ଚାରି ପଜିଟିଭ୍‌ଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରୀ ଦୁଇ ଜଣଙ୍କର ନିଜାମୁଦ୍ଦିନ୍‌ ଲିଙ୍କ୍‌

April 12, 2020, ଓଡ଼ିଶା, , Anupambharat News Bureau


ଚାରି ପଜିଟିଭ୍‌ଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରୀ   ଦୁଇ ଜଣଙ୍କର ନିଜାମୁଦ୍ଦିନ୍‌ ଲିଙ୍କ୍‌
Anupambharat News Bureau
April 12, 2020

ଭୁବନେଶ୍ୱର,୧୨ା୪(ଅନୁପମମିଡ଼ିଆ): ରାଜ୍ୟରେ ଆଉ ଚାରି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିଚ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି । ଏଥି ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ସାରିଛନ୍ତି । ଜଣଙ୍କର ମୃତୁ୍ୟ ଘଟିଛି । ତେଣୁ ବର୍ତ୍ତମାନ ରାଜ୍ୟରେ ୪୧ଟି ସକ୍ରିୟ ମାମଲା ରହିଛି । ରାଜ୍ୟରେ ଚିହ୍ନଟ ଚାରି ନୂଆ କରୋନା ପଜିଟିଭଙ୍କ ମଧ୍ୟରୁ ୨ଜଣଙ୍କର ରହିଛି ନିଜାମୁଦ୍ଦିନ ଲିଙ୍କ୍‌ । ଉଭୟ ସୁନ୍ଦରଗଡ଼ର । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ସମ୍ପୃକ୍ତ ଚାରି ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରୀ କରାଯାଇଛି । ଚାରି ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଅଞ୍ଚଳର ଦୁଇ ଜଣ, କେନ୍ଦ୍ରପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳର ଜଣେ ଓ ରାଜଧାନୀ ଭୁବନେଶ୍ୱରର ଜଣେ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ପ୍ରକାଶ ପାଇଛି । ସୁନ୍ଦରଗଡ଼ ବିଶ୍ରା ଅଞ୍ଚଳରୁ ରାଜ୍ୟର ୫୧ ଓ ୫୨ ନମ୍ବର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୧ ନମ୍ବର କରେନା ଆକ୍ରାନ୍ତଙ୍କ ବୟସ ୬୭ ବର୍ଷ । ସେ ରାଉରକେଲାରୁ ଉତ୍କଳ ଏକ୍ସପ୍ରେସ ( ଗାଡ଼ି ନଂ ୧୮୪୭୭)ରେ ମାର୍ଚ୍ଚ ୫ ତାରିଖରେ ଦିଲ୍ଲୀ ଅଭିମୁଖେ ବାହାରିଥିଲେ । ମାର୍ଚ୍ଚ ୬-୧୦ ଯାଏଁ ଦିଲ୍ଲୀ ଓ ନିଜାମୁଦ୍ଦିନର ରହିଥିଲେ । ମାର୍ଚ୍ଚ ୧୦ରେ ନିଜାମୁଦ୍ଦିନରୁ ବିଲାସପୁର ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ (ଗାଡ଼ି ନଂ ୧୨୮୨୪, ଏସ-୪, ୪୯)ରେ କଟନୀ ଆସିଥିଲେ । ସେଠାରୁ ସେ ଅନ୍ୟ ଏକ ସଂଯୋଗ କରୁଥିବା ଟ୍ରେନରେ ବିଲାସପୁର ଆସିଥିଲେ । ମାର୍ଚ୍ଚ ୧୧ରେ ରାଉରେକଲାରେ ପହଞ୍ଚିବା ପରେ ଏକ ସେୟାର ଅଟୋରେ ବିଶ୍ରା ଘରକୁ ଯାଇଥିଲେ । ମାର୍ଚ୍ଚ ୧୨ରୁ ଏପ୍ରିଲ ୨ ଯାଏଁ ସେ ହୋମ କ୍ୱାରେଣ୍ଟାଇନରେ ଥିଲେ । ଏହା ପରେ ଏପ୍ରିଲ ୨ରୁ ୧୧ ଯାଏ ରାଉରକେଲାରେ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ଏପ୍ରିଲ ୧୧ରେ ପଜିଟିଭ ଚିହ୍ନଟ ହୋଇଥିଲେ ।ସେହି ଦିନ ତାଙ୍କୁ ରାଉରକେଲାର ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରାଜ୍ୟର ୫୨ତମ କରୋନା ଆକ୍ରାନ୍ତଙ୍କ ବୟସ ୧୮ ବର୍ଷ । ସେ ମାର୍ଚ୍ଚ ୧୦ରେ ନିଜାମୁଦ୍ଦିନ ଫେରନ୍ତା ୫୧ ନମ୍ବର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ସେଦିନ ସେ ଯାଜପୁର ଜିଲ୍ଲାର ଚାରିନଙ୍ଗଳଠାରୁ ରାଉରକେଲାକୁ ବସରେ ଯାତ୍ରା କରିଥିଲେ । ରାଉରକେଲାରୁ ବିସ୍ର୍ରା ଯିବା ପାଇଁ ସେ ମାର୍ଚ୍ଚ ୧୧ ତାରିଖରେ ଏକ ଅଟୋ ସହ ଯୋଗାଯୋଗ କରିଥିଲେ । ମାର୍ଚ୍ଚ ୧୧ରୁ ୨୦ ମଧ୍ୟରେ ଆଶିୟାନା ମସଜିଦରେ ରହିଥିଲେ । ମାର୍ଚ୍ଚ ୧୪ରୁ ଏପ୍ରିଲ ୫ ମଧ୍ୟରେ ସୁନ୍ଦରଗଡ଼ର ବନାର ନିକଟ ଏକ ମସଜିଦରେ ରହିଥିଲେ । ଏହା ପରେ ତାଙ୍କୁ ଏପ୍ରିଲ ୫ରୁ ୧୧ ଯାଏଁ ସରାକାରୀ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ଏପ୍ରିଲ ୧୧ରେ ତାଙ୍କର ସ୍ୱାବ ନମୁନା ପଜିଟିଭ ଜଣାପଡ଼ିବା ପରେ ତାଙ୍କୁ ହାଇଟେକେ ମେଡିକାଲର କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।
ଅନ୍ୟପଞ୍ଚଳର ୪୬ ବର୍ଷିୟ ବ୍ୟକ୍ତି । ସେ ୪୨ ନମ୍ବର କରୋନା ଆକ୍ରାନ୍ତଙ୍କ ସମ୍ପର୍କୀୟ । ସେ ମାର୍ଚ୍ଚ ୨୫ରୁ ଏପ୍ରିଲ ୩ ଯାଏଁ ବଙ୍କୁଆଳ, କେସୁରା, ସହିଦ ନଗର ଯାଇଥିଲେ । ଏପ୍ରିଲ ୪ରୁ ୬ ମଧ୍ୟରେ ସେ ୪୨ ନମ୍ବର କରୋନା ଆକ୍ରାନ୍ତଙ୍କୁ ଭେଟିବା ପାଇଁ ଏମ୍ସ ଭୁବନେଶ୍ୱର ଯାଇଥିଲେ । ତାଙ୍କୁ ଏପ୍ରିଲ ୭ରୁ ୧୦ ମଧ୍ୟରେ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ଏପ୍ରିଲ ୧୧ରେ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କିମସ୍‌ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ସେହିପରି ରାଜ୍ୟର ୫୪ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳର ୧୭ ବର୍ଷୀୟା ବାଳିକା । ସେ ମାର୍ଚ୍ଚ ୨୯ରେ ଗାଁକୁ ପହଂଚିବା ପୂର୍ବରୁ କୋଲକାତାରୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ଓ ଭଦ୍ରକ ଦେଇ ଆସିଥିଲେ । ବାଟରେ ଚା’ ପିଇଥିଲେ । ଓସ୍ତିଆ ଗ୍ରାମପଞ୍ଚାୟତର ନଳଦିଆ ଗାଁରେ ନିଜ ଘରେ ମାର୍ଚ୍ଚ ୩୦ରୁ ଏପ୍ରିଲ ୧୧ ଯାଏଁ ହୋମ କ୍ୱାରେଣ୍ଟାଇନରେ ଥିଲେ । ଏପ୍ରିଲ ୧୧ରେ ତାଙ୍କର ନମୁନା ପଜିଟିଭ ଚିହ୍ନଟ ହୋଇଥିଲା । ଏହା ପରେ ତାଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ-୧୯ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆନ୍ଧ୍ର ସରକାର ମାଗଣାରେ ବାଣ୍ଟିବେ ମାସ୍କ୍‌

ଆନ୍ଧ୍ର ସରକାର ମାଗଣାରେ ବାଣ୍ଟିବେ ମାସ୍କ୍‌

Read More...

ଦେଶରେ ଲକ୍‌ଡ଼ାଉନ୍‌ ୩୦ ଯାଏ ବଢ଼ିବ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଭିଡ଼ିଓ କନଫେରନ୍ସିଂ

ଦେଶରେ ଲକ୍‌ଡ଼ାଉନ୍‌ ୩୦ ଯାଏ ବଢ଼ିବ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଭିଡ଼ିଓ କନଫେରନ୍ସିଂ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page