ବଡ଼ଚଣା ଥାନା ଅଧିକାରୀ ନିଲମ୍ବିତ

April 20, 2020, ଓଡ଼ିଶା, , Anupambharat News Bureau


ବଡ଼ଚଣା ଥାନା ଅଧିକାରୀ ନିଲମ୍ବିତ
Anupambharat News Bureau
April 20, 2020

ଭୁବନେଶ୍ୱର/ଯାଜପୁର, ୨୦ା୪(ଅନୁପମମିଡ଼ିଆ): ଲକ୍‌ଡାଉନ୍‌ କଟକଣାକୁ ଉଲ୍ଲଂଘନ କରି ଗତକାଲି ସପରିବାରେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଦେଇ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ଅଭିଯୋଗରେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ପୋଲିସ ଡ଼ିଜି ଅଭୟ । ହାବିଲଦାରଙ୍କ ଏତଲା କ୍ରମେ ସିଂହଦ୍ୱାର ଥାନାରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ନିଲମ୍ବନ କରାଯାଇଛି । ଆଜି ଟ୍ୱିଟ୍‌ ଯୋଗେ ଏନେଇ ସ୍ପଷ୍ଟ କରିଛନ୍ତି ପୋଲିସ ଡ଼ିଜି ଅଭୟ । ଅନ୍ୟପେକ୍ଷ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ, ଥାନା ଆଇଆଇସି ଯେଉଁ ଗାଡିଟିକୁ ବ୍ୟବହାର କରିଥିଲେ ତାହାର ମାଲିକ ପୂର୍ବରୁ ତାଙ୍କ ଗାଡି ଛଡାଇ ନିଆଯାଇଥିବା ଅଭିଯୋଗ କରିଥିଲେ । ତେବେ ଏହି ଗାଡି କିପରି ଆଇଆଇସିଙ୍କ ପାଖକୁ ଆସିଲା ଓ ସେଥିରେ କିପରି ହଳଦିଆ ବତୀ ଲଗାଇଲେ ତାକୁ ନେଇ ମଧ୍ୟ ସେବାୟତ ମହଲରେ ଆଲୋଚନା ଜୋର୍‌ ଧରିଛି । ଆଇଆଇସି ତାଙ୍କ ପରିବାର ସହ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ମନ୍ଦିର ମଧ୍ୟକୁ ପ୍ରବେଶ କରୁଥିବା ବେଳେ ସେଠାରେ ଉପସ୍ଥିତ କେତେକ ସେବାୟତ ଓ ପୋଲିସ ତାଙ୍କୁ ବାରଣ କରିଥିଲେ । ହେଲେ ଏହି ସମୟରେ ଅନ୍ୟ ଜଣେ ସେବାୟତ ସେମାନଙ୍କୁ ଭିତରକୁ ଟାଣି ନେଇଥିଲେ । ଏ ସବୁ ଘଟଣା ପୂର୍ବ ଯୋଜନା ଅନୁଯାୟୀ ହୋଇଥିବା କୁହାଯାଇଛି । ଯାଜପୁରର ଜଣେ ଯୁବ ବିଧାୟକଙ୍କ ସହ ଆଇଆଇସିଙ୍କ ସହ ଘନିଷ୍ଠ ସମ୍ପର୍କ ଥିବାରୁ ସେ କାହାରିକୁ ନମାନି ଏପରି କାଣ୍ଡ ଘଟାଇଥିବା ଆଲୋଚିତ ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁମ୍ବାଇ, ପୁନେ, ଇନ୍ଦୋର ଓ ଜୟପୁରେ ସ୍ଥିତି ଉଦ୍‌ବେଗଜନକ

ମୁମ୍ବାଇ, ପୁନେ, ଇନ୍ଦୋର ଓ ଜୟପୁରେ ସ୍ଥିତି ଉଦ୍‌ବେଗଜନକ

Read More...

ଡ଼ଙ୍ଗା ଯୋଗେ ଅନୁପ୍ରବେଶ , ୧୦ ଓଡ଼ିଆ ସମେତ ୨୭ ଅଟକ ,  ଆନ୍ଧ୍ର କ୍ୱାରେଣ୍ଟାଇନ୍‌ରେ ରହିଲେ

ଡ଼ଙ୍ଗା ଯୋଗେ ଅନୁପ୍ରବେଶ , ୧୦ ଓଡ଼ିଆ ସମେତ ୨୭ ଅଟକ , ଆନ୍ଧ୍ର କ୍ୱାରେଣ୍ଟାଇନ୍‌ରେ ରହିଲେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page