ତିନି ସଂସ୍ଥାକୁ ୫୦ ହଜାର କୋଟିର ସହାୟତା, ନାବାର୍ଡ, ସିଡବି ଓ ନ୍ୟାସନାଲ ହାଉସିଂ ବ୍ୟାଙ୍କ

April 17, 2020, ଦେଶ, , Anupambharat News Bureau


ତିନି ସଂସ୍ଥାକୁ ୫୦ ହଜାର କୋଟିର ସହାୟତା, ନାବାର୍ଡ, ସିଡବି ଓ ନ୍ୟାସନାଲ ହାଉସିଂ ବ୍ୟାଙ୍କ
Anupambharat News Bureau
April 17, 2020

ନୂଆଦିଲ୍ଲୀ,୧୭ା୪: କରୋନା ଭାଇରସ୍‌ ମହାମାରୀ ଓ ଲକଡାଉନ କାରଣରୁ ଦେଶରେ ଉପୁଜଥିବା ଆର୍ଥିକ ସଙ୍କଟରେ ଅର୍ଥବ୍ୟବସ୍ଥାକୁ ଗତି ଦେବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅନେକ ବଡ ବଡ ଘୋଷଣା କରିଛନ୍ତି । ଦାସ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ରେପୋ ରେଟ୍‌ ଅପରିବର୍ତ୍ତିତ ରଖାଯିବା ସହ ରିଭର୍ସ ରେପୋ ରେଟ୍‌ ୦.୨୫ ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛନ୍ତି । ଏହା ସହିତ ଆରବିଆଇ ଗଭର୍ଣ୍ଣର ନଗଦ ପ୍ରବାହ ପାଇଁ ୫୦ ହଜାର କୋଟି ଟଙ୍କା ଘୋଷଣା କରିଛନ୍ତି । ଦେଶରେ ସଂପ୍ରତି ୪୭୬.୫ ଅରବର ବିଦେଶୀ ମଦ୍ରା ଗଚ୍ଛିତ ଥିବା ଗଭର୍ଣ୍ଣର କହିଛନ୍ତି । ଦାସ କହିଛନ୍ତି କୋଭିଡ୍‌-୧୯ ମହାମାରୀ କାରଣରୁ ଦେଶ ସବୁଠୁ ଖରାପ ସମୟ ଦେଇ ଗତି କରୁଛି । ଆମକୁ ଏବେ ଏଥିରୁ ମୁକୁଳିବା ଲାଗି ପ୍ରୟାସ ଜାରି ରଖିବା ଉଚିତ୍‌ । ପୂରା ଦୁନିଆ ଆଜି କରୋନା ସାମ୍ନାରେ ବିବଶ । ଏହି କାରଣରୁ ପୂରା ଦୁନିଆର ଅର୍ଥବ୍ୟବସ୍ଥାକୁ ୯ ଟ୍ରିଲିୟନ ଡଲାର କ୍ଷତି ଘଟିବା ସହିତ ମନ୍ଦିର ଆଶଙ୍କା ରହିଛି । ମାତ୍ର ସେ କହିଛନ୍ତି ଯେ, ଭାରତ ପାଇଁ ଜିଡିପି ୧.୯ ପ୍ରତିଶତ ରହିବା ଆଇଏମଏଫର ଅନୁମାନ ଅନୁଯାୟୀ ଏହା ଜି-୨୦ ଦେଶଙ୍କ ମଧ୍ୟରୁ ସବୁଠୁ ଅଧିକ । ଲୋକଙ୍କୁ କେମିତି ଋଣ ସହଜରେ ମିଳି ପାରିବ ଏଥିପାଇଁ ରିଭର୍ସ ରେପୋ ରେଟ୍‌ ୦.୨୫ ପ୍ରତିଶତ ହ୍ରାସ କରିଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ଏହା ବ୍ୟତୀତ ଆରବିଆଇ ଗଭର୍ଣ୍ଣର ଦାସ ତିନୋଟି ବିତ୍ତୀୟ ସଂସ୍ଥାକୁ ଟିଏଲଟିଆରଓ ଜରିଆରେ ୫୦ ହଜାର କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଦାସ ନାବାର୍ଡ, ସିଡବି ଓ ନ୍ୟାସନାଲ ହାଉସିଂ ବ୍ୟାଙ୍କକୁ ୫୦ ହଜାର କୋଟି ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି । ଅନ୍ୟପଟେ ନାବାର୍ଡକୁ ସ୍ୱତନ୍ତ୍ର ରିଫାଇନାନ୍ସ ଅନ୍ତର୍ଗତ ୨୫ ହଜାର କୋଟି ଟଙ୍କା ମିଳିବ ବୋଲି ଆରବିଆଇ କହିଛି । ଏହା ବ୍ୟତୀତ ଆରବିଆଇ ଗଭର୍ଣ୍ଣର ଦାସ କହିଛନ୍ତି ଟାର୍ଗେଟ ଲଙ୍ଗ ଟର୍ମ ରେପୋ ଅପରେସନ(ଟିଏଲଟିଆରଓ) ଜରିଆରେ ମଧ୍ୟ ସିଷ୍ଟମରେ ୫୦ ହଜାର କୋଟି ଟଙ୍କା ରିଜର୍ଭ ବ୍ୟାଙ୍କ ପ୍ରଦାନ କରିବ । ସମଗ୍ର ଦେଶରେ ଏବେ ୯୧ ପ୍ରତିଶତ ଏଟିଏମ ପୂରା କ୍ଷମତା ସହିତ କାମ କରୁଛି । ଏହା ବ୍ୟତୀତ ଲକଡାଉନରେ ମୋବାଇଲ ଓ ନେଟବ୍ୟାଙ୍କିଙ୍ଗରେ ମଧ୍ୟ କୌଣସି ଅସୁବିଧା ନାହିଁ । ଏହା ସହିତ ସିଷ୍ଟମରେ ଲିକୁ୍ୟଡିଟି ବଜାୟ ରଖିବା ପାଇଁ ଆରବିଆଇ ଅନେକ ନୂତନ ପଦକ୍ଷେପ ଉଠାଇଛନ୍ତି । ଗ୍ରାମାଞ୍ଚଳ ଅର୍ଥବ୍ୟବସ୍ଥାକୁକ ଗତିଶୀଳ କରାଇବାକୁ ଉଦ୍ୟମ ଜାରି ରହିଛି । ଏହା ସହିତ ସେ କହିଛନ୍ତି ବ୍ୟାଙ୍କକୁ ନିଜର ଫଣ୍ଡର ୫୦ ପ୍ରତିଶତ ରାଶି ଟିଏଲଟିଆରଓ-୨ ଆଧାରରେ କ୍ଷୁଦ୍ର ଓ ମଧ୍ୟମ ବର୍ଗ ଏନବିଏଫସିରେ ନିବେଶ କରିବା ଉଚିତ୍‌ । ସେ କହିଛନ୍ତି ରାଜ୍ୟର ଡବ୍ଳୁ୍ୟଡବ୍ଳୁ୍ୟଏ ସୀମା ୬୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ସୀମା ସେପେଫମ୍ବର ୩୦ ସୁଦ୍ଧା ଜାରି ରହିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସହରାଞ୍ଚଳ ଶ୍ରମିକଙ୍କ ପାଇଁ ଶହେ କୋଟି ମଞ୍ଜୁର

ସହରାଞ୍ଚଳ ଶ୍ରମିକଙ୍କ ପାଇଁ ଶହେ କୋଟି ମଞ୍ଜୁର

Read More...

ଶ୍ରୀମନ୍ଦିର ସେବାୟତକୁ ୫ ହଜାର ଟଙ୍କାର ସହାୟତା

ଶ୍ରୀମନ୍ଦିର ସେବାୟତକୁ ୫ ହଜାର ଟଙ୍କାର ସହାୟତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page