ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳ ଦେଖିଲେ, ମୁଖ୍ୟମନ୍ତ୍ରୀ ସପ୍ତାହକ ମଧ୍ୟରେ କ୍ଷୟକ୍ଷତିର ଆକଳନ କର

May 22, 2020, ଓଡ଼ିଶା, , Anupambharat News Bureau


ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳ ଦେଖିଲେ, ମୁଖ୍ୟମନ୍ତ୍ରୀ ସପ୍ତାହକ ମଧ୍ୟରେ କ୍ଷୟକ୍ଷତିର ଆକଳନ କର
Anupambharat News Bureau
May 22, 2020

ଭୁବନେଶ୍ୱର , ୨୧ା୫ (ଅନୁପମ ମିଡିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ନରେ ବାତ୍ୟା ଅମ୍ଫନ୍‌ ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳଗୁଡିକରେ ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି ।
ବାତ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ବିଶେଷ କରି ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଜିଲ୍ଲା ଗୁଡିକରେ ପ୍ରଭାବିତ ହୋଇଥିବା ଭିତ୍ତିଭୂମିର ମରାମତି ସହ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରି ସ୍ୱାଭାବିକତା ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଆସନ୍ତାକାଲି ବାତ୍ୟା ପାଇଁ ବନ୍ଦ ହୋଇଯାଇଥିବା ରାସ୍ତାକୁ ତୁରନ୍ତ ସଫା କରି ଯୋଗାଯୋଗ ସମସ୍ୟାର ସମାଧାନ କରାଯିବ । ସେସୁ ଅଧୀନରେ ଥିବା ବିଦ୍ୟୁତ୍‌ ଯୋଗାଣ ଆସନ୍ତା ୨୪ ଘଣ୍ଟାରେ ଏବଂ ନେସ୍କୋ ଅଧୀନରେ ଥିବା ବିଦୁ୍ୟତ୍‌ ଯୋଗାଣ ୭୨ ଘଣ୍ଟାା ମଧ୍ୟରେ ପୁନଃ ସ୍ଥାପିତ ହେବ । ଏହା ବ୍ୟତୀତ ଆସନ୍ତା ତିନି ଦିନ ମଧ୍ୟରେ କୃଷି ଫସଲ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତିି । ସେହିପରି ଏକ ସପ୍ତାହ ମଧ୍ୟରେ କ୍ଷତିଗ୍ରସ୍ତ ଘର ଏବଂ ଅଟ୍ଟାଳିକାର ଆକଳନ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖ୍ୟଯୋଗ୍ୟ ଯେହ ବାତ୍ୟା ଅମ୍ଫାନ୍‌ ଯୋଗୁଁ ରାଜ୍ୟର ୮୯ ଟି ବ୍ଲକ ଏବଂ ୪୪ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପଶ୍ଚିମବଙ୍ଗରେ ୭୨ ମୃତ

ପଶ୍ଚିମବଙ୍ଗରେ ୭୨ ମୃତ

Read More...

କୋଭିଡ ପା‌ଣ୍ଠିକୁ ଦାନ କଲେ ଦାରା ସିଂ

କୋଭିଡ ପା‌ଣ୍ଠିକୁ ଦାନ କଲେ ଦାରା ସିଂ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page