କରୋନା ସନ୍ଦେହ: ପଡ଼ି ରହିଛି ଶବ, ଏମ୍‌କେସିଜିରେ ଭୁବନେଶ୍ୱର ଫେରନ୍ତା ଶ୍ରମିକଙ୍କ ମୃତୁ୍ୟ ଘଟଣା

April 14, 2020, ଓଡ଼ିଶା, , Anupambharat News Bureau


କରୋନା ସନ୍ଦେହ: ପଡ଼ି ରହିଛି ଶବ, ଏମ୍‌କେସିଜିରେ ଭୁବନେଶ୍ୱର ଫେରନ୍ତା ଶ୍ରମିକଙ୍କ ମୃତୁ୍ୟ ଘଟଣା
Anupambharat News Bureau
April 14, 2020

ଦିଗପହଣ୍ଡି,୧୩ ।୪(ଅନୁପମ ମିଡ଼ିଆ): ଭୂବନେଶ୍ୱର ସାଲିଆସାହିର ଜଣେ ଶ୍ରମିକ ଲକ୍‌ ଡାଉନ ସମୟରେ ଅନ୍ୟ ୩ ସମ୍ପର୍କୀୟଙ୍କ ସହ ଖସି ନିଜ ଗ୍ରାମ ସାନଖେମୁଣ୍ଡି ଅଞ୍ଚଳକୁ ଫେରି ଆସିଥିବା ଏବଂ ୧୨ ଦିନ ପରେ ଜ୍ୱର ରୋଗରେ ପୀଡିତ ହୋଇ ମୃତୁ୍ୟବରଣ କରିଥିବାବେଳେ ବଡ଼ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କ ସ୍ୱାବ ରିପୋର୍ଟ ପହଞ୍ଚିନଥିବାରୁ ଗତ ତିନି ଦିନ ହେଲା ଶବକୁ ପକାଇ ରଖିଥିବା ଜଣାପଡ଼ିଛି ।
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ଅଞ୍ଚଳର ଜଣେ ବ୍ୟକ୍ତି ଭୁବନେଶ୍ୱରରେ ଶ୍ରମିକ ଭାବେ କାର୍ଯ୍ୟକରୁଥିବା ଏବଂ ସାଲିଆ ସାହିରେ ରହୁଥିବା ବେଳେ ହଠାତ୍‌ ଲକ୍‌ଡ଼ାଉନ୍‌ ଘୋଷଣା କରାଯାଇଥିଲା । ଉକ୍ତ ସମୟରେ ଶ୍ରମିକ ଜଣକ ଅନ୍ୟ ୩ ସହଯୋଗୀଙ୍କ ସହ ଲୁଚି ନିଜ ଗ୍ରାମକୁ ଫେରିଥିବା ଏବଂ ଗ୍ରାମରେ ୪ ଦିନ ରହିବା ପରେ ନିଜ ଶ୍ୱଶୁର ଘର ଦିଗପହଣ୍ଡି ନିକଟସ୍ଥ ଏକ ଗ୍ରାମକୁ ଯାଇଥିଲେ । ସେଠାରେ ୨/୩ ଦିନ ରହିବା ପରେ ତାଙ୍କୁ ଜ୍ୱର ହୋଇଥିବା ଏବଂ ପରେ ଗତ ୮ ତାରିଖ ଦିନ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିବା ଏବଂ କରୋନା ସନ୍ଦେହରେ ତାଙ୍କୁ ଆଇସୋଲେସନ୍‌ରେ ରଖଯାଇ ଅନ୍ୟାନ୍ୟ ପରୀକ୍ଷା ସହ ସ୍ୱାବ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଥିଲା । କିନ୍ତୁ ତାଙ୍କ ରିପୋର୍ଟ ଏଯାବତ ପହଞ୍ଚିନଥିବା ବେଳେ ୧୧ ତାରିଖ ଦିନ ଉକ୍ତ ଶ୍ରମିକଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତୁ୍ୟ ଘଟିଥିବା ଜଣାପଡ଼ିଛି । ତେବେ ମୃତ ବ୍ୟକ୍ତିଙ୍କ କରୋନା ସ୍ୱାବ ଟେଷ୍ଟ ପାଇଁ ଭୂବନେଶ୍ୱର ଆଇସିଏମଆରକୁ ପଠାଯାଇ ରିପୋର୍ଟ ପହଞ୍ଚି ନଥିବା ଯୋଗୁଁ ମୃତଦେହ ତିନିଦିନ ହେଲା ଏମକେସିଜି ଶବଗୃହରେ ସଂରକ୍ଷିତ ରଖାଯାଇଥିବା ଜଣାପଡିଛି ।
ଉକ୍ତ ଘଟଣାରେ ବଡ଼ ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ତାଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ବ୍ରେନ୍‌ ମ୍ୟାଲେରିଆର କିଛି ସୁରାଗ ପାଇ ବ୍ରେନ୍‌ ମ୍ୟାଲେରିଆ ଚିକିତ୍ସା କରାଯାଉଥିଲା ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ ଉକ୍ତ ଶ୍ରମିକଙ୍କୁ ଜ୍ୱର ହେବା ପରେ ଖବର ପାଇ ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ୱାଇଁ ମୃତବ୍ୟକ୍ତି ଜଣକ କାହାକାହା ସଂସ୍ପର୍ଶରେ ଆସିଛନ୍ତି ତାହାର ଏକ ଆଗୁଆ ତଥ୍ୟ ସଂଗ୍ରହ କରିଥିବା ମଧ୍ୟ ଜଣାଯାଇଛି ।
ସୂଚନା ପ୍ରକାରେ ଶ୍ରମିକ ଜଣଙ୍କ ଭୂବନେଶ୍ୱରରେ ଲକ୍‌ ଡାଉନ ଚାଲିଥିବା ବେଳେ ସେଠାରୁ ନିଜର ଅନ୍ୟ ତିନି ଜଣ ସମ୍ପର୍କୀୟଙ୍କ ସହ ଗତ ମାର୍ଚ୍ଚ ୨୯ ତାରିଖ ଦିନ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ନିଜ ଘରକୁ ଚାଲିଆସିଥିଲେ । ଘରେ ପହଞ୍ଚିବା ବେଳକୁ ସେ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ଗାଁ ଲୋକେ ତାଙ୍କୁ ଗାଁରେ ନରହି ସରକାରୀ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଥିଲେ । କି;ୁ ସେ କ୍ୱାରେଣ୍ଟାଇନରେ ରହିବା ପରିବର୍ତ୍ତେ ଗତ ଏପ୍ରିଲ ୪ ତାରିଖ ଦିନ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଶ୍ୱଶୁର ଘରକୁ ଚାଲି ଆସିଥିଲେ । ସେଠାରେ ମଧ୍ୟ ଭୁବନେଶ୍ୱରରୁ ଆସିଥିବା ଏବଂ ଜ୍ୱରରେ ଆକ୍ରାନ୍ତ ଥିବା ଜାଣିବା ପରେ ଗାଁ ଲୋକେ ପ୍ରଶାସନକୁ ଜଣାଇ ପୋଲିସ ସହାୟତାରେ ଗତ ୮ ତାରିଖ ଦିନ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇଥିଲେ । ତେବେ ୧୧ ତାରିଖ ଦିନ ତାଙ୍କର ମୃତୁ୍ୟ ହୋଇଯାଇଥିଲା ।


ପ୍ରକାଶ ଥାଉକି ଗତ ମାର୍ଚ୍ଚ ୧୮ ତାରିିିଖ ଦିନ ସମ୍ପୃକ୍ତ ବ୍ୟକ୍ତି ଜଣକ ଭୁବନେଶ୍ୱରର ଏକ ଘରୋଇ କ୍ଲିନିିକରେ ରକ୍ତ ପରୀକ୍ଷା କରିଥିବା ବେଳେ ତାଙ୍କର ମ୍ୟାଲେରିଆ ପଜେଟିଭ ଥିବା ଜଣା ପଡିଥିଲା । ତେଣୁ ବର୍ତ୍ତମାନ ତାଙ୍କର ମୃତୁ୍ୟ ମ୍ୟାଲେରିିଆ ଜନିତ ନା କରୋନା ଜନିତ ତାହା ରିିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହୋଇ ପାରିବ ବୋଲିି କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଉ ଜଣେ ପଜିଟିଭ୍‌ ଚିହ୍ନଟ

ଆଉ ଜଣେ ପଜିଟିଭ୍‌ ଚିହ୍ନଟ

Read More...

୨୪ ଘଣ୍ଟାରେ ୩୪ ମୃତ

୨୪ ଘଣ୍ଟାରେ ୩୪ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page