ଦେଶରେ ମୃତୁ୍ୟ ସଂଖ୍ୟା ୧୦୦ ଟପିଲା

April 06, 2020, ଦେଶ, , Anupambharat News Bureau


ଦେଶରେ ମୃତୁ୍ୟ ସଂଖ୍ୟା ୧୦୦ ଟପିଲା
Anupambharat News Bureau
April 06, 2020

ନୂଆଦିଲ୍ଲୀ,୬ା୪ ସମଗ୍ର ବିଶ୍ୱରେ କରୋନା ଭୂତାଣୁର ପ୍ରକୋପ ଜାରି ରହିଛି । ଦେଶରେ ଏହି ମହାମାରୀରେ ମୃତ ସଂଖ୍ୟା ସୋମବାର ଶହେ ଟପିଛି । ଆଜି ୨୪ ଘଣ୍ଟା ମଧ୍ୟରେ ଦେଶରେ ଏହି ଭୂତାଣୁ ୨୮ ଜଣଙ୍କ ଜୀବନ ନେଇଛି । ସେହିଭଳି ଏହି ସମୟ ମଧ୍ୟରେ ୭୦୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଯାବତ୍‌ ଭାରତରେ କରୋନାରେ ମୃତକଙ୍କ ସଂଖ୍ୟା ୧୧୧ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୨୮୧କୁ ସ୍ପର୍ଶ କରିଛି । ଏହି ସମ୍ପର୍କରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ତାଜା ରିପୋର୍ଟ ପ୍ରକାଶ କରାଯାଇଛି । ଭାରତବର୍ଷରେ ଆକ୍ରାନ୍ତଙ୍କ ସଂଖ୍ୟା ଗତ ୪ ଦିନ ଧରି ୫୦୦ରୁ ଉର୍ଦ୍ଧ୍ୱ ହେଉଥିବା ରେକର୍ଡ ସୃଷ୍ଟି ହୋଇଛି । ଅର୍ଥାତ୍‌ ଦେଶରେ ଯେଉଁ ହଜାରରୁ ଉର୍ଦ୍ଧ୍ୱ ସଂଖ୍ୟକ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ କରାଯାଇଛି । ଏଥିରେ ୩୦ % ଆକ୍ରାନ୍ତ ବ୍ୟକ୍ତି ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳର ତାବ୍‌ଲିଗ ଜମାଦ ଇସ୍‌ଲାମ୍‌ ସଂପ୍ରଦାୟର ସମ୍ମିଳନୀ ସହିତ ଜଡ଼ିତ ଥିଲେ । ସେମାନଙ୍କ ସଂକ୍ରମଣ ହିଁ ଦେଶରେ କରୋନା ବ୍ୟାପକତାକୁ ତୀବ୍ରତର କରିଦେଇଛି ।
ଦେଶର ୧୭ଟି ରାଜ୍ୟ ଅତ୍ୟନ୍ତ ସମ୍ବେଦନଶୀଳକ ହୋଇଛି । ଦେଶରେ ୨୧ ଦିନିଆ ଲକ୍‌ଡ଼ାଉନ୍‌ ଘୋଷଣା କରାଯାଇଥିବା ବେଳେ ଆଜି ଅର୍ଥାତ୍‌ ସୋମବାର ଏହା ଚତୁର୍ଦଶ ଦିବସରେ ପହଞ୍ଚିଛି । ଆଗକୁ ଆହୁରି ୭ ଦିନ ବାକି ରହିଛି । ଏହି ଲକ୍‌ଡ଼ାଉନ୍‌ ଅବଧିରେ ସମସ୍ତ ଘରୋଇ ଓ ଆନ୍ତର୍ଜାତୀୟ ଯାତ୍ରୀ ବିମାନ ଉଡ଼ାଣ ସେବା ବନ୍ଦ ରହିଛି । ଚଳିତମାସ ୧୪ ତାରିଖରେ ଏହି ଲକ୍‌ଡ଼ାଉନ୍‌ ଅବଧି ସମ୍ପୂର୍ଣ୍ଣ ହେବା ପରେ ଘରୋଇ ଓ ଆନ୍ତର୍ଜାତିକ ବିମାନ ସେବା ଚଳାଚଳ କରିବା ନେଇ ସରକାର ଚିନ୍ତା କରୁଥିବା ବିଭିନ୍ନ ସୂତ୍ରରୁ ଜଣାପଡିଛି । କିନ୍ତୁ ଭାରତରେ କରୋନାର ବ୍ୟାପକତା ସମ୍ବେଦନଶୀଳକ ପରିସ୍ଥିତି ସୃଷ୍ଟି କରିଛି । ଦେଶରେ ମୃତକଙ୍କ ସଂଖ୍ୟା ୧୧୧ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ୯୦୦ ଅତିକ୍ରମ କରିସାରିଛି । ଠିକ୍‌ ସେହିଭଳି ତାମିଲନାଡ଼ୁରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ଅତିକ୍ରମ କରିସାରିଛି । ଦିଲ୍ଲୀରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୩ରେ ପହଞ୍ଚିଥିବା ବେଳେ ତେଲେଙ୍ଗାନାରେ ମଧ୍ୟ ୪୦୦ ପାଖାପାଖି ଲୋକ ଆକ୍ରାନ୍ତ ହୋଇଛନ୍ତି । ଇତିମଧ୍ୟରେ ଯେଉଁ ବିଦେଶୀ ନାଗରିକମାନେ ନିଜାମୁଦ୍ଦିନ ସମ୍ମିଳନୀରେ ଯୋଗଦେଇଥିଲେ,ସେମାନଙ୍କ ମଧ୍ୟରୁ ୨୦୮୩ଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୭୫୦ ଜଣଙ୍କୁ ବ୍ଲାକ୍‌ ଲିଷ୍ଟ୍‌ କରାଯାଇଛି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସ୍ୱାସ୍ଥ୍ୟ ଚିକିତ୍ସା ଉପରେ ଅଧିକ ପ୍ରାଧାନ୍ୟତା ଦିଆଯାଇଛି । ସମସ୍ତ ଔଷଧର ପାଶ୍ୱର୍ ପ୍ରତିକ୍ରିୟା ଥାଏ, କୌଣସି ସନ୍ଦିU କିମ୍ବା ଡାକ୍ତରଙ୍କ ବିନା ପରାମର୍ଶରେ ହାଇଡ୍ରୋକ୍ସିକ୍ଲୋରୋକୁଇନ ବଟିକା ନଖାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲ୍‌ ପରାମର୍ଶ ଦେଇଛନ୍ତି । ତେବେ ଦେଶରେ ମହାରାଷ୍ଟ୍ରରେ ହିଁ ସର୍ବାଧିକ ଆକ୍ରାନ୍ତ ହୋଇଥିବା ବେଳେ ଦ୍ୱିତୀୟରେ ତାମିଲ୍‌ନାଡ଼ୁ ଓ ତୃତୀୟରେ ଦିଲ୍ଲୀ ଅଧିକ ପ୍ରଭାବିତ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି ।
ଭାରତବର୍ଷର ଏକ ବୃହତ୍ତ ଶିଳ୍ପ ନଗରୀ ଭାବେ ପରିଚିତ ମୁମ୍ବାଇରେ କରୋନା ସଂକ୍ରମଣ ସଂଖ୍ୟା ସାଂଘାତିକ ସ୍ଥିତି ଧାରଣ କରିଛି । ମୁମ୍ବାଇନଗରୀର କେନ୍ଦ୍ର ଭାଗରେ ଅବସ୍ଥିତ ଏକ ହସ୍‌ପିଟାଲ୍‌ରେ ୨୬ଜଣ ନର୍ସ ଏବଂ ୩ ଜଣ ଡାକ୍ତରଙ୍କ ନମୁନାରୁ କୋଭିଡ଼୍‌-୧୯ ପଜିଟିଭ ଥିବା ଜଣାପଡିବା ପରେ ଉକ୍ତ ହସ୍‌ପିଟାଲ୍‌କୁ ସମ୍ପୂର୍ଣ୍ଣ କର୍ଡନ କରିଦିଆଯାଇଛି । ଉକ୍ତ ହସ୍‌ପିଟାଲ୍‌ରେ କୌଣସି ବ୍ୟକ୍ତିଙ୍କୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଉନାହିଁ ।
ସମସ୍ତ ରୋଗୀ ନେଗେଟିଭ ଚିହ୍ନଟ ହେବା ପର୍ଯ୍ୟନ୍ତ ଏଠାରେ ଆକ୍ରାନ୍ତଙ୍କୁ ଚିକିତ୍ସା କରାଯିବ । ଉକ୍ତ ହସ୍‌ପିଟାଲ୍‌ରେ ଏଭଳି କରୋନା ସଂକ୍ରମଣର ପ୍ରକୃତ କାରଣ ଜାଣିବା ପାଇଁ କେତେକ କାର୍ଯ୍ୟନିର୍ବାହୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଧିନରେ ଏକ ଟିମ୍‌ ଗଠନ କରାଯାଇ ଏହାର ଅନୁସନ୍ଧାନ କରାଯାଉଛି ବୋଲି ଅତିରିକ୍ତ ମୁନିସିପାଲ୍‌ କମିଶନର ସୁରେଶ କାକାନୀ ସୂଚନା ଦେଇଛନ୍ତି ।ତେବେ ସ୍ୱାସ୍ଥ୍ୟକର୍ମୀମାନଙ୍କ ଏଭଳି ସଂକ୍ରମିତକୁ ଦୁର୍ଭାଗ୍ୟଜନକ ବୋଲି କମିଶନର କହିଛନ୍ତି । ଉକ୍ତ ହସ୍‌ପିଟାଲ୍‌ର ୨୭୦ରୁ ଉର୍ଦ୍ଧ୍ୱ କର୍ମଚାରୀ ଓ କେତେକ ରୋଗୀଙ୍କ ନମୁନା ପରୀକ୍ଷା ପାଇଁ ପଠା ଯାଇଥିଲା । ମହାରାଷ୍ଟ୍ରରେ ସର୍ବାଧିକ ହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଏହା ରାଜ୍ୟର ଅନ୍ୟ ନଗରୀମାନଙ୍କର ଆଶଙ୍କାକୁ ବୃଦ୍ଧି କରିଛି । କେବଳ ମୁମ୍ବାଇରୁ ହିଁ ୪ ଜଣ ଲୋକଙ୍କ ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ଲୋକମାନେ ନବୀମୁମ୍ବାଇ,ଥାନେ ଏବଂ ବସାଇ ଅଞ୍ଚଳରୁ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଉ ଗୋଟିଏ ପଜିଟିଭ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଛୁଇଁଲା

ଆଉ ଗୋଟିଏ ପଜିଟିଭ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଛୁଇଁଲା

Read More...

ପ୍ରତ୍ୟେହ ୧୯ ଘଣ୍ଟିଆ ସଟ୍‌ ଡାଉନ

ପ୍ରତ୍ୟେହ ୧୯ ଘଣ୍ଟିଆ ସଟ୍‌ ଡାଉନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page