ଯୋଗାଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବୀ କଲା ଭାଜପା

May 19, 2020, ଓଡ଼ିଶା, କେନ୍ଦୁଝର, Anupambharat News Bureau


ଯୋଗାଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବୀ କଲା ଭାଜପା
Anupambharat News Bureau
May 19, 2020

କେନ୍ଦୁଝର, ୧୯ା୫(ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ୮ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ବିଶେଷ କରି ଲକ୍‌ଡାଉନ୍‌ ସମୟରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟାକୁ ନେଇ ଭାଜପା ଏହି ଦାବୀପତ୍ର ପ୍ରଦାନ କରିଥିବା ଜଣାପଡିଛି । ଭାଜପା କରିଥିବା ଦାବୀଗୁଡିକ ମଧ୍ୟରେ ଗୁଜୁରାଟ,ମହାରାଷ୍ଟ୍ର,ତାମିଲନାଡୁ,ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା,ଦିଲ୍ଲୀ,ପଶ୍ଚିମବଙ୍ଗ,କର୍ଣ୍ଣାଟକ ଏବଂ ଅନ୍ୟ ରାଜ୍ୟମାନଙ୍କରୁ କେନ୍ଦୁଝର ଜିଲ୍ଲାକୁ ଆସୁଥିବା ପ୍ରବାସୀ ଓଡିଆମାନଙ୍କ ପାଇଁ ଖାଦ୍ୟ, ଔଷଧ, ପାନୀୟ ଜଳ ଏବଂ ରହିବାର ସୁବନ୍ଦୋବସ୍ତ କରିବା, ଜିଲ୍ଲାକୁ ଆସିବାକୁ ଥିବା ପ୍ରବାସୀ ଓଡିଆମାନଙ୍କର ଆସିବାରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଆବଶ୍ୟକୀୟ ପଦକ୍ଷେପ ନେବା, ଜିଲ୍ଲାରେ କରାଯାଇଥିବା କ ୍ୱାରାନଟାଇନ ସେଣ୍ଟରମାନଙ୍କରେ ପୂର୍ବରୁ ରହିଥିବା ବ୍ୟକ୍ତିବିଶେଷ ଏବଂ ଏବେ ଆସୁଥିବା ପ୍ରବାସୀ ଓଡିଆମାନଙ୍କୁ ଏକତ୍ର ରଖାଗଲେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ କ ୍ୱାରାନଟାଇନ୍‌ ସେଣ୍ଟରରେ ପୂର୍ବରୁ ଥିବା ଲୋକ ଏବଂ ବର୍ତ୍ତମାନ ଫେରୁଥିବା ପ୍ରବାସୀଙ୍କୁ ପୃଥକ୍‌ ରହିବା ବ୍ୟବସ୍ଥା କରିବା, ବିଭିନ୍ନ କ ୍ୱାରାନଟାଇନ ସେଣ୍ଟରରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗଗୁଡିକୁ ଧ୍ୟାନ ଦେଇ କ ୍ୱାରାନଟାଇନ୍‌ ସେଣ୍ଟରର ଧାର୍ଯ୍ୟ ମେନୁ ଅନୁସାରେ ଅନ୍ତେବାସୀମାନଙ୍କୁ ଖାଦ୍ୟ ପ୍ରଦାନ କରିବା, ମହିଳା ଏବଂ ପୁରୁଷ ପ୍ରବାସୀମାନଙ୍କୁ ସ୍ୱତନ୍ତ୍ର ରହିବା ବ୍ୟବସ୍ଥା କରିବା ଏବଂ ଜିଲ୍ଲାରେ ଏପ୍ରିଲ ମାସରେ ସରକାରୀ କିରୋସିନୀ ଦର ଲିଟର ପ୍ରତିି ୧୪ଟଙ୍କା ୫୬ ପଇସା ଥିବାବେଳେ ୩୦ ଟଙ୍କା ଏବଂ ତଦୁର୍ଦ୍ଧ ମୂଲ୍ୟରେ କିରୋସିନୀ ବିକ୍ରୀ ଅଭିଯୋଗର ତଦନ୍ତ କରି କିରୋସିନୀ ବିକ୍ରୟ କେନ୍ଦ୍ର ସମ୍ମୁଖରେ ଡିସ୍‌ପ୍ଲେ ବୋର୍ଡରେ ଦର ଲିପିବଦ୍ଧ କରିବା ଉପରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ କେନ୍ଦୁଝର ଜିଲ୍ଲା ଭାଜପା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ଦସ୍ତଖତ ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଛି । ବର୍ତ୍ତମାନ ଦାୟିତ୍ୱରେ ଥିବା ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ପରେଶ ମହାନ୍ତିଙ୍କ ସମୟରେ ହୋଇଥିବା ଦୂର୍ନିତୀ ଏବଂ ବେଆଇନ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ଦାବୀ କରାଯାଇଥିଲା । ଏହି ଦାବୀପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ସମେତ ପୂର୍ବତନ ସାଂସଦ ଅନନ୍ତ ନାଏକ,ବିଜେପି କାର୍ଯ୍ୟାଳୟ ସଂପାଦକ ପ୍ରକାଶ ସୂତ୍ରଧର,ଜିଲ୍ଲା ସାଧାରଣ ସଂପାଦକ ସୁବ୍ରତ ମହାନ୍ତି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମମିତା ନାୟକ,ସତ୍ୟବ୍ରତ ନାଏକ,ବିଜେପି ନଗର ସାଧାରଣ ସଂପାଦକ ଶିବକୁମାର ରାଠୋର ପ୍ରମୁଖ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଭିଡ ପା‌ଣ୍ଠିକୁ ଦାନ କଲେ ଦାରା ସିଂ

କୋଭିଡ ପା‌ଣ୍ଠିକୁ ଦାନ କଲେ ଦାରା ସିଂ

Read More...

୨୦ରେ ସ୍ଥଳଭାଗ ଛୁଇଁବ ‘ଅମ୍ଫାନ୍‌’

୨୦ରେ ସ୍ଥଳଭାଗ ଛୁଇଁବ ‘ଅମ୍ଫାନ୍‌’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page