ପରଲୋକରେ ଋଷି

April 30, 2020, ଦେଶ, , Anupambharat News Bureau


ପରଲୋକରେ ଋଷି
Anupambharat News Bureau
April 30, 2020

ମୁମ୍ବାଇ,୩୦ା୪: ­ ବଲିଉଡ଼ ଜଗତର ଲୋକପ୍ରିୟ ଅଭିନେତା ଋଷି କାପୁରଙ୍କର ୬୭ ବର୍ଷରେ ପରଲୋକ ଘଟିଛି । ବୁଧବାର ଋଷି ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର ସାର ଏଚଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ଗୁରୁବାର ସକାଳ ୯ଟାରେ ଏହି ବର୍ଷୀୟାନ ଅଭିନେତା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଋଷିଙ୍କ ହଠାତ ନିଧନ ଚଳଚଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳାଇ ଦେଇଥିଲା । ଋଷି ୨୦୧୯ ସେପେଫମ୍ବରରେ ନୁ୍ୟୟର୍କରେ କ୍ୟାନସର ପାଇଁ ଏକବର୍ଷର ଚିକିତ୍ସା ପରେ ଦେଶକୁ ଫେରିଥିଲେ । ତାଙ୍କୁ ୨୦୧୮ରେ କ୍ୟାନ୍ସର ହେବାର ଜଣାପଡ଼ିଥିଲା । ସେଥିପାଇଁ ତାଙ୍କୁ ନୁ୍ୟୟର୍କରେ୧୧ ମାସ ୧୧ଦିନର ଚିକିତ୍ସା ପରେ ଫେରିବାକୁ ପଡ଼ିଥିଲା । ସେଠାରେ ମଧ୍ୟ ତାଙ୍କ ସହିତ ତାଙ୍କର ପତ୍ନୀ ନିତୁ କପୁର ଥିଲେ । ସେ ସମୟରେ ତାଙ୍କର ପୁତ୍ର ରଣବୀର ନୁ୍ୟୟର୍କ ନିୟମିତ ଯାଉଥିଲେ । କିଛିଦିନ ପୂର୍ବରୁ ସେ ନିଜର ଚିକିତ୍ସା ବିଷୟରେ କହିବା ସମୟରେ କହିଥିଲେ ଯେ ମୁଁ କାମ କରିବା ପାଇଁ ବହୁତ ଫ୍ରେସ ଏବଂ ପ୍ରସ୍ତୁତ ଅଛି । ମୁଁ କ୍ୟାମେରା ସାମ୍‌ନା କରିବାପାଇଁ ଖୁବ୍‌ ଉତ୍ସାହିତ । ମୋର ବିଶ୍ୱାସ ମୁଁ ଅଭିନୟ ଭୁଲିଯାଇ ନଥିବି । ୧୯୫୨ରୁ ୨୦୨୦ ପର୍ଯ୍ୟନ୍ତ ଦୀର୍ଘ ଛ’ ଦଶନ୍ଧୀରୁ ଊର୍ଦ୍ଧ୍ୱ ସମୟ ଧରି ଏହି ଅଭିନେତାଙ୍କ ଲମ୍ବା କ୍ୟାରିୟରେ ଭାରତୀୟ ସିନେମା ଜଗତକୁ ବହୁ ସୁପର ଡୁପର ହିଟ୍‌ ଚଳଚ୍ଚିତ୍ର ଦେଇଛନ୍ତି । ଏଥିସହିତ ଅଭିନୟର ଲମ୍ବା ଯାତ୍ରାରେ ଅନେକ ଗୁଡ଼ିଏ ସମ୍ମାନ ସାଉଁଟିଥିଲେ ସେ । ପ୍ରଥମଥର ପରଦାରେ ହିରୋ ଭାବରେ ଫିଲ୍ମ ବବିରେ ଚମତ୍କାର ଅଭିନୟ ପାଇଁ ଫିଲ୍ମ ଫେୟାର ଆୱାଡ଼ ପାଇଥିଲେ । କି;ୁ ଏହା ପୂର୍ବରୁ ସେ ମାତ୍ର ତିନିବର୍ଷ ବୟସରେ ବଡ଼ ପରଦାରେ ଦେଖାଦେଇଥିଲେ । ପିତା ରାଜ କାପୁରଙ୍କ ଶ୍ରୀ-୪୨୦ରେ ଲୋକପ୍ରିୟ ‘ପ୍ୟାର ହୁଆ ଇକରାର ହୁଆ...’ ଗୀତରେ ବର୍ଷାରେ ଭିଜୁଥିବା କୁନି କଳାକାରଟି ଥିଲେ ନିଜେ ଋଷି । ଏହାପରେ ମେରାନାମ ଜୋକର ଫିଲ୍ମରେ ରାଜ କାପୁରଙ୍କ ପିଲାଦିନର ଚରିତ୍ରରେ ଶିଶୁ କଳାକାର ଭାବରେ ମଧ୍ୟ ଦେଖା ଦେଇଥିଲେ । କି;ୁ ହିରୋ ଭାବରେ ବବି ଥିଲା ତାଙ୍କର ପ୍ରଥମ ଫିଲ୍ମ । ମେରାନାମ ଜୋକର ପାଇଁ ଜାତୀୟ ସମ୍ମାନ



ଠାରୁ ଆରମ୍ଭ କରି ଫିଲ୍ମ ଫେୟାର, ଲାଇଫ ଟାଇମ୍‌ ଆଚିଭମେଣ୍ଟ ଆୱାର୍ଡ଼ ମଧ୍ୟ ପାଇଥିଲେ । । ପ୍ରେମ ରୋଗ, ଚାନ୍ଦିନୀ, ପ୍ରେମଗ୍ରନ୍ଥ, ଦିୱାନ, ଦାମିନୀ ଭଳି ବହୁ ହିଟ୍‌ ଚଳଚ୍ଚିତ୍ରରେ ଋଷିଙ୍କ ନିଖୁଣ ଅଭିନୟ ଦର୍ଶକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ଛାପ ସୃଷ୍ଟି କରିଥିଲା । ଏପରିକି ସିନେମା ପ୍ରତି ଅବଦାନ ପାଇଁ ରୁଷ ସରକାର ମଧ୍ୟ ତାଙ୍କୁ ସମ୍ମାନୀତ କରିଥିଲେ । ମହାନାୟକ ଅମିତାଭ ବଚ୍ଚନ ଋଷି କାପୁରଙ୍କର ମୃତୁ୍ୟର ସୂଚନା ଦେଇଛନ୍ତି । ଅମିତାଭ ବଚ୍ଚନ ଟୁଇଟ୍‌ କରି କହିଛନ୍ତି- ସେ ଚାଲିଯାଇଛନ୍ତି । ମୁଁ ବହୁତ ଭାଙ୍ଗିପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁରତରୁ ଫେରୁଥିବା ବସ୍‌ କଳିଙ୍ଗା ଘାଟିରେ ଦୁର୍ଘଟଣା, ଦୁଇ ମୃତ, ୧୫ ଆହତ

ସୁରତରୁ ଫେରୁଥିବା ବସ୍‌ କଳିଙ୍ଗା ଘାଟିରେ ଦୁର୍ଘଟଣା, ଦୁଇ ମୃତ, ୧୫ ଆହତ

Read More...

ଚିନ୍ତା ବଢ଼ାଇଲା ଯାଜପୁର ଜିଲ୍ଲା

ଚିନ୍ତା ବଢ଼ାଇଲା ଯାଜପୁର ଜିଲ୍ଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page