ସକାଳ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ବ୍ୟାଙ୍କ

March 23, 2020, ଓଡ଼ିଶା, , Anupambharat News Bureau


ସକାଳ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ବ୍ୟାଙ୍କ
Anupambharat News Bureau
March 23, 2020

ଭୁବନେଶ୍ୱର: ଓଡ଼ିଶାର ବ୍ୟାଙ୍କ୍‌ ଗୁଡ଼ିକୁ ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯେଉଁ ଜିଲ୍ଲା ଏବଂ ସହରାଞ୍ଚଳଗୁଡ଼ିକରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି ସେଠାରେ ବ୍ୟାଙ୍କଗୁଡ଼ିକ ସକାଳ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ରହିବ । କୌଣସି ପରିସ୍ଥିତିରେ ମଧ୍ୟ ୨ଟା ପୂର୍ବରୁ ବ୍ୟାଙ୍କ ବନ୍ଦ ହେବ ନାହିଁ କିମ୍ବା କାର୍ଯ୍ୟ ଦିବସରେ ବ୍ୟାଙ୍କ ବନ୍ଦ ରହିବ ନାହିଁ । ବ୍ୟାଙ୍କଗୁଡ଼ିକ ନିଜର ସୁବିଧା ଅନୁଯାୟୀ ଅର୍ଥାି ୨ ଜଣରୁ କମ୍‌ ବା ୭ ଜଣରୁ ଅଧିକ ଷ୍ଟାଫ୍‌ ନିୟୋଜିତ କରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି । ସେହିପରି ଏଟିଏମVୁଡ଼ିକୁ କାର୍ଯ୍ୟକ୍ଷମ ରଖିବା ପାଇଁ ନଗଦ ଟଙ୍କା ମହଜୁଦ୍‌ ରହିବ । ଏହା ବ୍ୟତୀତ ବ୍ୟାଙ୍କଗୁଡ଼ିକ ନଗଦ ଜମା/ଉଠାଣ, ଏନ୍‌ଇଏଫଫି, ଚେକ୍‌ କ୍ଲିୟରିଂ, ସରକାରୀ ଟ୍ୟାକ୍ସ କଲେକ୍ସନ୍‌ ଆଦି ନିୟମିତ କାର୍ଯ୍ୟ ଜାରି ରଖିବେ । ଟ୍ରେନିଂ, ମିଟିଂ, ସମ୍ମିଳନୀ ଆଦି କାର୍ଯ୍ୟ ସ୍ଥଗିତ ରହିବ । ରାଜ୍ୟର ସମସ୍ତ ଇନ୍ସ୍ୟୁରାନ୍ସ କମ୍ପାନୀମାନେ ମଧ୍ୟ ନିୟମ ମାନି କାର୍ଯ୍ୟ କରିବେ । ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ରାଜ୍ୟସ୍ତରୀୟ ବ୍ୟାଙ୍କିଂ କମିଟି ରାଜ୍ୟର ସମସ୍ତ ବ୍ୟାଙ୍କ ଏବଂ ଇନ୍ସ୍ୟୁରାନ୍ସ କମ୍ପାନୀର କାର୍ଯ୍ୟକୁ ତଦାରଖ କରିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେଶରେ ସଂକ୍ରମିତଙ୍କ ସଂଖ୍ୟାା ୪୧୫କୁ ବୃଦ୍ଧି

ଦେଶରେ ସଂକ୍ରମିତଙ୍କ ସଂଖ୍ୟାା ୪୧୫କୁ ବୃଦ୍ଧି

Read More...

ଆଜିଠୁ ଗଡ଼ିବନି ବସ୍‌

ଆଜିଠୁ ଗଡ଼ିବନି ବସ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page