ରାଜ୍ୟରେ କରୋନା ନେଲା ଦ୍ୱିତୀୟ ମୁଣ୍ଡ

May 06, 2020, ଓଡ଼ିଶା, , Anupambharat News Bureau


ରାଜ୍ୟରେ କରୋନା ନେଲା ଦ୍ୱିତୀୟ ମୁଣ୍ଡ
Anupambharat News Bureau
May 06, 2020

ଭୁବନେଶ୍ୱର, ୬ା୫(ଅନୁପମମିଡ଼ିଆ):­ ରାଜ୍ୟରେ କରୋନାରେ ଦ୍ୱିତୀୟ ମୃତୁ୍ୟ ଘଟିଛି । ଭୁବନେଶ୍ୱରର ମଧୁସୂଦନ ନଗରର କରୋନା ସଂକ୍ରମିତ ୭୭ ବର୍ଷୀୟ ବ୍ୟକ୍ତି ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ କିମ୍ସ ହସପିଟାଲରେ ମୃତୁ୍ୟ ବରଣ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ବିଭାଗ ପକ୍ଷରୁ କୁହା ଯାଇଛି ଯେ ମଧୁସୂଦନ ନଗର ଅଞ୍ଚଳର ଏହି ବ୍ୟକ୍ତି ଜଣଙ୍କ ହାଇପର ଟେନସନ, ଡାଇବେଟିସ ଓ କିଡନି ସମ୍ପର୍କିତ ସମସ୍ୟାରେ ମଧ୍ୟ ପୀଡିତ ଥିଲେ । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତୁ୍ୟ ସଂଖ୍ୟା ବଢି ଦୁଇରେ ପହଞ୍ଚିଛି । ଅନ୍ୟପକ୍ଷେ ଏହି ଭୂତାଣୁ ଗ୍ରୀନ୍‌ ଜୋନ୍‌ରେ ଥିବା ଜଗତସିଂହପୁର ଜିଲ୍ଲାକୁ ଛୁଇଁଛି । ଜିଲ୍ଲାରୁ ବୁଧବାର ଏକସଙ୍ଗେ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ସୁରତ ଫେରନ୍ତା । ଏଥିସହ ରାଜ୍ୟର ୧୭ଟି ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରିଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରୁ ମଧ୍ୟ ବହୁ ଦିନର ବ୍ୟବଧାନ ପରେ ଜଣେ ଆକ୍ରାନ୍ତ ଠାବ ହୋଇଛନ୍ତି । ଏହା ଫଳରେ କେନ୍ଦ୍ରାପଡାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଥିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୧୮୫ ଛୁଇଁଛି । ବୁଧବାର ଗୋଟିଏ ଦିନରେ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଭୁବନେଶ୍ୱର ମଧୁସୂଦନନଗରର ଜଣେ ୭୭ ବର୍ଷୀୟ ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଥିବା ବେଳେ ବାଲେଶ୍ୱରର ଜଣେ ସୁସ୍ଥ ହୋଇଛନ୍ତି ।
ପ୍ରଥମ ଥର ଲାଗି ଜଗତସିଂହପୁର ଜିଲ୍ଲାର ଚିହ୍ନଟ ଏହି ଚାରି ଜଣ ଆକ୍ରାନ୍ତ ନାଉଁଗାଁ ଅଞ୍ଚଳର । ସେମାନଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର । ସମସ୍ତେ ପୁରୁଷ ଏବଂ ସେମାନଙ୍କ ୨୬ , ୩୨ , ୩୦ ଓ ୪୭ । ଏହି ୪ ଜଣ ଯାକ ଗୋଟିଏ ସଙ୍ଗରୋଧ ଗୃହରେ ଥିଲେ । କାହା ନିକଟରେ ରୋଗର ଲକ୍ଷଣ ନ ଥିଲା । କି;ୁ ବାହାର ରାଜ୍ୟରୁ ଫେରିଥିବାରୁ ସେମାନଙ୍କ ସ୍ୱାବ୍‌ ପରୀକ୍ଷା କରାଯାଇଥିଲା ।
ସେହିପରି କେନ୍ଦ୍ରାପଡାରେ ଚିହ୍ନଟ ବ୍ୟକ୍ତି ୬୦ ବର୍ଷୀୟ ପୁରୁଷ ଏବଂ ସେ କୋଲକାତାରୁ ଫେରିଥିଲେ । ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଛି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରୁ ୯ ଜଣ (ଜଗତସିଂହପୁର ଜିଲ୍ଲାରୁ ୪ ଜଣ, ଯାଜପୁର ଜିଲ୍ଲାରୁ ୨ ଜଣ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଗଞ୍ଜାମ ଜିଲ୍ଲାରୁ ଜଣେ ଲେଖାଏଁ) କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଆଜି ଚିହ୍ନଟ ପ୍ରଥମ ସଂକ୍ରମିତ ଜଣକ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଦ୍ୱିତୀୟ ସଂକ୍ରମିତ ଜଣଙ୍କ ବାଲେଶ୍ୱର ଜିଲ୍ଲାର । ଗଞ୍ଜାମ ଜିଲ୍ଲାର ପଜିଟିଭ୍‌ ୧୮ ବର୍ଷୀୟ ଯୁବକ । ସେ ସୁରତରୁ ଫେରିଥିଲେ । ସେହିପରି ବାଲେଶ୍ୱରର ଆକ୍ରାନ୍ତ ୪୮ ବର୍ଷୀୟ ପୁରୁଷ ।
ପରେ ଯାଜପୁର ଜିଲ୍ଲାରେ ପୁଣି ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୬୫ ବର୍ଷୀୟ ଏବଂ ୫୭ ବର୍ଷୀୟ ପୁରୁଷ ରହିଛନ୍ତି । ଉଭୟ ପଶ୍ଚିମବଙ୍ଗରୁ ଫେରିବା ପରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ । ଯାଜପୁରରେ ବର୍ତ୍ତମାନ ସୁଦ୍ଧା ୫୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜଣେ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୪୭ ହଜାର ୪୫୪ଟି ଆରଟି ପିସିଆର ନମୁନା ପରୀକ୍ଷା ହୋଇଛି ।
୧୭ଟି ଜିଲ୍ଲାରୁ ମୋଟ ୧୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ସର୍ବାଧିକ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୪୭ ଜଣ, ବାଲେଶ୍ୱର ଜିଲ୍ଲାରୁ ୨୫ ଜଣ, ଭଦ୍ରକ ଜିଲ୍ଲାରୁ ୨୧ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨ ଜଣ, ଗଞ୍ଜାମ ଓ ଜଗତସିଂହପୁର ଜିଲ୍ଲାରୁ ୪-୪ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତଦ ବ୍ୟତୀତ କୋରାପୁଟ, ଦେବଗଡ଼, ଢେଙ୍କାନାଳ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧୨୨ ଜଣ ସକ୍ରିୟ ଆକାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କରୋନା ସଂକ୍ରମଣରେ କେବଳ ୨ ଜଣ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବୟସ୍କ, ଦୂରାରୋଗ୍ୟ ପୀଡିତଙ୍କ ଯତ୍ନ ନିଅ;ୁ

ବୟସ୍କ, ଦୂରାରୋଗ୍ୟ ପୀଡିତଙ୍କ ଯତ୍ନ ନିଅ;ୁ

Read More...

ରାଜ୍ୟରେ ବଢ଼ୁଛି ପଜିଟିଭ୍‌ଙ୍କ ସଂଖ୍ୟା

ରାଜ୍ୟରେ ବଢ଼ୁଛି ପଜିଟିଭ୍‌ଙ୍କ ସଂଖ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page