ରାଜ୍ୟରେ ପ୍ରଥମ: ଡାକ୍ତରଙ୍କୁ କରୋନା

May 26, 2020, ଓଡ଼ିଶା, , Anupambharat News Bureau


ରାଜ୍ୟରେ ପ୍ରଥମ: ଡାକ୍ତରଙ୍କୁ କରୋନା
Anupambharat News Bureau
May 26, 2020

କଟକ,୨୬ା୫(ଅନୁପମମିଡ଼ିଆ): ରାଜ୍ୟରେ ପ୍ରଥମଥର ପାଇଁ ଜଣେ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରଥମେ ଡାକ୍ତରଙ୍କୁ ଜ୍ୱର ହୋଇଥିଲା ଏବଂ ପରୀକ୍ଷା ପରେ ତାଙ୍କ ନମୁନାରେ କରୋନା ପଜିଟିଭ ଆସିଥିଲା । ଏହାପରେ ସମ୍ପୃକ୍ତ ଡାକ୍ତରଙ୍କୁ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ସିଟି ହସ୍ପିଟାଲର ଶିଶୁ ରୋଗ ବିଶେଷଜ୍ଞ ଅଛନ୍ତି ବୋଲି କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ନିକଟରେ ସେ କେନ୍ଦ୍ରାପଡାର ସମ୍ପର୍କୀୟଙ୍କ ଘରୁ ଫେରିଥିଲେ । ତେବେ ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛି, ତାହା ଟ୍ରେସିଂ ଚାଲିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ, ଯେହେତୁ ସେ ଜଣେ ଶିଶୁ ଡାକ୍ତର ତେଣୁ ସେ କେତେ ଜଣ ପିଲାଙ୍କୁ ଏହି ସମୟ ଭିତରେ ଚିକିତ୍ସା କରିଛନ୍ତି ତାକୁ ନେଇ ଜଟିଳ ସ୍ଥିତି ଉପୁଜିବା ଆଶଙ୍କା ରହିଛି । ତେବେ କୋଭିଡ଼ ଯୁଦ୍ଧରେ ଆଗଧାଡ଼ିରେ ଥିବା ଡାକ୍ତର ଆକ୍ରାନ୍ତ ହେବା ଓଡ଼ିଶାର ପ୍ରଥମ ଘଟଣା । ପୂର୍ବରୁ କମିଶନରେଟ ପୋଲିସର ଜଣେ କର୍ମଚାରୀ ଆକ୍ରାନ୍ତ ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚୀନର ଯୁଦ୍ଧ ପ୍ରସ୍ତୁତି ପ୍ରଶିକ୍ଷଣ ପାଇଁ ସେନାକୁ ନିର୍ଦ୍ଦେଶ

ଚୀନର ଯୁଦ୍ଧ ପ୍ରସ୍ତୁତି ପ୍ରଶିକ୍ଷଣ ପାଇଁ ସେନାକୁ ନିର୍ଦ୍ଦେଶ

Read More...

ଆସନ୍ତା୧୫ ଦିନ ଆମ ପାଇଁ ଚ୍ୟାଲେଞ୍ଜ: ନବୀନ

ଆସନ୍ତା୧୫ ଦିନ ଆମ ପାଇଁ ଚ୍ୟାଲେଞ୍ଜ: ନବୀନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page