କରୋନା ଆକ୍ରାନ୍ତରେ ଯାଜପୁର ନମ୍ବର ୧

May 02, 2020, ଓଡ଼ିଶା, , Anupambharat News Bureau


କରୋନା ଆକ୍ରାନ୍ତରେ ଯାଜପୁର ନମ୍ବର ୧
Anupambharat News Bureau
May 02, 2020


ଭୁବନେଶ୍ୱର, ୨ା୫(ଅନୁପମମିଡ଼ିଆ): କରୋନା ଭାଇରସ ପଜିଟିଭ କ୍ଷେତ୍ରରେ ଓଡ଼ିଶାର ଏକ ନମ୍ବର ଜିଲ୍ଲା ହୋଇଛି ଯାଜପୁର । ଶନିବାର ୮ଟି ନୂଆ ପଜିଟିଭ୍‌ ମାମଲା ଆସିବା ପରେ ଯାଜପୁର ଜିଲ୍ଲାରେ ପଜିଟିଭ୍‌ଙ୍କ ସଂଖ୍ୟା ୪୮ ଛୁଇଁଛି । ଗତକାଲି ପର୍ଯ୍ୟନ୍ତ ଖୋର୍ଦ୍ଧା ୧ ନମ୍ବର ଥିଲା । ଖୋର୍ଦ୍ଧା ଜିଲ୍ଲାରେ ଏହି ସଂଖ୍ୟା ହେଉଛି ୪୭ । ରାଜଧାନୀ ଭୁବନେଶ୍ୱରରେ ଗତ ମାର୍ଚ୍ଚ ୧୫ ତାରିଖରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏପ୍ରିଲ ୨୯ରେ ୪୭ତମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କି;ୁ ଯାଜପୁର ଜିଲ୍ଲାର ରସୁଲପୁଲ ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦାରେ ଗତ ଏପ୍ରିଲ ୩ ତାରିଖରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ଏପର୍ଯ୍ୟନ୍ତ ଯାଜପୁର ଜିଲ୍ଲାର ୧୦ ବ୍ଲକରୁ ୬ ବ୍ଲକରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାର ଧର୍ମଶାଳା, ବଡ଼ଚଣା, ଦାନଗଦି ଓ ସୁକିନ୍ଦା ଆଦି ୪ଟି ବ୍ଲକରୁ ଏଯାଏଁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଜିଲ୍ଲାର ଦଶରଥପୁର ବ୍ଲକରୁ ସବୁଠାରୁ ଅଧିକ ୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ବିରଜାପୁର ପଂଚାୟତରୁ ୪ , ଅକରପଡ଼ା ପଞ୍ଚାୟତରୁ ଜଣେ ବ୍ୟକ୍ତି ହେଉଛନ୍ତି ଅକରପଡ଼ା ଗାଁର, କଟିକଟା ପଞ୍ଚାୟତରୁ ୨୧ , ଡାହାଣୀଅଟା ପଞ୍ଚାୟତରୁ ଜଣେ , ମଲିକାପୁର ପଞ୍ଚାୟତରୁ ଜଣେ ରହିଛନ୍ତି ।ସେହିପରି ଯାଜପୁର ବ୍ଲକରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ବାସୁଦେବପୁର ପଞ୍ଚାୟତରୁ ୬ ଜଣ, ପଣସା ପଞ୍ଚାୟତରୁ ୨ଜଣ, ଜାଫରପୁର ପଞ୍ଚାୟତ ,କୋରେଇ ବ୍ଲକ (ମକୁନ୍ଦପୁର)ରୁ ଜଣେ ଓ ରସୁଲପୁର ବ୍ଲକ(ବ୍ରହ୍ମବରଦା)ରୁ ଜଣେ ଥିବା ଜଣାଯାଇଛି । ଶନିବାର ରାଜ୍ୟରେ ଯେଉଁ ଆଠ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସମସ୍ତଙ୍କ ଘର ଯାଜପୁର ଜିଲ୍ଲାରେ । ସମସ୍ତ ଆକ୍ରାନ୍ତ କୋଲକାତାରୁ ଫେରିଥିବା ସୂଚନା ମିଳିଛି । ଆକ୍ରାନ୍ତଙ୍କ ମଧ୍ୟରେ ୬ ଜଣ ପୁରୁଷ ଓ ୨ ମହିଳା ରହିଛନ୍ତି । ଯାଜପୁର ବ୍ଲକର ବାସୁଦେବପୁର ପଞ୍ଚାୟତର ୨ଜଣ, ନାଥ ସାହି ପଞ୍ଚାୟତର ଜଣେ, ବରୀ ବ୍ଲକର ୪ ଜଣ ଓ ବିଂଝାରପୁର ବ୍ଲକର ଜଣେ ଜଣେ ବୋଲି ସୂଚନା ମିଳିଛି । ରାଜ୍ୟରେ ମୋଟ ୧୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୦୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ମୋଟ ୫୬ ଜଣ ବ୍ୟକ୍ତି ସୁସ୍ଥ ହୋଇଥିବା ବେଳେ ଜଣେ ଲୋକ ଜୀବନ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ଏପର୍ଯ୍ୟନ୍ତ ୩୧ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୫ ଜଣ । କରୋନା ଆକ୍ରାନ୍ତରେ ମୃତ ବ୍ୟକ୍ତି ଖୋର୍ଦ୍ଧା ଜିଲ୍ଲାର । ଯାଜପୁର ଜିଲ୍ଲାରେ କେବଳ ଜଣେ ବ୍ୟକ୍ତି ସୁସ୍ଥ ହୋଇଥିବା ବେଳେ ୪୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ବଢ଼ୁଛି ପଜିଟିଭ୍‌ଙ୍କ ସଂଖ୍ୟା

ରାଜ୍ୟରେ ବଢ଼ୁଛି ପଜିଟିଭ୍‌ଙ୍କ ସଂଖ୍ୟା

Read More...

୧୭ ପର୍ଯ୍ୟନ୍ତ ଲକ୍‌ଡ଼ାଉନ ଅବଧି ବୃଦ୍ଧି, ୪ରୁ ଗ୍ରୀନ ଜୋନରେ ଗଡ଼ିବ ଗାଡ଼ି, ଖୋଲିବ ଦୋକାନ

୧୭ ପର୍ଯ୍ୟନ୍ତ ଲକ୍‌ଡ଼ାଉନ ଅବଧି ବୃଦ୍ଧି, ୪ରୁ ଗ୍ରୀନ ଜୋନରେ ଗଡ଼ିବ ଗାଡ଼ି, ଖୋଲିବ ଦୋକାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page