ଦୋକାନୀଙ୍କୁ ହତ୍ୟା

February 19, 2020, ଓଡ଼ିଶା, , Anupambharat News Bureau


ଦୋକାନୀଙ୍କୁ ହତ୍ୟା
Anupambharat News Bureau
February 19, 2020

କଟକ,୧୯ା୨(ଅନୁପମ ମିଡ଼ିଆ): ଜଗତପୁର ଅଞ୍ଚଳ ଅପରାଧୀଙ୍କ ଅମରାବତୀ ପାଲଟିଛି । ଲୁଟପାଟ୍‌ ସହିତ ଦିନଦ୍ୱିିପହରରେ ହତ୍ୟାକାଣ୍ଡ ଘଟାଇବାକୁ ପଛାଉନାହାନ୍ତି ଅପରାଧୀ । ଜଗତପୁର ଅଞ୍ଚଳରେ ଆଜି ଭୋରୁ ଭୋରୁ ଘଟିଛି ଏକ ହତ୍ୟାକାଣ୍ଡ । ଜଣେ ଫାଷ୍ଟଫୁଡ୍‌ ଦୋକାନୀଙ୍କୁ ଦୁର୍ବୃତ୍ତ ମାନେଅତି ଅମାନୁଷିକ ଭାବରେ ହାଣି ହତ୍ୟା କରିଛନ୍ତି । ମୃତକ ଜଣକ ପାଗା ଲକ୍ଷ୍ମୀନାରାଣପୁର ଗ୍ରାମର କ୍ଷୀର ଭୋଇ(୪୦) । ଖବର ପାଇ ଜଗତପୁର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ ସହ ଘଟଣାର ତଦନ୍ତ ଜାରି ରଖିଛି । ମିଳିଥିବା ଖବର ଅନୁଯାୟୀ, ପାଗା ହାଟ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନପାଖରେ କ୍ଷୀର ଭୋଇ ଏକ ଚାଳିଆ କରି ସେଠାରେ ବ୍ୟବସାୟ କରନ୍ତି । ସେ’ ଦିନରେ ପାନବ୍ୟବସାୟ କରିବା ସହିତ ସନ୍ଧ୍ୟାରେ ଫାଷ୍ଟଫୁଡ୍‌ ଦୋକାନକରିଥାନ୍ତି । ତେବେ ବୁଧବାର ସକାଳେ ସେହି ଚାଳିଆ ଭିତରେ ତାଙ୍କର ରକ୍ତାକ୍ତ ମୃତଦେହ ପଡିଥିବାର ଦେଖିବାକୁ ମଳିଥିଲା । ଖବର ପାଇ ଜଗତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲକୁ ପଠାଇଛି । ଦୁର୍ବୃତ୍ତମାନେ ଧାରୁଆ ମାରଣାସ୍ତ୍ରରେ ଏକାଧିକ ବାର ଆକ୍ରମଣ କରିବାରୁ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିଲା ବେଳେ ମୁହଁ ସମ୍ପୂର୍ଣ୍ଣ ବିକୃତ ହୋଇଯାଇଛି । ଏହି ନାରକୀୟ ହତ୍ୟାକାଣ୍ଡ ଭୋର ପ୍ରାୟ ୪ଟା ସମୟରେ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ନିଶାସକ୍ତ
ଅବସ୍ଥାରେ ଥିବା କିଛି ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଥିବା ପୋଲିସ ସନ୍ଦେହ କରୁଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଉକ୍ତ ବିଦେଶୀ ମଦ ଦୋକାନ ବିଳମ୍ବିତ ରାତି ଯାଏ ଖୋଲା ରହୁଛି । ଫଳରେ ରାତି ସାରା ସେଠାରେ ନିଶାଡି ତଥା ଅସାମାଜିକଙ୍କ ଆଡïା ଜମୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ଯାହା ହତ୍ୟାକାଣ୍ଡର ଅନ୍ୟ ଏକ କାରଣ ହୋଇଥାଇ ପାରେ ପୋଲିସ ଅନୁମାନ କରୁଛି । ପୋଲିସ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରି ଛାନଭିନ କରିବା ସହ କିଛି ଲୋକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନ,  ବିଜେଡ଼ିର ବାଜିମାତ,  ବିଜେପି-କଂଗ୍ରେସର କ୍ରସ ଭୋଟିଂ

ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନ, ବିଜେଡ଼ିର ବାଜିମାତ, ବିଜେପି-କଂଗ୍ରେସର କ୍ରସ ଭୋଟିଂ

Read More...

ଅଭିବୃଦ୍ଧି ହାର କମିଲା, ବାତ୍ୟା, କୃଷି ଉପିାଦନ ଏବଂ ଖଣି ରାଜସ୍ୱ ହ ୍ରାସକୁ ଦାୟୀ

ଅଭିବୃଦ୍ଧି ହାର କମିଲା, ବାତ୍ୟା, କୃଷି ଉପିାଦନ ଏବଂ ଖଣି ରାଜସ୍ୱ ହ ୍ରାସକୁ ଦାୟୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page