ଫେକ ଫୋନକଲ୍‌ ଜରିଆରେ ଅଭିଭାବକ ଧମକ

May 16, 2019, ଓଡ଼ିଶା, , Anupambharat News Bureau


ଫେକ ଫୋନକଲ୍‌ ଜରିଆରେ ଅଭିଭାବକ ଧମକ
Anupambharat News Bureau
May 16, 2019

ବ୍ୟାସନଗର,୧୬ା୫ (ଅନୁପମ ମିଡିଆ): କୋରାଇ ଅଂଚଳରେ ମାତିଛନ୍ତି ଏବେ କେତେକ ଦଲାଲ । ପରିକ୍ଷା ଦେଇଥିବା ପରିକ୍ଷାର୍ଥୀ ଖାତା କାମ କରିବା ନାଁରେ ଫେକ୍‌ ଫୋନ୍‌କଲ ଜରିଆରେ ମାଗୁଛନ୍ତି ଟଙ୍କା । ବିଶେଷ କରି ୨ ପରିକ୍ଷା ଦେଇଥିବା ଛାତ୍ରଛାତ୍ରୀମାନଙ୍କ ଅଭିଭାବକଙ୍କୁ ଏହି ଫୋନ୍‌ କରିବା ଆସିବା ସହ ପରୀକ୍ଷାରେ ଖରାପ ହୋଇଥିବା କହି ଖାତାକାମ କରିବାକୁ ମାଗୁଛନ୍ତି ହଜାର ହଜାର ଟଙ୍କା । କୋରାଇ ବ୍ଲକ୍‌ର ଶତାଧିକ ଛାତ୍ରଛାତ୍ରୀଙ୍କ ନିକଟକୁ ଏଭଳି ଫୋନ୍‌କଲ୍‌ ଆସିିିବାର ଅଭିଯୋଗ ହୋଇଛି । ଜହ୍ନା ପଂଚାୟତ ଛୋଟରାୟପୁର ଗ୍ରାମର ବିନାୟକ ପାଢୀଙ୍କ ପୁଅ ସୋମନାଥ ନିକଟସ୍ଥ ଏକ୍ସେଲ୍‌ସିୟର ୨ ବିଜ୍ଞାନ ଆବାସିକ କଲେଜରେ ପାଢପଢନ୍ତି । ଚଳିତ ବର୍ଷ ସୋମନାଥ ୨ ପରୀକ୍ଷା ଦେଇଛନ୍ତି ।
ଗତକାଲି ୮୪୫୫୮୮୭୯୫୫ ନମ୍ବରୁ ସୋମନାଥଙ୍କ ବାପା ବିନାୟକଙ୍କ ନିକଟକୁ ଫୋନ ଆସିବା ପରେ ଆପଣଙ୍କ ପୁଅର ଫିଜିକ୍ସ, କେମେଷ୍ଟ୍ରି ଏବଂ ମ୍ୟାଥ୍‌ରେ ଖରାପ ହୋଇଥିବା କହିଥିଲେ । ଏନେଇ ଦେଇଥିବା ଆକାଉଂଟ ନମ୍ବରରେ ୨୦ ହଜାର ଟଙ୍କା ଡିପୋଜିଟ୍‌ କଲେ ଖାତାକାମ ହେବ ନଚେତ୍‌ ପିଲା ଫେଲ ହେବ ବୋଲି କହିଥିଲେ । ସେହିପରି ରସୁଲପୁର ବ୍ଲକ୍‌ ପହଙ୍ଗା ପଂଚାୟତ ରାଉତରାପୁର ଗ୍ରାମର ଅଭିମନୁ୍ୟ ବ୍ରହ୍ମଙ୍କ ପୁଅ ସୁବ୍ରତ ମଧ୍ୟ ବ୍ୟାସନଗର ସ୍ଥିତ ମଡ଼େଲ କଲେଜରେ ପଢୁଥିବା ବେଳେ ଚଳିତ ବର୍ଷ ୨ ପରୀକ୍ଷା ଦେଇଛନ୍ତି । ଗତକାଲି ଅଭିମନୁ୍ୟଙ୍କ ନମ୍ବରକୁ ଏକ ଅଜଣା ନମ୍ବର ୮୫୪୧୯୭୧୨୧୫ ନମ୍ବରୁ କଲ୍‌ ଆସିବା ସହିତ ପୁଅ ସୁବ୍ର୍ରତଙ୍କର ୨ଟି ପେପରରେ ଖରାପ ହୋଇଥିବା କହିଥିଲେ । ଏନେଇ ଦେଇଥିବା ଆକାଉଂଟ ନମ୍ବରରେ ୧୦ ହଜାର ଟଙ୍କା ଦେଲେ ଖାତାକାମ କରାଯିବ ବୋଲି କହିଥିଲେ । ବ୍ଲକ୍‌ର ଶତାଧିକ ପରୀକ୍ଷାର୍ଥୀଙ୍କ ଅଭିଭାବକଙ୍କ ନିକଟକୁ ଏଭଳି ଫୋନ୍‌କଲ୍‌ ଆସୁଥିବା ସହିତ ମୋଟା ଅଙ୍କର ଟଙ୍କା ଦାବି କରୁଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ପରିକ୍ଷାର୍ଥୀଙ୍କ ଫୋନ୍‌ ନମ୍ବର ଏବଂ ଠିକଣା କେବଳ ସମ୍ପୃକ୍ତ କଲେଜ କର୍ତୁପକ୍ଷଙ୍କ ନିକଟରେ ଥିବାବେଳେ ଦଲାଲଙ୍କ ପାଖକୁ ଯାଉଛି କିପରି । ଏନେଇ କଲେଜର ସ୍ୱଚ୍ଛତା ଏବଂ ବିଶ୍ୱସନିୟତା ଉପରେ ପ୍ରଶ୍ନ ଉଠିବା ସହିତ ର୍ୟାକେଟରେ କଲେଜ ମାନଙ୍କ ସମ୍ପୃକ୍ତ ଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏନେଇ ବହୁ ଅଭିଭାବକ ନିଜ ନିଜ ଅଂଚଳର ଥାନାରେ ଅଭିଯୋଗ କରିଥିବା ମଧ୍ୟ ଜଣାପଡିଛି ।
ହେଲେ ଅଭିଯୋଗ ହୋଇଥିଲେ ମଧ୍ୟ ର୍ୟାକେଟରେ ସମ୍ପୃକ୍ତ ଥିବା ଦୁର୍ବୃତଙ୍କୁ ଧରିବା ପାଇଁ ପ୍ରଶାସନ ବା କଲେଜ କର୍ତୁପକ୍ଷଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଫୋନକଲ୍‌କୁ ଟ୍ରାପ କରି ତୁରନ୍ତ ଦୁର୍ବୃତଙ୍କୁ ଗିରଫ କରାନଗଲେ ଅଭିଭାବକମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନି ଦେଇଥିବା ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜିରୋଧା ପକ୍ଷରୁ ଭାରସିିଟି ମୋବାଇଲ୍‌ ଆପ୍‌ ଉପସ୍ଥାପିତ

ଜିରୋଧା ପକ୍ଷରୁ ଭାରସିିଟି ମୋବାଇଲ୍‌ ଆପ୍‌ ଉପସ୍ଥାପିତ

Read More...

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page