋକଙ୍କ ମନରେ ରାଜନେତାଙ୍କ ପ୍ରତି କ୍ଷୋଭ ବୃଦ୍ଧିପାଇବାରେ ଲାଗିଛି । ଶହ ଶହ ଜନସାଧାରଣ ମୋହନା ଦେଇ ବ୍ରହ୍ମପୁର, ଭୁବନେଶ୍ୱର, ବିଶାଖପାଟଣା, ପାରଳାଖେମୁଣ୍ଡି, ରା.ଉଦୟଗିରି, ରାଇପଙ୍କା, ରାୟଗଡା, ଜୟପୁର, ରାଇପୁର ଆଦି ଅଞ୍ଚଳକୁ ଯାତାୟତ କରିବାକୁ ହେଲେ ମୋହନା ଦେଇ ଯିବାକୁ ପଡିଥାଏ ।
କିନ୍ତୁ ମୋହନାରେ ବସଷ୍ଟାଣ୍ଡ ଟିଏ ନଥିବାରୁ ଖରା, ବର୍ଷା, ଶୀତରେ ଲୋକେ ବାହାରେ ଛିଡା ହୋଇ ବସକୁ ଅପେକ୍ଷା କରିଥାନ୍ତି । ସେପରି ଶୌଚାଳୟ, ପିଇବା ପାଣି, ବିଶ୍ରାମଗାର ନଥିବାରୁ ଲୋକେ ଖୋଲାରେ ଶୌଚ କରିବାକୁ ଯାଇ ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଛନ୍ତି । ୨୦୧୬-୧୭ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ବସଷ୍ଟାଣ୍ଡ ନିର୍ମାଣ ପାଇଁ ୩୦ ଲକ୍ଷ ଟଙ୍କା ବିଆରଜିଏଫ୍‌ ଗ୍ରାମର ନାମରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ମଞ୍ଜୁର ହୋଇଥିଲା । ଟଙ୍କାଟି ମାଟି ପକାଇ ସମତଳ କରିବାରେ ଖର୍ଚ୍ଚ ହୋଇଯାଇଥିବାରୁ ଉକ୍ତ ଫଣ୍ଡରେ ଟଙ୍କା ଅଭାବ ଦର୍ଶାଇ ବସଷ୍ଟାଣ୍ଡ ଅଧାପାନ୍ତରିଆରେ ରହିଯାଇଛି । ଯାହା ଫଳରେ ଲୋକେ ରାସ୍ତା କଡେ, ପେଟ୍ରୋଲ ପମ୍ପ ପାଶ୍ୱର୍ରେ ଛିଡା ହୋଇ ବସକୁ ଅପେକ୍ଷା କରୁଛନ୍ତି । ଏପିରିକି ଶୌଚାଳୟଟି ନଥିବାରୁ ମହିଳାମାନଙ୍କୁ ୫୦୦ ମିଟର ଦୂରରେ ଏକ ରାସ୍ତା କଡକୁ ଯିବାକୁ ପଡୁଛି । ଯାହା ଫଳରେ ନାହିଁ ନଥିବା ରୋଗରେ ଆକ୍ରାନ୍ତ ହେବାକୁ ପଡିଥାଏ । ପିଇବା ପାଇଁ ଜଳଛତ୍ର ଖୋଲିଥିଲେ ମଧ୍ୟ ଉକ୍ତ ଜଳଛତ୍ରରେ ବ୍ୟାନେର ପୋଷ୍ଟର ନଥିବାରୁ ଲୋକେ ପାଣି ପିଇବାକୁ ଆଶଙ୍କା ପ୍ରକାଶ କରୁଛନ୍ତି । ଉକ୍ତ ପାଣିରେ କାଳେ କିଏ କୌଣସି ପ୍ରକାର ଦ୍ରବ୍ୟ ପକାଇ ଦେଇଥିବ ବୋଲି ଲୋକେ ପିଉନଥିବା ନବନିର୍ମାଣ ସଂଘର ସଭାପତି ନିର୍ମଲ ପାଲ କହିଛନ୍ତି । ଏ ବିଷୟକୁ ନେଇ ସ୍ଥାନୀୟ ବିଡିଓ ବଂଶୀଧର ଖୋସଲାଙ୍କୁ ପଚାରିବାରୁ ଅଳ୍ପ ସମୟ ମଧ୍ୟରେ ଉକ୍ତ ସମସ୍ୟାର ସମାଧାନ କରାଯିବ ବୋଲି ମତାମତ ଦେଇଛନ୍ତି । ଖୁବ୍‌ଶୀଘ୍ର ମୋହନାର ସମସ୍ୟା ସମାଧାନ କରାନଗଲେ ଆଗାମୀ ଦିନରେ ଯେ, ବଡ଼ ଧରଣର ଆନ୍ଦୋଳନ ମୁଣ୍ଡ ନ ଟେକିବ, ତାହା କିଏ କହିବ ?





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲେଡ଼ି ଡ଼ନ୍‌ ମାମା ପଟ୍ଟନାୟକ ଗିରଫ

ଲେଡ଼ି ଡ଼ନ୍‌ ମାମା ପଟ୍ଟନାୟକ ଗିରଫ

Read More...

ହିଞ୍ଜିଳିକାଟୁ ପ୍ରସିଦ୍ଧ ଲକ୍ଷ୍ମୀ ନୃସିଂହ ଯାତ୍ରା ଆରମ୍ଭ

ହିଞ୍ଜିଳିକାଟୁ ପ୍ରସିଦ୍ଧ ଲକ୍ଷ୍ମୀ ନୃସିଂହ ଯାତ୍ରା ଆରମ୍ଭ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page