ପୃଥକ ସଡ଼କ ଦୁର୍ଘଟଣାରେ ୩୦ ଶ୍ରମିକ ମୃତ

May 16, 2020, ଦେଶ, , Anupambharat News Bureau


ପୃଥକ ସଡ଼କ ଦୁର୍ଘଟଣାରେ ୩୦ ଶ୍ରମିକ ମୃତ
Anupambharat News Bureau
May 16, 2020

ନୂଆଦିଲ୍ଲୀ:ଉତ୍ତର ପ୍ରଦେଶର ଔରେୟା ଜିଲ୍ଲାରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କୁ ନେଇ ଏକ ଟ୍ରକ୍‌ ରାଜସ୍ଥାନରୁ ଉତ୍ତରପ୍ରଦେଶ ଫେରୁଥିବା ବେଳେ ଏହା ଅନ୍ୟ ଏକ ଭ୍ୟାନ୍‌ ସହିତ ମୁହାମୁହିଁ ର୍ଦୁଘଟଣା ଘଟିବା ଯୋଗୁଁ ଅତି କମ୍‌ରେ ୨୫ ଜଣ ଶ୍ରମିକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ସମସ୍ତେ ପ୍ରାୟ ପ୍ରବାସୀ ଶ୍ରମିକ ଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି । ଘଟଣାଟି ଶନିବାର ଭୋର୍‌ ସମୟରେ ଘଟି ଯାଇଛି । ଦିଲ୍ଲୀରୁ ଫେରୁଥିବା ଏକ ଡିସିଏମ୍‌ ଭ୍ୟାନ୍‌କୁ ଏହି ଟ୍ରକ୍‌ଟି ଧMା ହୋଇଥିଲା ବୋଲି ପୋଲିସ କହିଛି । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ଠିକ୍‌ ସେହିଭଳି ମୃତକଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨ ଲକ୍ଷ ଟଙ୍କା ଲେଖାଁଏ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି । ଏହା ବ୍ୟତୀତ ମୃତକଙ୍କ ଉଦ୍ଦେଶ୍ୟରେ ୫୦ ହଜାର ଟଙ୍କା ଯୋଗାଇ ଦିଆଯିବ ବୋଲି ଆଦିତ୍ୟନାଥ କହିଛନ୍ତି । ଅନ୍ୟ ଏକ ସଡ଼କ ଦୁର୍ଘଟଣାରେ ମଧ୍ୟପ୍ରଦେଶର ସାଗର ଜିଲ୍ଲା ବନ୍ଦା ନିକଟରେ ଏଭଳି ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକଙ୍କୁ ନେଇ ଫେରୁଥିବା ଏକ ଟ୍ରକ୍‌ ଅନ୍ୟ ଏକ ଯାନକୁ ଅତିକ୍ରମ କରୁଥିବା ବେଳେ ଏହା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଫଳରେ ଅତିକମ୍‌ରେ ୫ ଜଣ ଶ୍ରମିକ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିବା ବେଳେ ଗୁରୁତର ଅବସ୍ଥାରେ ୧୯ ଜଣ ବ୍ୟକ୍ତିଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ସମସ୍ତ ଶ୍ରମିକ ମହାରାଷ୍ଟ୍ରରୁ ଉତ୍ତରପ୍ରଦେଶ ଫେରୁଥିଲେ ବୋଲି ସୂଚନାରୁ ଜଣାପଡିଛି । ଲକ୍‌ଡ଼ାଉନ୍‌ ଥିବା ଯୋଗୁଁ ଏଭଳି ପ୍ରବାସୀମାନେ ନିଜ ନିଜ ରାଜ୍ୟ ଓ ଜିଲ୍ଲାକୁ ଫେରିବା ବେଳେ ଯେଉଁ ଦୁଖଦଃ ଓ ଦୁର୍ଭାଗ୍ୟଜନକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ଏହା ସାଧାରଣ ଲୋକଙ୍କୁ ମର୍ମାହତ କରିଦେଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଡ଼ି ଆସୁଛି ‘ଅମ୍ଫାନ୍‌’, ପଶ୍ଚିମବଙ୍ଗରେ ସ୍ଥଳଭାଗ ଛୁଇଁବ, ପ୍ରଭାବିତ ହେବେ ଉପକୂଳ ଓଡିଶା

ମାଡ଼ି ଆସୁଛି ‘ଅମ୍ଫାନ୍‌’, ପଶ୍ଚିମବଙ୍ଗରେ ସ୍ଥଳଭାଗ ଛୁଇଁବ, ପ୍ରଭାବିତ ହେବେ ଉପକୂଳ ଓଡିଶା

Read More...

ପରିବହନ କାର୍ଯ୍ୟରେ ମଲଦା ଗ୍ରାମର ହସ୍ତକ୍ଷେପକୁ ବିରୋଧ

ପରିବହନ କାର୍ଯ୍ୟରେ ମଲଦା ଗ୍ରାମର ହସ୍ତକ୍ଷେପକୁ ବିରୋଧ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page