୩୧ ପର୍ଯ୍ୟନ୍ତ ଲକ୍‌ଡ଼ାଉନ୍‌ ବଢ଼ିଲା, ଆଜିଠୁ ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ, ବିଭିନ୍ନ ଜୋନ ସ୍ଥିର କରିବେ ରାଜ୍ୟ ସରକାର

May 18, 2020, ଦେଶ, , Anupambharat News Bureau


୩୧ ପର୍ଯ୍ୟନ୍ତ ଲକ୍‌ଡ଼ାଉନ୍‌ ବଢ଼ିଲା, ଆଜିଠୁ ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ, ବିଭିନ୍ନ ଜୋନ ସ୍ଥିର କରିବେ ରାଜ୍ୟ ସରକାର
Anupambharat News Bureau
May 18, 2020

ନୂଆଦିଲ୍ଲୀ:,୨୭ା୫: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗୁଥିବାରୁ ଲକ୍‌ଡାଉନ ଅବଧିକୁ ଆସନ୍ତା ୩୧ ଯାଏଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ତେବେ ନୂଆ ଲକ୍‌ଡାଉନରେ ବହୁ କ୍ଷେତ୍ରରେ କୋହଳ କରାଯାଇଛି । ସୋମବାର ଠାରୁ ୧୪ ଦିନ ଲକଡାଉନ ଅବଧି ବଢାଇବାକୁ ନ୍ୟାସନାଲ ମ୍ୟାନେଜମେଣ୍ଟ ଡ଼ିଜାଷ୍ଟର ଅଥରିଟି ନିର୍ଦ୍ଦେଶ ଦେଇଛନ୍ତି । ଏସମ୍ପର୍କରେ କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ପ୍ରକାଶ ଥାଉକି ଗତ ମାର୍ଚ୍ଚ ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ୨୧ ଦିନିଆ ପ୍ରଥମ ଲକ୍‌ଡାଉନ ଘୋଷଣା କରିଥିଲେ । ଏହା ପରବର୍ତ୍ତୀ ଦୁଇ ପର୍ଯ୍ୟାୟରେ ମଇ ୧୭ ଯାଏ ଦେଶରେ ତୃତୀୟ ପର୍ଯ୍ୟାୟ ଲକ ଡାଉନ ଜାରୀ ରହିଥିଲା ।
ଲକ୍‌ଡାଉନ ବୃଦ୍ଧି ସହ କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଏଚ୍‌ଏ) ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ପାଇଁ ନୂତନ ଗାଇଡଲାଇନ ଜାରି କରାଯାଇଛି । ରାଜ୍ୟ ସରକାର ଏଣିକି ରେଡ, ଗ୍ରୀନ ଓ ଅରେଞ୍ଜ ଜୋନ ନିର୍ଦ୍ଧାରଣ କରିବେ । ସେହିପରି ବର୍ତମାନ ତିନିଟି ଜୋନ ବଦଳରେ ୫ଟି ଜୋନ ରହିବ ରେଡ, ଗ୍ରୀନ ଓ ଅରେଞ୍ଜ ଜୋନ ସହ ବଫର ଓ କଣ୍ଟେନମେଣ୍ଟ ଜୋନ ମଧ୍ୟ ରାଜ୍ୟ ସରକାର ସ୍ଥିର କରିବେ । ଗାଇଡଲାଇନ ଅନୁଯାୟୀ ଲକ୍‌ ଡାଉନ୍‌ ସମୟରେ ମେଟ୍ରୋ ଟ୍ରେନ ସେବା ସହ ସମସ୍ତ ବିମାନ ଉଡାଣ ବନ୍ଦ ରହିବ । ଶ୍ରମିକଙ୍କୁ ନେଇ ଚାଲୁଥିବା ଏକ୍ସପ୍ରେସ ଛଡା ଅନ୍ୟ ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ବନ୍ଦ ରହିବ । ସେହିପରି ଧାର୍ମିକ ଅନୁଷ୍ଠାନ, ସିନେମା ହଲ, ସୁଇମିଙ୍ଗ ପୁଲ, ବନ୍ଦ ରହିବ । କୌଣସି ଧାର୍ମିକ, ସାମାଜିକ ଓ ରାଜନୈତିକ ବୈଠକ କରିବାକୁ ଅନୁମତି ଦିଆଯିବ ନାହିଁ । ସେହିପରି କଣ୍ଟେନମେଣ୍ଟ ଜୋନରେ କୌଣସି କଟକଣାକୁ କୋହଳ କରାଯିବ ନାହିଁ । ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଲୋକଙ୍କ ଚଳପ୍ରଚଳ ଉପରେ ମଧ୍ୟ କଟକଣା ବଳବତ୍ତର ରହିଛି । ସେହିପରି ସ୍କୁଲ, କଲେଜ ବନ୍ଦ ରହିବ । ରେଷ୍ଟରାଣ୍ଟକୁ କେବଳ ହୋମ ଡେଲିଭରି ଅନୁମତି ଦିଆଯାଇଛି । ତେବେ ରାଜ୍ୟମାନଙ୍କ ମଧ୍ୟରେ ସହମତି ଭିତ୍ତିରେ ହିଁ ବସ ସେବା ଚାଲିପାରିବ ବୋଲି ଗାଇଡ୍‌ ଲାଇନ୍‌ରେ ଉଲ୍ଲେଖ ରହିଛି । ଜିଲ୍ଲା କର୍ତ୍ତୃପକ୍ଷ ଜିଲ୍ଲାବାସୀଙ୍କୁ ଆରୋଗ୍ୟ ସେତୁ ଆପ୍ଲିକେସନ୍‌ ବା ଆପ୍‌କୁ ସମସ୍ତ ମୋବାଇଲ୍‌ ଫୋନ୍‌ରେ ଅପ୍‌ଡେଟ କରିବା ପାଇଁ ପରାମର୍ଶ ଦେବେ । ଏହି ଲକ୍‌ଡ଼ାଉନ୍‌ର ନିୟମାବଳୀକୁ ଯଦି ଉଲ୍ଳଂଘନ କରାଯାଏ ତେବେ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ଆଇନ ୨୦୦୫ର ଧାରା ୫୧ ଠାରୁ ୬୦ ମଧ୍ୟରେ ଧାର୍ଯ୍ୟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ବ୍ୟତୀତ ଆଇନ ଉଲଂଘନକାରୀଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ଼ (ଆଇପିସି)ର ଧାରା ୧୮୮ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା କରାଯାଇଛି । ତେବେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନରେ ବିବାହ କାର୍ଯ୍ୟକୁ ଅନୁମତି ମିଳିଛି । ତେବେ ଏଥିରେ ମାତ୍ର ୫୦ ଜଣ ଯୋଗଦେବାକୁ ଅନୁମତି ମିଳିଛି । ସେଭଳି ୨୦ ଜଣଙ୍କୁ ନେଇ ଅନ୍ତିମ ସଂସ୍କାର କରିବାକୁ ଅନୁମତି ଦିଆଯାଇଛି । ମୁହଁରେ ମାସ୍କ ବାଧ୍ୟତା କରାଯାଇଥିବା ବେଳେ ଦୋକାନରେ ଏକା ସମୟରେ ପାଞ୍ଚ ଗ୍ରାହକ ହିଁ ସାମାଜିକ ଦୂରତାକୁ ରଖି ରହିବେ । ସେତଟା ଜରୁରୀ ନହେଲେ ଏବଂ ସ୍ୱାସ୍ଥ୍ୟଗତ କାରଣକୁ ବାଦ ଦେଲେ ୬୫ ବର୍ଷରୁ ଊର୍ଦ୍ଧ୍ୱ ଏବ୦ ୧୦ ବର୍ଷରୁ କମ୍‌ ପିଲାଙ୍କୁ ବହାରକୁ ଯିବାକୁ ବାରଣ କରାଯାଇଛି । ସର୍ବସାଧାରଣରେ ଛେପ ପକାଇଲେ ଜରିମାନା ଆଦାୟ କରାଯିବ । ଉଲ୍ଲେଖ୍ୟଯୋଗ୍ୟ ଯେ ଏହା ପୂର୍ବରୁ ୭ଟି ରାଜ୍ୟ ଲକଡାଉନ ଅବଧି ବଢାଇବାକୁ ଘୋଷଣା କରିଥିଲେ । ନିଜ ରାଜ୍ୟରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ତାମିଲନାଡୁ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ସରକାର ମେ ୩୧ ଯାଏଁ ଲକଡାଉନ ବଢାଇଛନ୍ତି । ଗତକାଲି ମିଜୋରାମ, ପଞ୍ଜାବ ଓ ତେଲେଙ୍ଗାନା ସରକାର ମଧ୍ୟ ସେମାନଙ୍କ ନିଜ ନିଜ ରାଜ୍ୟରେ ଲକଡାଉନ ଅବଧିକୁ ବଢାଇଥିଲେ





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉଗ୍ର ହେଉଛି ‘ଅମ୍ଫାନ’

ଉଗ୍ର ହେଉଛି ‘ଅମ୍ଫାନ’

Read More...

ରୋଗୀର ଚିକିତ୍ସା ନକଲେ ଘରୋଇ ହସ୍ପିଟାଲ ଲାଇସେନ୍ସ ରଦ୍ଦ ହେବ

ରୋଗୀର ଚିକିତ୍ସା ନକଲେ ଘରୋଇ ହସ୍ପିଟାଲ ଲାଇସେନ୍ସ ରଦ୍ଦ ହେବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page