ଗୋଦାମକୁ ଯାଉନି ଚାଉଳ, ବାହାରୁ ବାହାରୁ ପଞ୍ଚାୟତକୁ ଯୋଗାଣ ଅଭିଯୋଗ

May 25, 2020, ଓଡ଼ିଶା, କେନ୍ଦୁଝର, Anupambharat News Bureau


ଗୋଦାମକୁ ଯାଉନି ଚାଉଳ, ବାହାରୁ ବାହାରୁ ପଞ୍ଚାୟତକୁ ଯୋଗାଣ ଅଭିଯୋଗ
Anupambharat News Bureau
May 25, 2020

କେନ୍ଦୁଝର, ୨୫ା୫ (ଅନୁପମ ମିଡିା): କେନ୍ଦୁଝର ଜିଲ୍ଲା ବେସାମରିକ ଯୋଗାଣ ବିଭାଗ ଅଧିନରେ ଥିବା ପଣ୍ୟାଗାର ରାଇସ ରିସିଭିଙ୍ଗ ସେଣ୍ଟର)କୁ ଚାଉଳ ପ୍ରବେଶ ନକରାଇ ପଣ୍ୟାଗାର ବାହାରେ ଗୋଟିଏ ଗାଡିରୁ ଆଉ ଗୋଟିଏ ଗାଡି ଚାଉଳ ବଦଳ କରାଯାଇ ସିଧାସଳଖ ପଞ୍ଚାୟତକୁ ଚାଉଳ ଯୋଗାଣ ହେଉଥିବା ଅଭିଯୋଗ ହୋଇଛି । କେନ୍ଦୁଝର ଜିଲ୍ଲାରେ ୧୩ଟି ରାଇସ ମିଲ ଏବଂ ବାହାର ଜିଲ୍ଲା ବରଗଡ,ସମ୍ବଲପୁର,ଝାରସୁଗୁଡା,ଦେବଗଡ ଆଦି ଅଞ୍ଚଳରୁ ବଡବିଲ,ଚମ୍ପୁଆ,ଝୁମ୍ପୁରା,ପିଇଜି ଗୋଦାମ ଗୁମୁରା ଏବଂ ମଣ୍ଡୁଆ ଆରଆରସି ବା ରାଇସ ରିସିଭିଙ୍ଗ ସେଣ୍ଟରକୁ ଚାଉଳ ଯୋଗାଣ ହୋଇଥାଏ । ଚାଉଳ ଆସିବା ପରେ ନିୟମ ଅନୁଯାୟୀ ଉକ୍ତ ଚାଉଳ ଗୁଡିକର ମାନ ନିର୍ଦ୍ଧାରଣ ଏବଂ ପରିମାଣର ସଠିକତା ପରୀକ୍ଷା କରିବା ପରେ ଉକ୍ତ ଚାଉଳକୁ ଗୋଦାମ ଘରେ ରଖାଯାଇଥାଏ । ପରେ ଜିଲ୍ଲାର ସମସ୍ତ ପଞ୍ଚାୟତ, ହଷ୍ଟେଲ ଏବଂ ରିଟେଲର ପଏଣ୍ଟକୁ ଆବଶ୍ୟକତା ଅନୁଯାୟୀ ଯୋଗାଣ ହୋଇଥାଏ । କି‌ନ୍ତୁ କେନ୍ଦୁଝରରେ ଥିବା ଆରଆରସି ମାନଙ୍କରେ ଏସବୁ ନିୟମ ବ୍ୟତିକ୍ରମ କରାଯାଇ ରାଇସ ମିଲରୁ ଆସୁଥିବା ଚାଉଳ ପଣ୍ୟାଗାର ଗଚ୍ଛିତ ନହୋଇ ସିଧାସଳଖ ବିଭିନ୍ନ ସ୍ଥାନକୁ ଯୋଗାଣ ହେଉଥିବା ଅଭିଯୋଗ ହୋଇଛି । ଯୋଗାଣ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କ ସଲାସୁତୁରାରେ ଉକ୍ତ ନିୟମକୁ ଜଳାଞ୍ଜଳି ଦେଇ ରାଇସ ମିଲରୁ ଆସୁଥିବା ଚାଉଳ ପଣ୍ୟାଗାରରେ ନିୟମ ମୁତାବକ ଗଚ୍ଛିତ ନକରାଯାଇ ସିଧାସଳଖ ଗାଡିରୁ ଗାଡିକୁ ଲୋଡିଂ ଏବଂ ଅନଲୋଡିଂ କରି ପଞ୍ଚାୟତ ଏବଂ ବିଦ୍ୟାଳୟମାନଙ୍କୁ ଯୋଗାଣ କରାଯାଉଥିବା ଜଣାପଡିଛି । ପଣ୍ୟାଗାର ଭିତରେ ପ୍ରବେଶ ନକରିବା ଫଳରେ ଖାଦ୍ୟଶସ୍ୟର ପରିମାଣ ଏବଂ ମାନ ନିର୍ଦ୍ଧାରଣ ହୋଇପାରୁନାହିଁ । ସରକାରୀ କାଗଜପତ୍ରରେ ଏସବୁ କାର୍ଯ୍ୟ ସମ୍ପାଦନ ହୋଇଥିବା ଦର୍ଶାଯାଉଥିଲେ ମଧ୍ୟ ବାସ୍ତବରେ ଏହା ହେଉନଥିବା ଅଭିଯୋଗ ହୋଇଛି । ମିଲରୁ ଆସୁଥିବା ଚାଉଳ ଟ୍ରକରୁ ପଣ୍ୟଗାରକୁ ଅନଲୋଡିଂ କରିବା ପାଇଁ ଏବଂ ପୁନର୍ବାର ପଣ୍ୟାଗାରରୁ ପଞ୍ଚାୟତ କୁଡିକୁ ପଠାଯାଉଥିବା ଚାଉଳକୁ ଲୋଡ କରିବା ପାଇଁ କ ୍ୱିଣ୍ଟାଲ ପିଛା ୮ ଟଙ୍କା ମିଳିଥାଏ । ସିଧାସଳଖ ଗୋଟିଏ ଟ୍ରକରୁ ଆଉ ଗୋଟିଏ ଟ୍ରକ ଲୋଡିଂ କରିବା ଫଳରେ ଏହି ଅର୍ଥ ରାଶି କାହା ପକେଟକୁ ଯାଏ ବର୍ତ୍ତମାନ ତଦନ୍ତ ସାପେକ୍ଷ । ଏପରି ଭାବେ ନିୟମ ମୁତାବକ ପଣ୍ୟାଗାରକୁ ପ୍ରବେଶ ନକରାଇ ପରିବହନ କରାଯାଉଥିବାରୁ ଖାଉଟିମାନେ ସଠିକ ପରିମାଣର ଏବଂ ଉନ୍ନତମାନର ଖାଦ୍ୟ ଶସ୍ୟ ପାଇବାରୁ ବଞ୍ଚିତ ହେବା ସହ ମିଲରମାନେ ମଧ୍ୟ ଖରାପ ଚାଉଳ ଯୋଗାଣ କରି ବେଶ ଲାଭବାନ ହେଉଛନ୍ତି । ଏପରି କାର୍ଯ୍ୟ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀଙ୍କ ଜ୍ଞାତସାରରେ ଚାଲି ଆସୁଥିବା ଅଭିଯୋଗ ହୋଇଛି । ସମସ୍ତ ଆରଆରସିରେ ସିସି କ୍ୟାମେରା ଲଗାଇବା ସହ ଦାୟିତ୍ୱରେ ଖିଲାପ କରୁଥିବା ପିଆଇ (ପ୍ରୋକୁ୍ୟରମେଣ୍ଟ ଇନ୍‌ିସପେକଫର)ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଦର ବିଧାୟକ ତଥା ଓଡିଶା ବିଧାନସଭା ବିରୋଧି ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଦାବୀ କରିଛନ୍ତି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ, କମିଶନର ତଥା ସଚିବ ଏବଂ କେନ୍ଦୁଝର ଜିଲ୍ଲାପାଳ ତଦନ୍ତ ପୂର୍ବକ ପଦକ୍ଷେପ ନେବାକୁ ଦାବୀ ହୋଇଛି । ସୂଚନା ଯୋଗ୍ୟ ଯେ, ୨୦୧୯ ମସିହା ଅଗଷ୍ଟ ୨୩ ତାରିଖରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଟାଙ୍ଗିରିଆପାଳ ଓ ରାସୋଳ ପଞ୍ଚାୟତକୁ ମିଲରୁ ମଣ୍ଡୁଆସ୍ଥିତ ଚାଉଳ ଗୋଦାମ ଘରକୁ ନଯାଇ ସିଧାସଳଖ ଯାଉଥିବା ୨ଟି ପଞ୍ଚାତରୁ ଚାଉଳ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଦ୍ୱାରା ଜବତ ହୋଇଥିଲା । ଏହି ଘଟଣାରେ ଅଦ୍ୟାବଧି ତଦନ୍ତ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନଥିବାବେଳେ ଯୋଗାଣ ବିଭାଗ ଏବଂ ରାଇସ ମିଲ ମଧ୍ୟରେ ମଧୁଚନ୍ଦ୍ରିକା ଥିବାରୁ ଶ୍ୟାମସୁନ୍ଦର ରାଇସ ମିଲ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରୀ

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରୀ

Read More...

ଆଜିଠୁ ମାଟ୍ରିକ୍‌ ଖାତା ଦେଖା

ଆଜିଠୁ ମାଟ୍ରିକ୍‌ ଖାତା ଦେଖା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page