ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି

May 27, 2020, ଦେଶ, , Anupambharat News Bureau


ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି
Anupambharat News Bureau
May 27, 2020

ନୂଆଦିଲ୍ଲୀ,୨୭ା୫: ସମଗ୍ର ଭାରତ ବର୍ଷରେ କୋରନା ରୋଗର ବ୍ୟାପକତା ଅସହ୍ୟ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଯଦିଓ ଦେଶରେ ଲକ୍‌ଡାଉନର ଚତୁର୍ଥ ପର୍ଯ୍ୟୟ ନିୟମାବଳୀ ଜାରି ରହିଛି । ତେବେ ମଧ୍ୟ ଆଜି ଏହା ନିୟନ୍ତ୍ରଣ ହୋଇପାରିନାହିଁ । ଦୈନିକ ୬ ହଜାରରୁ ଊର୍ଦ୍ଧ୍ୱ ହାରରେ କୋରାନା ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି ।ଚଳିତ ଦିନରେ ଏହି ରୋଗରେ ଆକ୍ରାନ୍ତ ଲୋକଙ୍କୁ ଚିକିତ୍ସା ମଧ୍ୟ କରାଯାଉଛି । ଏହା ସତ୍ତେ୍ୱ ଗତ ୨୪ ଘଣ୍ଟାରେ ଭାରତରେ ୧୭୦ ଜଣ ଲୋକ କୋରନା ରୋଗରେ ପ୍ରାଣ ହରାଇଛନ୍ତି । ଏପରିକି ଗତ ୨୪ ଘଣ୍ଟା ମଧ୍ୟରେ ସମୁଦାୟ ୬୩୮୭ ସଂଖ୍ୟକ ଲୋକ କୋଭିଡ ୧୯ ପଜିଟିଭରେ ଆକ୍ରାନ୍ତ ହୋଇଛନ୍ତି । ଏପରିକି ରାଷ୍ଟ୍ରୀୟ ରାଜଧାନୀ ନଗରୀ ନୂଆଦିଲୀ୍ଲରେ ମଧ୍ୟ ସ୍ଥିତ ଅତ୍ୟନ୍ତ ସଙ୍ଗୀନ ହୋଇଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୭୯୨ ସଂଖ୍ୟକ ନୂଆ କୋଭିଡ ୧୯ ପଜିଟିଭ ରୋଗୀଙ୍କ ଚିହ୍ନଟ ହୋଇଛି । ଦିଲ୍ଲୀରେ ହିଁ ମୃତକଙ୍କ ସଂଖ୍ୟା ଇତିମଧ୍ୟରେ ତିନି ଶହ ଟପିଯାଇଛି । ଦିଲ୍ଲୀରେ ସର୍ବାଧିକ ହାରରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ରେର୍କଡ ହୋଇଥିବା ଜଣାପଡିଛି । ଆଜିର ଏହି ନୂଆଁ ଆକ୍ରାନ୍ତଙ୍କୁ ମିଶାଇ ଦିଲ୍ଲୀରେ ସମୁଦାୟ କୋରନା ରୋଗୀଙ୍କ ସଂଖ୍ୟା ୧୫,୨୫୭କୁ ବୃଦ୍ଧିପାଇଛି । ଯଦିଓ ଦିଲ୍ଲୀରେ ମାତ୍ର ୭୨୬୪ ରୋଗୀ ସୁସ୍ଥ ହୋଇଘରକୁ ଫେରିଛନ୍ତି । ତେବେ ପୁଣି ୭୬୯୦ ସଂଖ୍ୟକ ଲୋକ ଚିକିତ୍ସା ଅବସ୍ଥାରେ ଅଛନ୍ତି ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଦିଲ୍ଲୀରେ ପୁଣି ଆଜି ୧୫ ଜଣ ରୋଗୀ ଏହି କୋରନା ରୋଗରେ ପ୍ରାଣ ହରାଇବା ଯୋଗୁ ମୃତକଙ୍କ ସଂଖ୍ୟା ୩୦୩ ପହଞ୍ଚିଛି । ସଂକ୍ରମଣ ଯୋଗୁ ହିଁ ଲୋକଙ୍କ ମୃତୁ୍ୟ ଘଟିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି । ସୂଚନା ଥାଉକି ଚଳିତ ମାସ ୨୨ ତାରିଖରେ ଦିଲ୍ଲୀରେ ୬୬୦ ସଂଖ୍ୟକ ଲୋକ ଗୋଟିଏ ଦିନରେ ଆକ୍ରାନ୍ତ ହୋଇଥିବାବେଳେ ଏହାକୁ ଆଜି ପଜିଟିଭ ସଂଖ୍ୟା ଟପିଯାଇ ଗତ ୨୪ ଘଣ୍ଟାରେ ଏହା ୭୯୨ କୁ ପହଞ୍ଚିଛି । ଦିଲ୍ଲୀ ବାସୀଙ୍କ ମଧ୍ୟରେ ଆଶଙ୍କା ବୃଦ୍ଧି ପାଇଛି ।
ତାମିଲନାଡୁରେ ମଧ୍ୟ କୋରନା ଭାଇରସ ବା କୋଭିଡ ୧୯ର ପ୍ରଭାବ ମାରାତ୍ମକ ହେବାରେ ଲାଗିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ସମୁଦାୟ ୮୧୭ ସଂଖ୍ୟକ ଲୋକ ପଜିଟିଭରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ତାମିଲନାଡୁରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫୪୫କୁ ବୃଦ୍ଧିପାଇଛି । ଯଦିଓ ରାଜ୍ୟରେ ଗୋଟିଏ ଦିନରେ ୬ଜଣ ଲୋକ ପ୍ରାଣ ହରାଇଛନ୍ତି ଏହାର ସୁମଦାୟ ମୃତକଙ୍କ ସଂଖ୍ୟା ୧୩୩ କୁ ପହଞ୍ଚିଛି । ସୂଚନାଯେ ଚେନ୍ନାଇ ନଗରୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ଗୋଟିଏ ଦିନରେ ୫୫୮ ସଂଖ୍ୟକ ଚିହ୍ନଟ ହୋଇଛନ୍ତି ।ଅନ୍ୟ ରାଜ୍ୟ ଗୁଡିକରେ ମଧ୍ୟ ସ୍ଥିତି ଗମ୍ଭୀରଜନକ ରହିଛି । ମହାରାଷ୍ଟ୍ରରେ ଗୋଟିଏ ଦିନରେ ୨୦୯୧ ସଂଖ୍ୟକ ନୂଆଁ ପଜିଟିଭ ଚିହ୍ନଟ ହୋଇଛି । ଫଳରେ ରାଜ୍ୟରେ ୫୪,୭୫୮ ସଂଖ୍ୟକ ଲୋକ ସର୍ବାଧିକ ହାରରେ ଆକ୍ରାନ୍ତ ହୋଇଛନ୍ତି । ଗୁଜୁରାଟରେ ମଧ୍ୟ ୩୬୧ ସଂଖ୍ୟକ ଲୋକ ଆକ୍ରାନ୍ତ ହେବା ଯୋଗୁ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୮୨୧ ପହଞ୍ଚିଛିି । ମୃତକଙ୍କ ସଂଖ୍ୟା ମଧ୍ୟ ଆଜି ମହାରାଷ୍ଟ୍ରରେ ସର୍ବାଧିକ ୯୭ ରେର୍କଡ ହୋଇଛି । ଫଳରେ ରାଜ୍ୟରେ ମୃତକଙ୍କ ସଂଖ୍ୟା ୧୭୯୨ ରେ ପହଞ୍ଚିଛି । ସୂଚନା ଯେ ସମଗ୍ର ଦେଶରେ ଗୋଟିଏ ଦିନରେ ମୃତକଙ୍କ ସଂଖ୍ୟା ୧୭୦ ହାରରେ ବୃଦ୍ଧି ପାଇବା ଯୋଗୁଁ ସମୁଦାୟ ମୃତକଙ୍କ ସଂଖ୍ୟା ଭାରତରେ ୪୩୩୭ କୁ ବୃଦ୍ଧିପାଇଛି । ଠିକ୍‌ ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୩୮୭ ହାରରେ ବୃଦ୍ଧି ପାଇବା ଯୋଗୁ ଆକ୍ରାନ୍ତ ସଂଖ୍ୟା ସମୁଦାୟ ୧,୫୧,୭୬୭କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ସମଗ୍ର ଦେଶରେ ଆଜି ଗୋଟିଏ ଦିନରେ ୩୯୩୫ ସଂଖ୍ୟଙ୍କ ଲୋକ ସୁସ୍ଥ ହେବା ଯୋଗୁ ଦେଶରେ ସମୁଦାୟ ୬୪,୪୨୬ ସଂଖ୍ୟଙ୍କ ଲୋକ କୋରନା ରୋଗରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଉଲ୍ଲେଖ ଥାଉକି ସମଗ୍ର ବିଶ୍ୱରେ ମୃତକଙ୍କ ସଂଖ୍ୟା ୩ ଲକ୍ଷ୍ୟ ୫୨ ହଜାର ୧୧୭ କୁ ପହଞ୍ଚିଛି । ଠିକ୍‌ ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୫୬ ଲକ୍ଷ୍ୟ ୩୭ ଜହାର ୯୫୧କୁ ବୃଦ୍ଧି ପାଇଛି । ଚଳିତ ଦିନରେ ଦେଶରେ କୋରନା ରୋଗରୁ ମୁକ୍ତି ପାଇବା ପାଇଁ ତାଲାବନ୍ଦ ନିତି ଜାରି ରହିଛି । ନିକଟରେ ବିଭିନ୍ନ ରାଜ୍ୟରେ ଫସିରହିଥିବା ଲୋକମାନଙ୍କର ନିଜନିଜର ବାସସ୍ଥାନକୁ ସ୍ଥାନାନ୍ତରଣ ପ୍ରକ୍ରିୟା ଯୋଗୁ ଏହା କୋରନା ରୋଗର ବ୍ୟାପକତାକୁ ଅଧିକ ତିବ୍ରତର କରିଛି । ମୁଖ୍ୟତ ବିହାର , ପଶ୍ଚିମବଙ୍ଗ, ଆସାମ ଏବଂ ଓଡିଶାରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଠିକ୍‌ ସେହିଭଳି ପଞ୍ଜାବର ସ୍ଥିତି ମଧ୍ୟ ଗମ୍ଭୀରଜନକ ରହିଛି । ସ୍ଥିତିକୁ ଅତ୍ୟନ୍ତ ସମ୍ବେଦନଶୀଳକ ମନେକରି ପଞ୍ଜାବ ସରକାର ଲକ୍‌ଡାନକୁ ରାଜ୍ୟରେ ପୁଣି ଥରେ ବୃଦ୍ଧି କରିବା ସମ୍ପର୍କରେ ଚିନ୍ତା କରୁଛନ୍ତି ବୋଲି ଜଣାପଡିଛି । ଏ ସମ୍ପର୍କରେ ମଇ ମାସ ୩୦ ତାରିଖରେ ପଞ୍ଜାବରୁ ଲକ୍‌ଡାଉନ ହୋଟିବ କିମ୍ବା ଏହାକୁ ପୁଣି ଥରେ ବୃଦ୍ଧି କରାଯିବ ଏନେଇ ଘୋଷଣା କରାଯିବ ବୋଲି ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସମ୍ବତଃ ପଞ୍ଜାବରେ ଲକ୍‌ଡାଉନ ବୃଦ୍ଧି ପାଇବ ବୋଲି ଆଲୋଚନା ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମ ଜିଲ୍ଳାରେ କରୋନା ସ୍ଥିତିି ସଙ୍ଗୀନ ରମାଗୁଡ଼ା ,ପାଣ୍ଡିଆରେ ସଟଡାଉନ ଘୋଷଣା ପୋଲସରା ଥାନର ଦୁଇ ହୋମଗାର୍ଡ଼ ପଜିଟିଭ ଚିହ୍ନଟ

ଗଞ୍ଜାମ ଜିଲ୍ଳାରେ କରୋନା ସ୍ଥିତିି ସଙ୍ଗୀନ ରମାଗୁଡ଼ା ,ପାଣ୍ଡିଆରେ ସଟଡାଉନ ଘୋଷଣା ପୋଲସରା ଥାନର ଦୁଇ ହୋମଗାର୍ଡ଼ ପଜିଟିଭ ଚିହ୍ନଟ

Read More...

ଏସ୍‌ଡିଆର୍‌ ପ୍ରସ୍ତାବକୁ ନେଇ ନିର୍ମଳା ଓ ଶକ୍ତିକାନ୍ତଙ୍କ ମଧ୍ୟରେ ମତଭେଦ

ଏସ୍‌ଡିଆର୍‌ ପ୍ରସ୍ତାବକୁ ନେଇ ନିର୍ମଳା ଓ ଶକ୍ତିକାନ୍ତଙ୍କ ମଧ୍ୟରେ ମତଭେଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page