କ୍ୟାଣ୍ଟିନ୍‌ରେ ସ୍ୱଦେଶୀ ସାମଗ୍ରୀ

June 01, 2020, ଦେଶ, , Anupambharat News Bureau


କ୍ୟାଣ୍ଟିନ୍‌ରେ ସ୍ୱଦେଶୀ ସାମଗ୍ରୀ
Anupambharat News Bureau
June 01, 2020

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଲକ୍‌ଡାଉନ୍‌ ପରେ ଦେଶର ଅର୍ଥନୀତିକୁ ବଳ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତ ସ୍ଲୋଗାନ ଦେଇଛନ୍ତି । ଅନ୍ୟପଟେ ଚୀନ ସହ ଏଲଏସିରେ ସୀମା ବିବାଦ ଉଗ୍ର ରୂପ ନେବାରେ ଲାଗିଛି । ତେଣୁ ଦେଶରେ ବିଦେଶୀ ସାମଗ୍ରୀ ବର୍ଜନ କରି ସ୍ୱଦେଶ ସାମଗ୍ରୀ ବ୍ୟବହାର ନେଇ ବିଭିନ୍ନ ମହଲରେ ଦାବି ହେଉଛି । ଏହା ମଧ୍ୟରେ କେବଳ ସ୍ୱଦେଶ ସାମଗ୍ରୀ ବ୍ୟବହାର କିମ୍ବା ବିକ୍ରି କରିବା ଅଭିଯାନ ଆର୍ମି କ୍ୟାଣ୍ଟିନରୁ ଆରମ୍ଭ ହୋଇଛି । ମାଇକ୍ରୋଓ୍‌ବେ୍‌ ଓଭନଠୁ ନେଇ ଯୋତା ଏବଂ ବ୍ରାଣ୍ଡେଡ୍‌ ଉତ୍ପାଦ ପରି ଟମି ହିଲଫିଗର ସର୍ଟଠୁ ନେଇ ୧୦୦୦ରୁ ଅଧିକ ପ୍ରକାରର ଆମଦାନୀ ଉତ୍ପାଦ ଏବେ କେନ୍ଦ୍ରୀୟ ପୋଲିସ୍‌ କଲ୍ୟାଣ ଭଣ୍ଡାର ବା ସିଏପିଏଫ କ୍ୟାଣ୍ଟିନ୍‌ରେ ମିଳିବ ନାହିଁ । ଆଜିଠୁ ଏହି ଆର୍ମି କ୍ୟାଣ୍ଟିନରେ କେବଳ ସ୍ୱଦେଶୀ ସାମଗ୍ରୀ ବିକ୍ରି କରିବାକୁ ନିର୍ଣ୍ଣୟ ନିଆଯାଇଛି ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ସିଏପିଏଫ କ୍ୟାଣ୍ଟିନରେ ଏବେ କେବଳ ମେଡ୍‌ ଇନ୍‌ ଇଣ୍ଡିଆ ବା ଭାରତ ଉତ୍ପାଦିତ ସାମଗ୍ରୀ ହିଁ ବିକ୍ରି କରାଯିବ । ଏହା ବ୍ୟତୀତ ଫେରେରୋ ରୋଶେର, ରେଡ୍‌ ବୁଲ୍‌, ଭିକେଫାରିନୋକ୍ସ, ସଫିଲୋ, ପରି ଉତ୍ପାଦର ଆମଦାନୀ କରୁଥିବା ସାତ କମ୍ପାନୀକୁ କଳାତାଲିକା ଭୁକ୍ତ କରାଯାଇଛି । ସିଏପିଏଫ କ୍ୟାଣ୍ଟିନ ଅନେକ କମ୍ପାନୀର ଉତ୍ପାଦ ନେବାକୁ ମଧ୍ୟ ମନା କରି ଦେଇଛି । ଏହି ସବୁ କମ୍ପାନୀକୁ କିଛି ଜରୁରୀ ସୂଚନା ଦେବାକୁ କୁହାଯାଇଥିଲା । ହେଲେ କମ୍ପାନୀଗୁଡିକ ର୍ନିଦ୍ଧାରିତ ସମୟରେ ସୂଚନା ଦେଇ ପାରି ନାହାନ୍ତି । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି ଯେ, ଭାରତ ସରକାର ସ୍‌ଦେଶୀ ସାମାନ ପୋଲିସ୍‌ କ୍ୟାଣ୍ଟିନ ମାଧ୍ୟମରେ ବିକ୍ରି କରିବ ।
କେନ୍ଦ୍ରୀୟ ପୋଲିସ୍‌ କ୍ୟାଣ୍ଟିନ୍‌ର ବ୍ୟବହାର ସିଆରପିଏଫ, ବିଏସଏଫ, ଆଇଟିବିପି, ସିଆଇଏସଏଫ, ଏସଏସବି, ଏନଏସଜି ଓ ଆସାମ ରାଇଫଲ୍‌ରେ ସେବାରତ ପ୍ରାୟ ୧୦ ଲକ୍ଷ କର୍ମୀଙ୍କ ପ୍ରାୟ ୫୦ ଲକ୍ଷ ସଦସ୍ୟ କରିଥାନ୍ତି । ଏବେ କେନ୍ଦ୍ରୀୟ ପୋଲିସ୍‌ କଲ୍ୟାଣ ଭଣ୍ଡାରରେ କେବଳ ଶ୍ରେଣୀ ୧ ଓ ଶ୍ରେଣୀ ୨ର ଅନ୍ତର୍ଗତ ଆସୁଥିବା ସାମଗ୍ରୀ ରଖାଯିବ । ଜୁନ ୧ରୁ ଶ୍ରେଣୀ ୩ରେ ଆସୁଥିବା ସାମଗ୍ରୀର ବିକ୍ରି ବନ୍ଦ କରାଯିବ ।
କେନ୍ଦ୍ରୀୟ ଅର୍ଦ୍ଧସୈନିକ ବଳର କ୍ୟାଣ୍ଟିନ୍‌ ଆଧାରରେ ପୂରା ଦେଶରେ ୧୭୦୦ରୁ ଅଧିକ କେନ୍ଦ୍ରୀୟ ପୋଲିସ୍‌ କ୍ୟାଣ୍ଟିନ୍‌(ସିପିସି)ର ସଞ୍ଚାଳନ ହୋଇଥାଏ । ଏଥିରେ କିରାନା ସାମଗ୍ରୀ, ପୋଷାକ, ଉପହାର ସାମଗ୍ରୀ ଓ ବାହାନ ଏବଂ ଅନ୍ୟ ସାମଗ୍ରୀ ବିକ୍ରି ହୋଇଥାଏ । ସିଏପିଏଫର କ୍ୟାଣ୍ଟିନରେ ବାର୍ଷିକ ୨୮୦୦ କୋଟି ଟଙ୍କାର କାରବାର ହୋଇଥାଏ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଶାରେ ୩୦ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍‌

ଓଡ଼ିଶାରେ ୩୦ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍‌

Read More...

ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍‌ ଖାନ୍‌ଙ୍କ ଦେହାନ୍ତ

ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍‌ ଖାନ୍‌ଙ୍କ ଦେହାନ୍ତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page