ଗରିବଙ୍କୁ ମିଳିବ ଅତିରିକ୍ତ ପାଞ୍ଚ କେଜି ଚାଉଳ ଓ ଏକ କେଜି ଡାଲି

April 14, 2020, ଓଡ଼ିଶା, , Anupambharat News Bureau


ଗରିବଙ୍କୁ ମିଳିବ ଅତିରିକ୍ତ ପାଞ୍ଚ  କେଜି ଚାଉଳ ଓ ଏକ କେଜି ଡାଲି
Anupambharat News Bureau
April 14, 2020

ଭୁବନେଶ୍ୱର, ୧୪ା୪(ଅନୁପମମିଡ଼ିଆ): ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ଅନ୍ତ୍ୟୋଦୟ ଅନ୍ନ ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ମାସକୁ ମୁଣ୍ଡପିଛା ୫ କିଗ୍ରା ଲେଖାଏଁ ଚାଉଳ ଏବଂ କାର୍ଡ ପିଛା ମାସକୁ ୧ କିଗ୍ରା ହରଡ଼ ଡାଲି ବିନାମୂଲ୍ୟରେ ତିନି ମାସ ପାଇଁ ଦିଆଯିବ । ଭାରତ ସରକାରଙ୍କ ଏହି ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ୮୦,୨୬,୩୭୫ ପରିବାରର ୨,୮୬,୦୬,୨୩୯ ଜଣ ହିତାଧିକାରୀ ଏବଂ ଅନ୍ତ୍ୟୋଦୟ ଅନ୍ନ ଯୋଜନାର ୧୨ ଲକ୍ଷ ୫୯ ହଜାର ୧୮୧ଟି ପରିବାରର ୩୮ ଲକ୍ଷ ୬୪ ହଜାର ୨୬୦ ଜଣ ହିତାଧିକାରୀ ଉପକୃତ ହେବେ । ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୧ ଲକ୍ଷ ୧୬ ହଜାର ୭ ପରିବାରର ୩ ଲକ୍ଷ ୭୮ ହଜାର ୮୨୯ ଜଣ ହିତାଧିକାରୀ ଉପକୃତ ହେବେ ବୋଲି ସୁବ୍ରତ ବାଗଚୀ ଜଣାଇଛନ୍ତି । କୋଭିଡ୍‌-୧୯ ଭଳି ଏକ ବିଶେଷ ପରିସ୍ଥିିତିରେ ଲକ୍ଷ ଲକ୍ଷ ଲୋକ ଯେଉଁମାନେ ଆନ୍ତରିକତାର ସହ ସଫେଇ ଓ ପରିମଳ ସେବା ଯୋଗାଇ ଦେଇ ଆସୁଛନ୍ତି ସେମାନଙ୍କର ନିଷ୍ଠା ଓ ପ୍ରତିବଦ୍ଧତା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷାାାାାାାାାାାାାାାାାାା ଏକ ସପ୍ତାହରେ ପ୍ରତି ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲ

ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷାାାାାାାାାାାାାାାାାାା ଏକ ସପ୍ତାହରେ ପ୍ରତି ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲ

Read More...

ବଦଳିଲା ଦଶମ ଶ୍ରେଣୀ ବହି

ବଦଳିଲା ଦଶମ ଶ୍ରେଣୀ ବହି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page