ବଢୁଛି ତାପମାତ୍ରା

February 18, 2020, ଦେଶ, , Anupambharat News Bureau


ବଢୁଛି ତାପମାତ୍ରା
Anupambharat News Bureau
February 18, 2020

ଭୁବନେଶ୍ୱର, ୧୭ ।୨(ଅନୁପମ ମିଡିଆ): ରାଜ୍ୟରୁ ଶୀତ ଉଭାନ ହେବାରେ ଲାଗିଛି । ମାନ ତାପମାତ୍ରା ବଢିବାରେ ଲାଗିଛି । ପ୍ରତିଦିନ ପ୍ରାୟ ୧ ରୁ ୨ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଉଛି । ଆଗାମୀ ୨୦ ତାରିଖ ବେଳକୁ ରାଜ୍ୟରେ ଦିନର ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢ଼ିବା ନେଇ ସୋମବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡୁ୍ୟଟି ଅଫିସର ଅଜୟ କୁମାର ନାୟକ ସୂଚନା ଦେଇଛନ୍ତି ଯେ ସୂର୍ଯ୍ୟଙ୍କ ଉତ୍ତରାୟଣ ଯୋଗୁ ତାପମାତ୍ରା ବୃଦ୍ଧି ପାଉଛି । ଅନ୍ୟପକ୍ଷରେ ରାଜ୍ୟର ୭ ଟି ଜିଲ୍ଲାକୁ ଘନ କୁହୁଡ଼ି ଦେଖାଦେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲା ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର, ପାରାଦୀପ ଓ ପୁରୀରେ ଘନ କୁହୁଡ଼ିର ପ୍ରକୋପ ଦେଖବାକୁ ମିଳିଥିଲା । ସେହିପରି ମାଲକାନଗିରି ଜିଲ୍ଲାର ସର୍ବାଧିକ ତାପମାତ୍ରା ୩୫.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ଅନୁଗୁଳ ଜିଲ୍ଲା ୧୦.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ବୋଲି ନାୟକ ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଭିବୃଦ୍ଧି ହାର କମିଲା, ବାତ୍ୟା, କୃଷି ଉପିାଦନ ଏବଂ ଖଣି ରାଜସ୍ୱ ହ ୍ରାସକୁ ଦାୟୀ

ଅଭିବୃଦ୍ଧି ହାର କମିଲା, ବାତ୍ୟା, କୃଷି ଉପିାଦନ ଏବଂ ଖଣି ରାଜସ୍ୱ ହ ୍ରାସକୁ ଦାୟୀ

Read More...

ମାର୍ଚ୍ଚ ୩ରେ ଚାରି ଦୋଷୀଙ୍କୁ ଫାଶୀ

ମାର୍ଚ୍ଚ ୩ରେ ଚାରି ଦୋଷୀଙ୍କୁ ଫାଶୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page