ରାଜ୍ୟସଭା ରେସ : ରାଜନୀତି ସରଗରମ

February 25, 2020, ଓଡ଼ିଶା, , Anupambharat News Bureau


ରାଜ୍ୟସଭା ରେସ : ରାଜନୀତି ସରଗରମ
Anupambharat News Bureau
February 25, 2020

ଭୁବନେଶ୍ୱର,୨୫ା୨(ଅନୁପମମିଡ଼ିଆ): ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ପରେ ଓଡ଼ିଶାର ଚାରି ଆସନକୁ ନେଇ ରଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ପ୍ରକାଶଥାଉକି ଲୋକସଭା ସାଂସଦ ହେବା ପରେ ଅନୁଭବ ମହାନ୍ତିଙ୍କ ରାଜ୍ୟସଭା ଆସନ ଖାଲିପଡ଼ିଛି ।
ସେହିପରି ବିଜେଡି ନେତା ନରେନ୍ଦ୍ର କୁମାର ସ୍ୱାଇଁ , ସରୋଜିନୀ ହେମ୍ବ୍ରମ୍‌ ଏବଂ କଂଗ୍ରେସ ନେତା ରଞ୍ଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଓଡ଼ିଶାର ୪ଟି ଆସନ ପାଇଁ ଏହି ନିର୍ବାଚନ ହେବ । ତେବେ ସଂଖ୍ୟା ଦୃଷ୍ଟିରୁ ତିନୋଟି ଆସନକୁ ଶାସକ ବିଜେଡ଼ି ଦଖଲ କରିବା ନିଶ୍ଚିତ ହୋଇଛି । ତେବେ ଚତୁର୍ଥ ଆସନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ଆସନ ଲାଗି ୩୦ ବିଧାୟକ ସମର୍ଥନ ଆବଶ୍ୟକ ହେଉଛି । ସେ ଦୃଷ୍ଟିରୁ ୧୧୩ ଆସନ ଥିବା ବିଜେଡ଼ି ସହଜରେ ୩ଟିକୁ କରଗତ କରିବ । ତେବେ ଚତୁର୍ଥ ଆସନ ଲାଗି ବିଜେଡ଼ିକୁ ଆଉ ୭ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଛି । ଅନ୍ୟପକ୍ଷେ ବିଜେପି ପାଖରେ ୨୩ ବିଧାୟକ ରହିଥିବାରୁ ଗୋଟିଏ ଆସନ ନେବା ଲାଗି ୭ ବିଧାୟକ ନିଅଣ୍ଟ ପଡ଼ୁଛି । ଅନ୍ୟପକ୍ଷେ ମାତ୍ର ୯ଟି ଆସନରେ ବିଜୟୀ ହୋଇଥିବା କଂଗ୍ରେସ ରେସ୍‌ରେ ନଥିଲେ ସୁଦ୍ଧା ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥିବା ଥୟ ରହିଛି । ରାଜ୍ୟସଭା ନିର୍ବାଚନର ଏତେ ଆଗରୁ ପୂର୍ବାନୁମାନ କରିବା ସମୀଚିନ ହେବ ନାହିଁ ବୋଲି ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ ମଙ୍ଗଳବାର କହିଛନ୍ତି । ରାଜ୍ୟସଭା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସେଠୀ ତାଙ୍କ ପ୍ରତିକ୍ରିୟାରେ ଏହା କହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟସଭା ଆସନ ରାଜନୈତିକ ପଶାପାଲିର ଖେଳ ସଂଖ୍ୟା ନଥାଇ ବି ଦିଲ୍ଲୀପ ରାୟଙ୍କ ଭଳି ନେତା ରାଜ୍ୟ ସଭାକୁ ଯିବାର ନଜିର ଅଛି । ଏହା ଅଦୃଶ୍ୟ ଶକ୍ତିର ଖେଳ । ତେଣୁ ଏହା ଅପ୍ରତ୍ୟାଶିତ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷେ ରାଜ୍ୟସଭା ନିର୍ବାଚନ ପାଇଁ ସଂଖ୍ୟା ଗଣିତରେ ଆମର ସାମର୍ଥ୍ୟ ନାହିଁ । ତେବେ କାହାକୁ ସମର୍ଥନ ଦେବୁ କି ବିରତ ରହିବୁ, ତାହା ହାଇକମାଣ୍ଡ ଓ ପିସିସି ସଭାପତି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ତେବେ ଚାରିରୁ ଚାରି ଆସନ ବିଜେଡିକୁ ଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ରାଜ୍ୟସଭା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସେ ତାଙ୍କ
ପ୍ରତିକ୍ରିୟାରେ ଏହା କହିଛନ୍ତି । କଂଗ୍ରେସ ଦଳର ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତିି ଯେ, କାହା ଚାପରେ ଆସନ ଦେଇନୁ କି କିଏ ବି ଚାପ ପକାଇବାର ପ୍ରଶ୍ନ ଉଠୁନ । ରାଜ୍ୟ ସ୍ୱାର୍ଥରେ ଯାହା ଅନୁକୂଳ,ତାକୁ ବିଚାର କରି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନିଅନ୍ତି । ବିରୋଧୀଙ୍କୁ ଏହାର ଜବାବ ଦେବା ଜରୁରୀ ନୁହେଁ ବୋଲି ସେ କହିଛନ୍ତିି । ବିଜେପିର ଶୀର୍ଷ ନେତୃତ୍ୱ ଯାହା ନିଷ୍ପତ୍ତି ଗ୍ରହଣ କରିବେ ତାକୁ ଆମେ ପାଳନ କରିବୁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏନେଇ ନିଜ ପ୍ରତିକ୍ରିୟାରେ କହିଛନ୍ତି । ତେବେ ଚତୁର୍ଥ ଆସନ ଲାଗି ଆମେ ଲଢ଼େଇ କରିବୁ ଓ ପ୍ରାର୍ଥି ଦେବୁ ବୋଲି ସେ କହିଛନ୍ତି । ଆଗାମୀ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ କି ନାହିଁ ସେ ସମ୍ପର୍କରେ ଦଳର ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ଗ୍ରହଣ କରିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ସେ କହିଛନ୍ତିି ଯେ ବାମ ଦଳ ସହ ମିଶି ଆମେ ପ୍ରାର୍ଥୀ ଦେଇପାରିବୁ । ତଥାପି ଆମେ ଜିତି ପାରିବୁ ନାହିଁ । ସେଥିପାଇଁ କାହିଁକି ପ୍ରାର୍ଥର୍ୀ ଦେବୁ । ସେ ନେଇ ଶୀର୍ଷ ନେତୃତ୍ୱ ନିଷ୍ପତ୍ତିି ନେବେ । କାହାକୁ ସମର୍ଥନ କରିବୁକି ନାହିଁ ବସି ନିଷ୍ପତ୍ତି ନେବୁ ବୋଲି ସେ କହିଛନ୍ତିି । ସେ କହିଛନ୍ତି ଯେ, ବିଜେପି ଚାପ ପକେଇଲେ ବିଜେଡି ଦୁଇ ସିଟ ଛାଡି ଦେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ସରପଞ୍ଚଙ୍କ ଘର ଆଗରେ ବୋମାମାଡ଼

ସରପଞ୍ଚଙ୍କ ଘର ଆଗରେ ବୋମାମାଡ଼

Read More...

ଆଜି ମହାଶିବରାତ୍ରୀ,   ରାତି ୧୦ ଟାରେ ମହାଦ୍ୱୀପ ଉଠିବା ନେଇ ନୀତି ନର୍ଘଣ୍ଟ

ଆଜି ମହାଶିବରାତ୍ରୀ, ରାତି ୧୦ ଟାରେ ମହାଦ୍ୱୀପ ଉଠିବା ନେଇ ନୀତି ନର୍ଘଣ୍ଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page