ପାରାଦ୍ୱୀପ-କେନ୍ଦୁଝର ଟ୍ରକ ପରିବହନ ବିବାଦ: ରାସ୍ତାକଡରେ ଛିଡା ହୋଇଛି ଶହଶହ ଟ୍ରକ

May 24, 2020, ଓଡ଼ିଶା, କେନ୍ଦୁଝର, Anupambharat News Bureau


ପାରାଦ୍ୱୀପ-କେନ୍ଦୁଝର ଟ୍ରକ ପରିବହନ ବିବାଦ: ରାସ୍ତାକଡରେ ଛିଡା ହୋଇଛି ଶହଶହ ଟ୍ରକ
Anupambharat News Bureau
May 24, 2020

କେନ୍ଦୁଝର, ୨୪ା୫(ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲାର ବିଭିନ୍ନ ଖଣି ସାଙ୍ଗକୁ ସୁନ୍ଦରଗଡ ଜିଳ୍ଲାର କୋଇଡା ଅଂଚଳରୂ ଲୁହାପଥର ପରିବହନ କରି ପାରାଦ୍ୱୀପ ପୋର୍ଟ ଯାଉଥିବା ଟ୍ରକଗୁଡିକୁ ପାରାଦ୍ୱୀପର କିଛି ଅସାଧୁ ଟ୍ରକ ମାଲିକ ଠିକ ଲାଇନରେ ଅନଲୋଡ ନ କରିବା ପ୍ରତିବାଦରେ କେନ୍ଦୁଝର ସହର ବାଇପାସ ରାଙ୍କିଠାରେ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ପାରାଦ୍ୱୀପ ଗାଡିକୁ ଗତ ତିନିଦିନ ଧରି ଅଟକାଇ ରଖିଛନ୍ତି । ପାରାଦ୍ୱୀପ ସମେତ କେନ୍ଦ୍ରାପଡା,ଜଗତସିଂପୁର ଜିଲ୍ଲାର ଟ୍ରକ ମାଲିକ ମାନେ ଏପରି ହଇରାଣ କରୁଥିବାବେଳେ କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାର ଟ୍ରକ ମାଲିକମାନଙ୍କ ପ୍ରତି ଅନଲୋଡ ସମୟରେ ପାତରଅନ୍ତର କରାଯିବାର ଅଭିଯୋଗ ହୋଇଆସୁଥିଲା । ଗତ ୧୦ ଦିନ ଧରି କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାର ଟ୍ରକଗୁଡିକୁ ପାରାଦ୍ୱୀପରେ ଅନଲୋଡ ସୁବିଧା ନ ମିଳିବା ପ୍ରତିବାଦରେ ଶୁକ୍ରବାରଠାରୁ କେନ୍ଦୁଝରଠାରେ ଏହି ଜିଳ୍ଲାର ଗାଡିଗୁଡିକୁ ଅଟକ ରଖାଯାଇଛି । ରବିବାର ସଂଧ୍ୟା ସୁଦ୍ଧା ମଧ୍ୟ ଏହି ତିନି ଟ୍ରକ ସଂଘର ଗାଡିଗୁଡିକ ଯାହାକି କେନ୍ଦୁଝର ଜିଲ୍ଲାର ବିଭିନ୍ନ ଖଣିକୁ ଲୁହାପଥର ବୋଝେଇ ପାଇଁ ଆସିଥିଲା ତାହାକୁ ଅଟକ ରଖାଯାଇଛି । ପ୍ରାୟ ୫୦୦ ଟ୍ରକ ଅଟକ ରହିଥିବାବେଳେ ଏହି ଅଚଳାବସ୍ଥା ଯୋଗୁଁ ହଜାର ହଜାର ଟ୍ରକ ମାଲିକ କ୍ଷତିଗ୍ରସ୍ତ ହେବା ସହିତ ଳୁହାପଥର ପରିବହନରେ ଅଚଳାବସ୍ଥା ସୃଷ୍ଟି ହେଇଛି । ପୂର୍ବରୁ ମଧ୍ୟ ଏପରି ଅଚଳାବସ୍ଥା ସୃଷ୍ଟି ହୋଇଥିବାବେଳେ ପ୍ରଶାସନିକ ସ୍ତରରେ ଏହାର ସମାଧାନ ହୋଇଥାଏ । ତେବେ ଏହି ଅଚଳାବସ୍ଥା ଦୁର କରିବା ପାଇଁ କୋଇଡା, ଯୋଡା, ବଡବିଲ, ମାଇନିଂ ଏରିଆ ଟ୍ରକ,କେନ୍ଦୁଝର, ଯାଜପୁର, ଚଣ୍ଡିଖୋଲ, କେନ୍ଦ୍ରାପଡା,ପାରାଦ୍ୱୀପ ଓ ଜଗତସିଂପୁର ଟ୍ରକ ମାଲିକ ସଂଘମାନଙ୍କର ଏକ ବୈଠକ ସୋମବାର ଦିନ କେନ୍ଦୁଝର ଜିଲ୍ଲା ଘଟଗାଁଠାରେ ଡକାଯାଇଛି ବୋଲି କେନ୍ଦୁଝର ଜିଳ୍ଲା ଟ୍ରକ ମାଲିକ ସଂଘର ସାଧାରଣ ସଂପାଦକ ସୂର୍ଯ୍ୟନାରାୟଣ କର ଏବଂ ଯୁଗ୍ମ ସମ୍ପାଦକ ଦେବୁ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି ବୈଠକରେ ମାଲ ପରିବହନ ବିଶେଷ କରି ପାରାଦ୍ୱୀପରେ ଲୁହାପଥର ଖଲାସକୁ ନେଇ ବିସ୍ତୃତ ଆଲୋଚନା ହେବ ବୋଲି ଜଣାପଡିଛି । ତେବେ ଏପରି ଅଚଳାବସ୍ଥାକୁ ନେଇ ଉଭୟ ଜିଲ୍ଲା ଜଗତସିଂପୁର ଏବଂ କେନ୍ଦୁଝର ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ସମାଧାନର ସୁତ୍ର ଖୋଜିବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ହୋଇଛି । ଏପରି ପରିବହନ ସମସ୍ୟା ଦ୍ୱାରା ହଜାର ହଜାର ଟ୍ରକ ମାଲିକ,ଡ୍ରାଇଭ.ହେଲପର ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ସହ ଅପ୍ରିତିକର ଓ ଅଶାନ୍ତ ପରିବେଶ ସୃଷ୍ଟି ହେଉଛି । ଚ





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୈତାରୀରେ କେସିସି ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ

ଦୈତାରୀରେ କେସିସି ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ

Read More...

ଆଜିଠୁ ବିମାନ ସେବା, ଗଡ଼ିବ ବସ୍‌ ଓ ଟ୍ୟାକ୍ସି

ଆଜିଠୁ ବିମାନ ସେବା, ଗଡ଼ିବ ବସ୍‌ ଓ ଟ୍ୟାକ୍ସି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page