ପୁରୁମୁଣ୍ଡା ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅନୀୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

June 08, 2020, ଓଡ଼ିଶା, କେନ୍ଦୁଝର, Anupambharat News Bureau


ପୁରୁମୁଣ୍ଡା ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅନୀୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ
Anupambharat News Bureau
June 08, 2020

କେନ୍ଦୁଝର, ୮ା୬: ଘଟଗାଁ ବ୍ଲକ ପୁରୁମୁଣ୍ଡା ପଞ୍ଚାୟତରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟାପକ ଅନୀୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ପୁରୁମୁଣ୍ଡା ଗ୍ରାମବାସୀ । ସୋମବାର ଦିନ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଭାବେ ଅଭିଯୋଗ କରି ଏହାର ତଦନ୍ତ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ପ୍ରତ୍ୟେକ ସରକାରୀ କାର୍ଯ୍ୟ ଆରମ୍ଭ ପୂର୍ବରୁ ଜନ ସହଭାଗିତାରେ ପଲ୍ଲୀସଭା,କାର୍ଯ୍ୟକର୍ତ୍ତା ମନୋନୟନ,ସୂଚନା ଫଳକ ନିର୍ମାଣ ଓ ଫଳକରେ କାର୍ଯ୍ୟର ଅନୁଦାନକାରୀ ସଂସ୍ଥାର ନାମ ,ଅନୁମୋଦିତ ରାଶି,ସମୟସୀମା ଓ ବର୍ଷ ଇତ୍ୟାଦି ଉଲ୍ଲେଖ କରାନଯାଇ ଲୋକଙ୍କୁ ଅନ୍ଧାରରେ ରଖି ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଛି । ମନରେଗା ଯୋଜନାରେ ଜବକାର୍ଡଧାରୀଙ୍କୁ କାମ ମିଳୁନାହିଁ । ଜବକାର୍ଡଧାରୀ କାମ ନପାଇ ବାହାରକୁ କାମ ପାଇଁ ଯାଉଛନ୍ତି । ଏହି ପଞ୍ଚାୟତର ଅସନବାହାଳୀ ଗ୍ରାମର ବିପିନ ଘରଠାରୁ ଭୀମସେନ ଘର ପର୍ଯ୍ୟନ୍ତ କେନାଲ କାର୍ଯ୍ୟର ଉନ୍ନତିକରଣରେ ଅନୀୟମିତତା,ବାରିକ ସାହିରେ ନିମ୍ନମାନର କଂକ୍ରିଟ ରାସ୍ତା ନିର୍ମାଣ,ଅସନବାହାଳି ପ୍ରାଥମିକ ବିଦ୍ୟାଳୟରେ ନିର୍ମିତ ହୋଇଥିବା ପାଚେରୀ,ଗୟଳମୁଣ୍ଡା ଗ୍ରାମର ଗାଧୁଅଘର ନିର୍ମାଣ ଓ ପୁରୁମୁଣ୍ଡା ଗ୍ରାମର ରାଜା ପୋଖରୀ ପଙ୍କ ଉଦ୍ଧାର କାର୍ଯ୍ୟ,ମନରେଗା ଯୋଜନାରେ ବାୟାବରଠାରୁ ପ୍ରଧାନ ଘର ପର୍ଯ୍ୟନ୍ତ କେନାଲ ଉନ୍ନତି କରଣ କାର୍ଯ୍ୟରେ ଅନୀୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିସହ ମନରେଗା ଯୋଜନାରେ ମହାନ୍ତି ଘରପାଖ ପୋଖରୀ ଜବକାର୍ଡଧାରୀଙ୍କ ଦ୍ୱାରା ନକରାଇ ଚଞ୍ଚକତା କରି ଜେସିବି ସାହାଯ୍ୟରେ ରାତିଅଧିଆ କାମ ହୋଇଥିବା ଅଭିଯୋଗ ହୋଇଛି । ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଅନେକ ପ୍ରକଳ୍ପରେ ସାଇନବୋର୍ଡରେ ପ୍ରକଳ୍ପ କାର୍ଯ୍ୟର ମୂଲ୍ୟ,କାର୍ଯ୍ୟ ଆରମ୍ଭ ତାରିଖ,କାର୍ଯ୍ୟ ଶେଷ ତାରିଖ,ବ୍ୟୟ ଅଟକଳ ଇତ୍ୟାଦି ଉଲ୍ଲେଖ ନକରି କାର୍ଯ୍ୟ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମନରେଗା ଆକ୍ସନ ପ୍ଲାନରେ ପଞ୍ଚାତର ସମସ୍ତ ଗ୍ରାମରେ କାର୍ଯ୍ୟ ରଖାଯାଉନଥିବାରୁ ଅନେକ ଗାଁରେ ଉନ୍ନତି ମୂଳକ କାର୍ଯ୍ୟ ହୋଇ ପାରୁନାହିଁ । କେତେକ ଗ୍ରାମରେ ଅଧିକ କାମ ହେଉଥିବାବେଳେ କେତେକ ଗ୍ରାମରେ କମ ପ୍ରକଳ୍ପ ଆକ୍ସନ ପ୍ଲାନରେ ରହୁଛି । ଏହି ପଞ୍ଚାତର ଗରିବ ଶ୍ରେଣୀ ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅଟନ୍ତି । ଏହି ପଞ୍ଚାୟତରେ ନୂତନ ଜବକାର୍ଡ ପାଇଁ ପଦକ୍ଷେପ ନିଆଯାଉନଥିବା ଏବଂ ଯେଉଁମାନଙ୍କ ପାଖରେ ଜବକାର୍ଡ ଅଛି ସେମାନେ କାମ ଡିମାଣ୍ଡ କଲେ କାର୍ଯ୍ୟ ମିଳୁନଥିବା ଅଭିଯୋଗ ହୋଇଛି । ଲକ୍ଡାଉନ ସମୟରେ ଶ୍ରମଜୀବୀ କାମ ନପାଇ ଅସୁବିଧାରେ ଥିବାବେଳେ ପଞ୍ଚାୟତ ପକ୍ଷରୁ ଏ ଦିଗରେ ପଦକ୍ଷେପ ନିଆଯାଉନାହିଁ । ପୁରୁମୁଣ୍ଡା ପଞ୍ଚାୟତରେ ଗତ ୨ ବର୍ଷ ମଧ୍ୟରେ ହୋଇଥିବା ସମସ୍ତ ବିକାଶ ମୂଳକ କାର୍ଯ୍ୟର ସ୍ୱତନ୍ତ୍ର ସମୀକ୍ଷା କରିବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି । ଜିଲ୍ଲାପାଳ ବିଡିଓ ଘଟଗାଁ,ସରପଞ୍ଚ ପୁରୁମୁଣ୍ଡା ଏବଂ ସଂପୃକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ତଦନ୍ତ ପୂର୍ବକ କାର୍ଯ୍ୟନୁଷ୍ଠାନ ନେବାକୁ ଦାବୀ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଇନଜୀବିଙ୍କୁ ପୋଲିସର ମାଡ ପ୍ରତିବାଦରେ ଟାଉନ ଥାନା ଘେରାଉ

ଆଇନଜୀବିଙ୍କୁ ପୋଲିସର ମାଡ ପ୍ରତିବାଦରେ ଟାଉନ ଥାନା ଘେରାଉ

Read More...

ଖଣ୍ଡାଧାର ଜଳପ୍ରପାତ କୁଣ୍ଡରେ ବୁଡି ଏମବିଏ ଛାତ୍ରଙ୍କ ମୃତ୍ୟୁ

ଖଣ୍ଡାଧାର ଜଳପ୍ରପାତ କୁଣ୍ଡରେ ବୁଡି ଏମବିଏ ଛାତ୍ରଙ୍କ ମୃତ୍ୟୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page