୩୧ ମାର୍ଚ୍ଚ ଯାଏଁ ଧାନକିଣା ହେବ ବାଚସ୍ପତିଙ୍କ ଘୋଷଣା ପରେ ଗୃହ ସ୍ୱାଭାବିକ

February 25, 2020, ଓଡ଼ିଶା, , Anupambharat News Bureau


୩୧ ମାର୍ଚ୍ଚ ଯାଏଁ ଧାନକିଣା ହେବ ବାଚସ୍ପତିଙ୍କ ଘୋଷଣା ପରେ ଗୃହ ସ୍ୱାଭାବିକ
Anupambharat News Bureau
February 25, 2020

ଭୁବନେଶ୍ୱର, ୨୫ ।୨(ଅନୁପମ ମିଡିଆ): ଚଳିତ ବିଧାନସଭାର ଆଜି ଦ୍ୱିତୀୟ ଦିନ ପାଇଁ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଧାନ କିଣାକୁ ନେଇ ହଟ୍ଟଗୋଳ କରିବାରୁ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ।
ଏହାକୁ ଏଡାଇବାକୁ ଯାଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ପ୍ରଥମେ ୧୦.୩୦ରୁ ୧୨.୫୦ ମଧ୍ୟରେ ଦୁଇଥର ମୁଲତବୀ ଘୋଷଣା କରିଥିଲେ । ୧୧.୩୧ରେ ଗୃହକୁ ମୁଲତବୀ କରିବା ପୂର୍ବରୁ ଗୃହ କାର୍ଯ୍ୟର ସୁପରିଚାଳନା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କ ପ୍ରକୋଷ୍ଠରେ ଏକ ସର୍ବଦଳୀୟ ବୈଠକ ଡାକିଥିଲେ । ସର୍ବଦଳୀୟ ବୈଠକ ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା । ଆଜି ବୈଠକ ଆରମ୍ଭ ହେବା ମାତ୍ର ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ମାନେ ଧାନ କିଣା ମାମଲାରେ ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ । ହଟ୍ଟଗୋଳରେ ବିଜେପି ଓ କଂଗ୍ରେସ ଦଳର ସଦସ୍ୟ ମାନେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇଥିଲେ । ଅଚଳାବସ୍ଥାକୁ ଏଡାଇବାକୁ ଯାଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
ଗୃହକାର୍ଯ୍ୟ ପୁଣି ଥରେ ଆରମ୍ଭ ହେବା ମାତ୍ରେ ସେହି ସମାନ ପ୍ରସଙ୍ଗରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ମାନେ ହଟ୍ଟଗୋଳ କରିଥିଲେ । ମୁଲତବୀ ଘୋଷଣା କରିବା ପୂର୍ବରୁ ଗୃହ କାର୍ଯ୍ୟର ସୁପରିଚାଳନା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କ ପ୍ରକୋଷ୍ଠରେ ଏକ ସର୍ବଦଳୀୟ ବୈଠକ ଡାକିଥିଲେ । ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ଶାସକ ଦଳର ମୁଖ୍ୟ
ସଚେତକ ପ୍ରମିଳା ମଲ୍ଲିକ , ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ , ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସିପିଏମ ବିଧାୟକ ଲକ୍ଷ୍‌ମଣ ମୁଣ୍ଡା, କଂଗ୍ରେସ ବିଧାୟକ ଦଳର ନେତା ତାରା ପ୍ରସାଦ ବାହିନୀପତିଙ୍କୁ ଡାକିଥିଲେ । ସର୍ବଦଳୀୟ ବୈଠକ ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା । ବୈଠକ ପରେ ବାଚସ୍ପତି ପାତ୍ର ବିଧାନସଭାରେ ସୂଚିତ କରିଥିଲେ ଯେ, ରେଜିଷ୍ଟ୍ରିଭୁକ୍ତ ଚାଷୀର ଧାନ ସରକାରଙ୍କ ନିଷ୍ପତି ଅନୁଯାୟୀ ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା କିଣାଯିବ । ଉପରୋକ୍ତ ଚାଷୀ ମାନଙ୍କୁ ୩୧ ମାର୍ଚ୍ଚ ୨୦୨୦ର ଯଥେଷ୍ଟ ପୂର୍ବରୁ ଟୋକେନ୍‌ ଦିଆଯାଉ ବୋଲି କହିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫେରିଗଲେ ଟ୍ରମ୍ପ

ଫେରିଗଲେ ଟ୍ରମ୍ପ

Read More...

ଅଦିନିଆ ବର୍ଷାରେ ସାରା ରାଜ୍ୟ ବେହାଲ୍‌

ଅଦିନିଆ ବର୍ଷାରେ ସାରା ରାଜ୍ୟ ବେହାଲ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page