ବମିଖାଲର ୧୮ ଆକ୍ରାନ୍ତଙ୍କ ମଧ୍ୟରୁ ଚାରି ସତ୍ୟନଗରର, ପାଞ୍ଚ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ

April 08, 2020, ଓଡ଼ିଶା, , Anupambharat News Bureau


 ବମିଖାଲର ୧୮ ଆକ୍ରାନ୍ତଙ୍କ ମଧ୍ୟରୁ ଚାରି ସତ୍ୟନଗରର,  ପାଞ୍ଚ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ
Anupambharat News Bureau
April 08, 2020

ଭୁବନେଶ୍ୱର, ୮ା୪(ଅନୁପମମିଡ଼ିଆ): ବମିଖାଲରେ ଚିହ୍ନଟ ୧୮ କୋରନା ଆକ୍ରାନ୍ତଙ୍କ ଭିତରୁ ୪ ଜଣ ସତ୍ୟନଗରର । ସେଥିପାଇଁ ସତ୍ୟନଗରକୁ ଆଜି ବିଏମସି ସିଲ୍‌ କରି ସାନିଟାଇଜ୍‌ କରୁଛି ବୋଲି ଭୁବନେଶ୍ୱର ମହାନଗର ନିଗମ(ବିଏମସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସ୍ପଷ୍ଟ କରିଛନ୍ତି । ସତ୍ୟନଗରରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ନେଇ ରାଜ୍ୟ ସରକାରଙ୍କ ପକ୍ଷର କୌଣସି ସୂଚନା ଦିଆଯାଇନଥିବା ବେଳେ ବୁଧବାର ସକାଳୁ ସତ୍ୟନଗର ଅଞ୍ଚଳକୁ ସିଲ୍‌ କରାଯାଇଥିଲା । ଏହା ଉପରେ ସ୍ପଷ୍ଟୀକରଣ ଦେଇ ବିଏମସି କମିଶନର ଏହା କହିଛନ୍ତି । ବୁଧବାର ସୁଦ୍ଧା ରାଜ୍ୟରେ ‘କରୋନା’ରେ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି । ସେଥିରୁ ୩୪ ଜଣ ଭୁବନେଶ୍ୱର ଏବଂ କେବେଳ ବମିଖାଲର ୧୮ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ସେହି ୧୮ ଜଣଙ୍କ ମଧ୍ୟରୁ ୪ ଜଣ ସତ୍ୟନଗରରେ ଥିବା ଜଣାପଡ଼ିଛି । ଅନ୍ୟମାନଙ୍କ ମଧ୍ୟରୁ ବଡ଼ଗଡ଼ରେ ଜଣେ, ଭରତପୁରରେ ଜଣେ, ସହିଦ୍‌ ନଗରରେ ଜଣେ, ସୂର୍ଯ୍ୟନଗରରେ ୮ ଜଣ, କପିଳପ୍ରସାଦରେ ଜଣେ, ୟୁନିଟ୍‌-୫ରେ ଜଣେ, ମହିଷାଖାଲ ବିଜେବି ନଗରରେ ଜଣେ, ୟୁନିଟ୍‌-୪ ମଧୁସୂଦନ ନଗରରେ ଜଣେ ଆକ୍ରାନ୍ତ ହୋଇଥିବା ବେଳେ ଝାରପଡ଼ାରେ ଜଣଙ୍କର ମୃତୁ୍ୟ ଘଟିଛି । ଅନ୍ୟପକ୍ଷରେ ସଂକ୍ରମଣ ରୋକିବା ପାଇଁ ଭୁବନେଶ୍ୱରରେ ୫ଟି ସ୍ଥାନକୁ ସଂକ୍ରମଣ ପ୍ରତିରୋଧ ଅଞ୍ଚଳ ବା କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛି ବିଏମସି । ସେହି ଅଞ୍ଚଳ ଗୁଡ଼ିକ ହେଲା ବମିଖାଲ, ସୂର୍ଯ୍ୟନଗର, ସତ୍ୟନଗର, ସୁନ୍ଦରପଦା ଓ ବେଗୁନିଆ । ଉକ୍ତ ଅଞ୍ଚଳର ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗିଥିବା ବେଳେ ମେଡିକାଲ୍‌ ଟିମ୍‌ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ସୂର୍ଯ୍ୟନଗର ଅଞ୍ଚଳରେ ଏଲ୍‌ଆଇସି ଛକାଠାରୁ ଗଙ୍ଗନଗର, ଗଙ୍ଗନଗରରୁ ଶିରିପୁର ଛକ, ଶିରିପୁର ଛକଠାରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ସିଲ୍‌ କରାଯାଇଛି । ୟୁନିଟ୍‌-୫ ଅଞ୍ଚଳରେ ଆଇବି ଅଫିସ୍‌ କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ସେହିପରି ସତ୍ୟନଗର ଛକଠାରୁ କାଳି ମନ୍ଦିର, କାଳି ମନ୍ଦିରଠାରୁ ପତଞ୍ଜଳି ଷ୍ଟୋର, ପତଞ୍ଜଳି ଷ୍ଟୋରଠାରୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଫିସର୍ସ କ୍ୱାର୍ଟର୍ସ, ସେଠାରୁ ସତ୍ୟାନଗର ଛକ ଭାୟା ମିଶନାରୀ ଚାରିଟି ଆକ୍ସିସ୍‌ ବ୍ୟାଙ୍କ ପର୍ଯ୍ୟନ୍ତ ସିଲ୍‌ କରାଯାଇଛି । ଏହାଛଡ଼ା ସତ୍ୟନଗର ପିଡବ୍ଳୁଡ଼ି କ୍ୱାର୍ଟର୍ସରେ ରହୁଥିବା ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ବମିଖାଲର ପ୍ରବେଶ ପଥକୁ ସିଲ୍‌ କରାଯାଇଛି । କାଫେକଫି ଡେ’ ଠାରୁ ଝାରପଡ଼ା କେନାଲ୍‌ ରୋଡ୍‌, ଝାରପଡ଼ା କେନାଲ୍‌ ରୋଡରୁ ଝାରପଡ଼ା ଦୁର୍ଗାପୂଜା ମଣ୍ଡପ, ଝାରପଡ଼ା ଦୁର୍ଗାପୂଜା ମଣ୍ଡପଠାରୁ କଟକ-ପୁରୀ ରୋଡ୍‌, କଟକ-ପୁରୀ ରୋଡରୁ କାଫେ କଫି ଡେ ଲେନ୍‌ ପର୍ଯ୍ୟନ୍ତ ସିଲ୍‌ କରାଯାଇଛି । ସଂକ୍ରମଣ ରୋକିବାକୁ ସୁନ୍ଦରପଡ଼ା ଅଞ୍ଚଳକୁ ମଧ୍ୟ ସିଲ୍‌ କରାଯାଇଛି । ସୁନ୍ଦରପଦା ପୌର ଚିକିତ୍ସାଳୟଠାରୁ କାଳୁଆସନୀ ମନ୍ଦିର, ପୌର ଚିକିତ୍ସାଳୟଠାରୁ ସରକନ୍ତରା ନୂଆ କଲଭର୍ଟ ଯାଏଁ, କାଳୁଆସନୀ ମନ୍ଦିରଠାରୁ ଟାଟା ପ୍ରୋଜେକଫ ଯାଏଁ ଓ ଟାଟା ପ୍ରୋଜେକଫଠାରୁ ସରକନ୍ତରା ନୂଆ କଲଭର୍ଟ ଯାଏଁ ସିଲ କରାଯାଇଛି । ବେଗୁନିଆ ଅଞ୍ଚଳରେ ପାଲାମଣ୍ଡପ ଛକରୁ ଯଦୁପୁର ଗାଁ, ପାଣିଟାଙ୍କିରୁ ଯଦୁପୁର ଗାଁ, ମୁଖ୍ୟ ରାସ୍ତା ଅଟୋ ଷ୍ଟାଣ୍ଡରୁ ଯଦୁପୁର ଗାଁ ଓ ଅମ୍ବେଦକର ଶିକ୍ଷା କେନ୍ଦ୍ରରୁ ଯଦୁପୁର ଗାଁ ଅଞ୍ଚଳକୁ ସିଲ୍‌ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
‘ତୋଷାଳି ଭବନ ସାମ୍ନା ଓମଫେଡ ଷ୍ଟଲକୁ ଯାଇଥିଲେ କ ୍ୱାରେଣ୍ଟାଇନ୍‌ରେ ରୁହ;ୁ’

‘ତୋଷାଳି ଭବନ ସାମ୍ନା ଓମଫେଡ ଷ୍ଟଲକୁ ଯାଇଥିଲେ କ ୍ୱାରେଣ୍ଟାଇନ୍‌ରେ ରୁହ;ୁ’

Read More...

ଆଜିଠୁ ମାସ୍କ ବାଧ୍ୟତାମୂଳକ

ଆଜିଠୁ ମାସ୍କ ବାଧ୍ୟତାମୂଳକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page