ଜଙ୍ଗଲରୁ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର

May 17, 2019, ଓଡ଼ିଶା, , Anupambharat News Bureau


ଜଙ୍ଗଲରୁ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର
Anupambharat News Bureau
May 17, 2019

ଉମରକୋଟ,୧୬ ।୫ (ଅନୁପମ ମିଡ଼ିଆ): ଉମରକୋଟ ଥାନା ଅନ୍ତର୍ଗତ ସେମେଲା ପଞ୍ଚାୟତ ବାକଲିଗୁଡ଼ାର ନୀଳଗିରି ପ୍ଲାଣ୍ଟସେନ୍‌ ଭିତରୁ ଯୁବତୀଙ୍କ ଝୁଲନ୍ତା ଗଳିତ ଶବ ଉଦ୍ଧାର କରାଯାଇଛି । ଉମରକୋଟ ପୋଲିସ୍‌ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରୁଛନ୍ତି ।
ପ୍ରାପ୍ତ ସୂଚନା ଅନୁଯାୟୀ ବାକଲିଗୁଡ଼ ଗ୍ରାମର ଗୁରୁବାର ଭ୍ରାତାଙ୍କ ଝିଅ କଚରା ଭଟ୍ରା(୧୬) ଗତ ମଙ୍ଗଳବାର ଦିନ ମଧ୍ୟାହ୍ନ ୧୨.୦୦ ଠାରୁ ଫେରି ନଥିଲେ । କଚାରାଙ୍କ ।ରୀର ଦୁଇ ଦିନ ହେଲା ଖରାପ୍‌ ଥିଲା ଓ ଟିକିଏ ମାନସିକ ବିକୃତ ଗ୍ରସ୍ତ ଥିଲେ ପୂର୍ବରୁ ଏହି ପରି ସେ ଘରୁ ବାହାରି ଯାଉଥିଲେ କିଛି ଦିନ ପରେ ଫେରି ଆସୁଥିଲେ ଏଣୁ, ଘର ଲୋକ ଏତେ ଗୁରୁତ୍ୱ ଦେଇ ନଥିଲେ କିନ୍ତୁ ଆଜି ସ୍ଥାନୀୟ କିଛି ମହିଳା ବାକଳିଗୁଡ଼ ନିକଟସ୍ଥ ନୀଳଗିରି ଜଙ୍ଗଲକୁ କାଠ ସଂଗ୍ରହ କରାଯାଇଥିବା ବେଳେ ଗନ୍ଧ ହେଉଥିବା ଗାନି ଖୋଜା ଖୋଜି କରିବାରୁ ଯୁବତୀଙ୍କ ଝୁଲନ୍ତା ଶବ ଦେଖିଥିଲେ ।
ଶବ ଟିକୁ କଚାରା ବୋଲି ଚିହ୍ନି ପାରି ତାଙ୍କ ବାପାଙ୍କୁ ଖବର ଦେଇଥିଲେ । ଗୁରୁବାର ନିଜ ଝିଅକୁ ଚିହ୍ନି ପାରି ଉମରକୋଟ ପୋଲିସ୍‌ ଷ୍ଟେସନ୍‌ ରେ ଏକ ମାମଲା ରୁଜୁ କରିଛନ୍ତି । ପୋଲିସ୍‌ ଘଟଣା ସ୍ଥଳକୁ ପହଞ୍ଚି ଶବ ଜବତ କରି ଅଧିକା ତଦନ୍ତ ଚଳାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏଥର ୫୦୦ ଛୁଇଁବ ସ୍କୋର !:  ସ୍କୋରକାର୍ଡ ଆକାର ବଦଳାଇଲା ଇସିବି

ଏଥର ୫୦୦ ଛୁଇଁବ ସ୍କୋର !: ସ୍କୋରକାର୍ଡ ଆକାର ବଦଳାଇଲା ଇସିବି

Read More...

ଚାକିରି ଦେବା ନାମରେ ୪କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ

ଚାକିରି ଦେବା ନାମରେ ୪କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page