୨୪ ଘଣ୍ଟାରେ ୪୯ ମୃତ

April 22, 2020, ଦେଶ, , Anupambharat News Bureau


୨୪ ଘଣ୍ଟାରେ ୪୯ ମୃତ
Anupambharat News Bureau
April 22, 2020

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ମହାମାରୀ ଭୟଙ୍କର ରୂପ ଧାରଣ କରିଛି । ପ୍ରଥମେ ଚୀନ୍‌ ଓ ପରେ ପରେ ୟୁରୋପୀୟ ରାଷ୍ଟ୍ର ଏବଂ ଆମେରିକା ସମେତ ବହୁ ବୃହତ ରାଷ୍ଟ୍ରରେ କରୋନାର ବ୍ୟାପକତା ଅଗ୍ନି ଓ ପବନ ବେଗରେ ବ୍ୟାପୀ ଯାଇଛି । ଭାରତରେ ବହୁ ନିୟନ୍ତ୍ରଣ ସତେ୍ୱ ମଧ୍ୟ ଗତ ୨୪ ଘଣ୍ଟାରେ ୪୯ ଜଣ ବ୍ୟକ୍ତି କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଘଟଣା ଚିନ୍ତାର ବିଷୟ ପାଲଟିଛି । ସମଗ୍ର ଦେଶରେ ପ୍ରଥମ ପର୍ଯ୍ୟାୟ ତାଲାବନ୍ଦ ଅବଧି ଯଥେଷ୍ଟ ନହେବା ଯୋଗୁଁ କରୋନାର ମୁକାବିଲା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ ଘୋଷଣା କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କରୋନାକୁ ପରାସ୍ତ କରିବା ପାଇଁ ମେ ମାସ ୩ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦ ବା ଲକ୍‌ଡ଼ାଉନ୍‌ ଘୋଷଣା କରିଛନ୍ତି ।
ଇତିମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ କରୋନା ରୋଗରେ ୪୯ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏବଂ ଉକ୍ତ ୨୪ ଘଣ୍ଟାରେ ୧୪୮୬ ସଂଖ୍ୟକ ସର୍ବାଧିକ ହାରରେ ନୂତନ କୋଭିଡ଼୍‌-୧୯ ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଚିହ୍ନଟ ହୋଇଛି । ଏଣୁ ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାରକୁ ଟପି ଯାଇ ଏହା ସମୁଦାୟ ୨୦,୪୭୧କୁ ସ୍ପର୍ଶ କରିଛି । ସୋମବାର ଦିନ ଯାହା ଆକ୍ରାନ୍ତଙ୍କ ସଂଖ୍ୟା ୧୫୪୦ ଥିଲା, ଆଜି ତାହା ୧୪୮୬ ରିପୋର୍ଟ ହୋଇଥିବା ଜଣାପଡିଛି । ଇତିମଧ୍ୟରେ କରୋନା ରୋଗରୁ ଗୋଟିଏ ଦିନରେ ୬୧୮ ସଂଖ୍ୟକ ରୋଗୀ ସୁସ୍ଥ ହେବା ଯୋଗୁଁ ଦେଶର ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୧୯.୩୬ ପ୍ରତିଶତ ହାରରେ ସମୁଦାୟ ୩୯୫୯ ସଂଖ୍ୟାକୁ ପହଞ୍ଚିଛି । ସମଗ୍ର ଦେଶରେ ଏକ ପ୍ରକାର ସକରାତ୍ମକ ଧାରା ଜାରି ରହିଛି । କରୋନା ମୁକାବିଲା ପାଇଁ ଯେଉଁ ସାମାଜିକ ଦୂରତ୍ୱ ପଦଦ୍ଧି ଅବଲମ୍ବନ କରାଯାଇଛି । ଏହା ନିଶ୍ଚିତ କାର୍ଯ୍ୟ କରୁଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲ୍‌ ସୂଚନା ଦେଇଛନ୍ତି ।
ତେବେ ଏହା ମଧ୍ୟ ସେ ଅତ୍ୟନ୍ତ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଏପ୍ରିଲ ମାସ ୨ ତାରିଖରେ ଯାହା ମାତ୍ର ୨୧୧ ଜିଲ୍ଲାରେ ସିମିତ ଥିବା ତାହା ଆଜିର ଦିନରେ ଦେଶର ୪୦୩ ଜିଲ୍ଲାକୁ କରୋନା ରୋଗ ବ୍ୟାପୀ ଯାଇଛି । ମୁମ୍ବାଇ ନଗରୀରେ କେବଳ ୩ହଜାରରୁ ଉଧ୍ୱର୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଥିବା ବେଳେ ରାଷ୍ଟ୍ରୀୟ ରାଜଧାନୀ ନଗରୀ ଦିଲ୍ଲୀରେ ୨୦୮୧, ଅହମ୍ମଦାବାଦ ନଗରୀରେ ୧୨୯୮, ଇନ୍ଦୋର ନଗରୀରେ ୯୧୫, ପୁନେ ନଗରୀରେ ୬୬୦ ଜଣ ଲୋକ କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଠିକ୍‌ ସେହିଭଳି ରାଜସ୍ଥାନର ଜୟପୁର ନଗରୀରେ ୫୩୭ ଜଣ କରୋନା ପଜିଟିଭରେ ଆକ୍ରାନ୍ତ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ସରପଞ୍ଚଙ୍କୁ ଶପଥ କରାଇଲେ ମୁଖ୍ୟମନ୍ତ୍ରୀ

ସରପଞ୍ଚଙ୍କୁ ଶପଥ କରାଇଲେ ମୁଖ୍ୟମନ୍ତ୍ରୀ

Read More...

 ଚେନ୍ନାଇରୁ ଓଡ଼ିଶା ସାଇକେଲରେ ଫେରିଲେ ସାତ

ଚେନ୍ନାଇରୁ ଓଡ଼ିଶା ସାଇକେଲରେ ଫେରିଲେ ସାତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page