ଜୁଲାଇ ୨୪ ସୁଦ୍ଧା ଶେଷ ହେବ ଯୁକ୍ତ ତିନି ପରୀକ୍ଷା

May 06, 2020, ଓଡ଼ିଶା, , Anupambharat News Bureau


ଜୁଲାଇ ୨୪ ସୁଦ୍ଧା ଶେଷ ହେବ ଯୁକ୍ତ ତିନି ପରୀକ୍ଷା
Anupambharat News Bureau
May 06, 2020

ଭୁବନେଶ୍ୱର, ୬ା୫(ଅନୁପମମିଡ଼ିଆ): ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା ଯୁକ୍ତ ତିନି ମହା ବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନିର ୬ଷ୍ଠ ସେମିଷ୍ଟାରର (ଫାଇନାଲ୍‌) ପରୀକ୍ଷା ଜୁନ ୨୦ ତାରିଖ ପରେ ଆରମ୍ଭ ହୋଇ ଜୁଲାଇ ୨୪ ତାରିଖ ସୁଦ୍ଧା ଶେଷ ହେବ ଏବଂ ପରୀକ୍ଷା ଫଳ ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ । ସେହିପରି ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ନାତକୋତର ଶ୍ରେଣୀର ଚତୁର୍ଥ ସେମିଷ୍ଟାର (ଫାଇନାଲ୍‌) ପରୀକ୍ଷା ଅଗଷ୍ଟ ୨୦ ତାରିଖ ସୁଦ୍ଧା ଶେଷ ହେବ ଏବଂ ପରୀକ୍ଷା ଫଳ ସେପେଫମ୍ବର ୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟଗୁଡିକର କୁଳପତିଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ବୈðଠକରେ ନିଷ୍ପତ୍ତି ହୋଇଥିବା ସମ୍ପର୍କରେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ କହିଛନ୍ତି । ଏଥି ସହିତ ମେ ୭ ତାରିଖଠାରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରଶାସନିକ କାର୍ଯ୍ୟ ସମ୍ପାଦନ ନିମନ୍ତେ ଏକ ତୃତୀୟାଂଶ କର୍ମଚାରୀଙ୍କୁ ନେଇ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଜି ଲୋକସେବା ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ, ମସି୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ. ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈðଠକରେ ରାଜ୍ୟର ସମସ୍ତ କୁଳପତିମାନେ ଭିଡିଓ କନ୍‌ଫରେନ୍ସିଂ ଯୋଗେ କୋଭିଡ୍‌-୧୯ ସଂକ୍ରମଣ ର ମୁକାବିଲା ନିମନ୍ତେ ଦେଶ ସମେତ ରାଜ୍ୟରେ ଲକ୍‌ ଡାଉନ୍‌ ଜାରି କରାଯାଇଥିବା ପରିପ୍ରେକ୍ଷୀରେ ବିଭିନ୍ନ ପରୀକ୍ଷା ପରିଚାଳନା, ପରୀକ୍ଷା ଫଳ ପ୍ରକାଶନ, ଛାତ୍ରଛାତ୍ରୀଙ୍କ ନାମଲେଖା ଓ ଶିକ୍ଷା ଦାନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂ ଶାସିତ ମହାବିଦ୍ୟାଳୟଗୁଡିକ ଯୁକ୍ତ ତିନି ଶ୍ରେଣୀର ୬ଷ୍ଠ ସେମିଷ୍ଟାର ପରୀକ୍ଷା ନିମନ୍ତେ ପରୀକ୍ଷା ସୂଚୀ ସ୍ଥିର କରି ଛାତ୍ରଛାତ୍ରୀମାନଙ୍କୁ ଆଗୁଆ ଜଣାଇବା ପାଇଁ କୁହାଯାଇଛି । ସେହିପରି ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସ୍ନାତକୋତର ଶ୍ରେଣୀର ଚତୁର୍ଥ ସେମିଷ୍ଟାର ପରୀକ୍ଷା ନିମନ୍ତେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟ ବିସ୍ତୃତ ପରୀକ୍ଷା ସୂଚୀ ପ୍ରକାଶ କରିବେ । ଏଥି ସହିତ ଚଳିତ ବର୍ଷ ସ୍ନାତକୋତର ଶ୍ରେଣୀର ନାମଲେଖା ନିମନ୍ତେ ଏକକ ପ୍ରବେଶିକା ପରୀକ୍ଷା ଏବଂ ନାମଲେଖା କାର୍ଯ୍ୟ ସେପେଫମ୍ବରରୁ ଅକେଫାବର ମାସ ମଧ୍ୟରେ ଶେଷ କରାଯିବା ପାଇଁ ବୈðଠକରେ ନିଷ୍ପତ୍ତି ନିଆଯାଇଛି । ଅନଲାଇନ୍‌ ଏବଂ ଇ-ଲଣ୍ଣିଂ ମାଧ୍ୟମରେ ଶିକ୍ଷାଦାନ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଏକ ବ୍ଲୁ ପ୍ରିଣଫ ପ୍ରସ୍ତୁତ କରାଯିବ ବୋଲି ବୈðଠକରେ ଆଲୋଚନା ହୋଇଥିଲା । ଏହା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ସହଜରେ ଉନ୍ନତମାନର ଷ୍ଟଡି ମ୍ୟାଟେରିଆଲ ମିଳିପାରିବ ବୋଲି ବୈðଠକରେ ମତ ପ୍ରକାଶ ପାଇଥିଲା । ଏଥି ସହିତ ପ୍ରତି ୧୫ ଦିନରେ ଥରେ କୁଳପତିଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈðଠକ କରି ସ୍ଥିତି ସମ୍ପର୍କରେ ତର୍ଜମା କରି ନିଷ୍ପତ୍ତି ଗ୍ରହଣ କରାଯିବ । ଏହି ବୈðଠକରେ ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ, ଶାଶ୍ୱତ ମିଶ୍ର, ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସଙ୍କ ସମେତ ଉକିଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏବଂ ଓଡିଶା ମୁକ୍ତ ବିଶ୍ୱବିଦ୍ୟାାୟର କୁଳପତି ଲୋକସେବା ଭବନରେ ଉପସ୍ଥିତ ଥିବା ବେଳେ ଅନ୍ୟ ବିଶ୍ୱବିଦ୍ୟାଳୟମାନଙ୍କର କୁଳପତିମାନେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରବାସୀଙ୍କ ପାଇଁ ହୋଟେଲ ଭଳି ବ୍ୟବସ୍ଥା

ପ୍ରବାସୀଙ୍କ ପାଇଁ ହୋଟେଲ ଭଳି ବ୍ୟବସ୍ଥା

Read More...

ଓଡ଼ିଶା ଫେରିଲେଣି ୩୫ ହଜାର ପ୍ରବାସୀ

ଓଡ଼ିଶା ଫେରିଲେଣି ୩୫ ହଜାର ପ୍ରବାସୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page