ଦେଶରେ ମୃତୁ୍ୟ ସଂଖ୍ୟା ୬୦୦ ଟପିଲା

April 21, 2020, ଦେଶ, , Anupambharat News Bureau


ଦେଶରେ ମୃତୁ୍ୟ ସଂଖ୍ୟା ୬୦୦ ଟପିଲା
Anupambharat News Bureau
April 21, 2020

ନୂଆଦିଲ୍ଲୀ: ସମଗ୍ର ଭାରତବର୍ଷରେ କରୋନା ଭୂତାଣୁରେ ସଂକ୍ରମଣ ସଂଖ୍ୟାର ବ୍ୟାପକତା କ୍ରମେ ବୃଦ୍ଧି ପାଇ ମଙ୍ଗଳବାର ସୁଦ୍ଧା ୧୮,୯୮୫ ସଂଖ୍ୟାକୁ ପହଞ୍ଚିଛି । ଆଜି ସୁଦ୍ଧା ଏହି ରୋଗରେ ସମୁଦାୟ ୬୦୩ ଜଣ ରୋଗୀ ପ୍ରାଣ ହରାଇଛନ୍ତି । ତେବେ ଏହି ସଂକ୍ରମଣରେ ୩୨୬୦ ସଂଖ୍ୟକ ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି । ସମଗ୍ର ଦେଶର ପ୍ରଭାବିତ ରାଜ୍ୟମାନଙ୍କରେ ତାଲାବନ୍ଦ ନୀତି ଜାରି ରହିଛି ଏବଂ କେତେକ ଅଣପ୍ରଭାବିତ ଅଞ୍ଚଳମାନଙ୍କରେ କୋହଳତା ଅବଲମ୍ବନ କରାଯାଇଛି । ସ୍ଥିତିକୁ ସମୀକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମନ୍ତ୍ରୀସ୍ତରୀୟ ଏକ ଟିମ ଗଠନ କରାଯାଇଛି । ଏହି ଟିମ୍‌ ଆଜି ମୁମ୍ବାଇ ନଗରୀକୁ ସମୀକ୍ଷା କରିବା ପାଇଁ ଏହି କେନ୍ଦ୍ରୀୟ ଦଳ ପହଞ୍ଚିଛନ୍ତି । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତୀବ୍ର ବେଗରେ ବୃଦ୍ଧି ପାଇବାରେ ଲାଗିଛି । ଯଦିଓ ରାଜ୍ୟରେ ୫୭୨ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ପୁଣି ନୂଆ ପଜିଟିଭ ସଂଖ୍ୟା ଗୋଟିଏ ଦିନରେ ୪୭୨ ବୃଦ୍ଧି ପାଇବା ଯୋଗୁଁ ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୬କୁ ପହଞ୍ଚିଛି । ଦୁଇଟି ଆନ୍ତଃମନ୍ତ୍ରଣାଳୟସ୍ତରୀୟ କେନ୍ଦ୍ରୀୟ ଟିମ ସ୍ଥିତି ସମୀକ୍ଷା କରିବା ପାଇଁ ରାଜ୍ୟର କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ମୁମ୍ବାଇ ଓ ପୁନେ ନଗରୀରେ ବହୁ ପରିମାଣରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ବିିଭିନ୍ନ ନଗରୀକୁ ଗସ୍ତ କରି ସେମାନେ କେନ୍ଦ୍ର ସରକାରଙ୍କୁ ଏହାର ରିପୋର୍ଟ ପ୍ରଦାନ କରିବେ । ପ୍ରଭାବିତ ଅଞ୍ଚଳମାନଙ୍କରେ ସାମାଜିକ ଦୂରତା ବଜାୟ ରଖାଯାଉଛି କି ନାହିିଁ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ, ଯଥେଷ୍ଟ ପରିମାଣରେ ଟେଷ୍ଟ୍‌ କିଟ୍‌ ଉପଲବ୍ଧ ଅଛି କି ନାହିଁ, ଏଭଳି ବହୁ ସମସ୍ୟାର ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ ଟିମ୍‌ । ସୂଚନା ଯେ, ମୁମ୍ବାଇରେ ୫୩ଜଣ ଗଣମାଧ୍ୟମ ପ୍ରତିନିଧି କରୋନା କୋଭିଡ଼୍‌-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି, ସେମାନଙ୍କୁ ୧୪ ଦିନ ପାଇଁ ସଂଗରୋଧକ ସ୍ଥାନକୁ ପଠାଇ ଦିଆଯାଇଛି ।
କରୋନା ରୋଗର ମୁକାବିଲା କରିବା ପାଇଁ ସମଗ୍ର ଦେଶରେ ତାଲାବନ୍ଦ ଲକ୍‌ଡ଼ାଉନ୍‌ ସ୍ଥିତି ଜାରି ରହିଛି । ମଇ ମାସ ୩ ତାରିଖରେ ଏହି ଲକ୍‌ଡ଼ାଉନ୍‌ର ଅବଧି ସମ୍ପୂର୍ଣ୍ଣ ହେବ । ତେବେ ପଶ୍ଚିମବଙ୍ଗରେ ଲକ୍‌ଡ଼ାଉନ୍‌ ନିୟମାବଳୀକୁ ସଠିକ୍‌ ରୂପେ ପାଳନ କରାଯାଇ ନାହିଁ ବୋଲି କେନ୍ଦ୍ରସରକାରଙ୍କ ପକ୍ଷରୁ ପ୍ରଶ୍ନ ଉଠାଯାଇଥିଲା । ତେବେ ଏହାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ଖଣ୍ଡନ କରିଥିଲେ । ବାସ୍ତବରେ ଲକ୍‌ଡ଼ାଉନ୍‌ ନିୟମାବଳୀକୁ ପଶ୍ଚିମବଙ୍ଗର ବିଭିନ୍ନ ନଗରୀରେ ପାଳନ କରାଯାଉଛି କି ନାହିଁ ଏହାର ସ୍ଥିତି ସମୀକ୍ଷା କରିବା ପାଇଁ ଏକ କେନ୍ଦ୍ରୀୟ ଟିମ୍‌ ପଶ୍ଚିମବଙ୍ଗରେ ପହଞ୍ଚିଥିଲେ । ଯେଉଁ କେନ୍ଦ୍ରୀୟ ଟିମ୍‌ ବିଭିନ୍ନ ରାଜ୍ୟକୁ ପଠା ଯାଇଛି, ସେଥିରୁ ୩ଟି ରାଜ୍ୟରେ ବିରୋଧି ଦଳଙ୍କ ଶାସନ କ୍ଷମତା ରହିଛି ଏବଂ ଗୋଟିଏ ରାଜ୍ୟରେ ବିଜେପିର କ୍ଷମତା ରହିଛି । ଯଦିଓ ପ୍ରଥମେ କେନ୍ଦ୍ରୀୟ ଟିମ୍‌କୁ





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଚେନ୍ନାଇରୁ ଓଡ଼ିଶା ସାଇକେଲରେ ଫେରିଲେ ସାତ

ଚେନ୍ନାଇରୁ ଓଡ଼ିଶା ସାଇକେଲରେ ଫେରିଲେ ସାତ

Read More...

ସୀମା ଜଗିବା କଷ୍ଟକର: ବାଗଚୀ

ସୀମା ଜଗିବା କଷ୍ଟକର: ବାଗଚୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page