ସୈଫ ପଦ୍ମ ପୁରସ୍କାର ଫେରାଇବାକୁ ଚାହିଁଥିଲେ

May 16, 2019, ଦେଶ, , Anupambharat News Bureau


ସୈଫ ପଦ୍ମ ପୁରସ୍କାର ଫେରାଇବାକୁ ଚାହିଁଥିଲେ
Anupambharat News Bureau
May 16, 2019

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସୈଫ୍‌ ଅଲୀ ଖାନ୍‌ ଭାରତ ସରକାରଙ୍କ ପକ୍ଷରୁ ପାଇଥିବା ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ଚାହୁଁଥିଲେ । ତାଙ୍କୁ ୨୦୧୦ରେ ସିନେମା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ମିଳିଥିଲା । ହେଲେ ତାଙ୍କ ବାପା ଦିବଂଗତ ମନସୁର ଅଲୀ ଖାନ୍‌ ପଟୌଦିଙ୍କ ଆପତ୍ତି ଯୋଗୁ ସେ ଏହାକୁ ଫେରାଇ ନଥିଲେ ।
ଅରବାଜ ଖାନଙ୍କୁ ଚାଟ୍‌ ଶୋ’ ପିଞ୍ଚ ସମୟରେ କିଛି ଟ୍ୱିଟର ବ୍ୟବହାର କରି ସୈଫଙ୍କ ସମ୍ପର୍କରେ ଅବାନ୍ତର କଥା କହିଥିଲେ । ଜଣେ ଟ୍ୱିଟର ବ୍ୟବହାରକାରୀ କହିଥିଲେ ଯେ, ଟଙ୍କା ଦେଇ ପଦ୍ମଶ୍ରୀ କିଣିଥିବା ସୈଫ୍‌ ତାଙ୍କ ପୁଅର ନାଁ ତୈମୁର ରଖିଛନ୍ତି । ଏପରି କି ସେ କିଛି ଲୋକଙ୍କ ରେଷ୍ଟୁରାଣ୍ଟରେ ମାଡ଼ ମାରିଥିଲେ । ଏପରି ସ୍ଥିତିରେ ସେ କେମିତି ସାକ୍ରେଡ୍‌ ଗେମ୍ସରେ ଅଭିନୟ କଲେ ?
ଏହା ଉପରେ ପ୍ରତିକ୍ରିୟା ଦେଇ ସୈଫ୍‌ କହିଛନ୍ତି, ମୁଁ କୌଣସି ପ୍ରକାରର ପଦ୍ମଶ୍ରୀ ପୁରସ୍କାର କିଣି ନାହିଁ । ଟଙ୍କା ଦେଇ ପଦ୍ମ ପୁରସ୍କାର କିଣିବା ସମ୍ଭବ ନୁହେଁ । ଭାରତ ସରକାରଙ୍କୁ ଲାଞ୍ଚ ଦେବା ମୋ କ୍ଷମତା ବାହାରେ । ଏ ସମ୍ପର୍କରେ ଆପଣ ଅନ୍ୟ ବରିଷ୍ଠ ଲୋକଙ୍କୁ ପଚାରି ପାରିବେ । ମୁଁ ଭାବୁଛି ପଦ୍ମଶ୍ରୀ ଗ୍ରହଣ କରିବା ଠିକ୍‌ ନଥିଲା । ମୋ ଠାରୁ ଅନେକ ବରିଷ୍ଠ କଳାକାର ରହିଛନ୍ତି । ସେମାନେ ଆଜି ଯାଏ ପଦ୍ମ ପୁରସ୍କାର ପାଇନାହାନ୍ତି । ଏପରି ସ୍ଥଳରେ ମୋତେ ପଦ୍ମ ପୁରସ୍କାର ମିଳିବା ଲଜ୍ଜାଜନକ । ମୁଁ ଏପରି ସ୍ଥିତିରେ ପଦ୍ମ ପୁରସ୍କାର ଫେରାଇବାକୁ ଚାହିଁଥିଲି । କି;ୁ ମୋ ବାପା ହିଁ ମୋତେ ଏପରି କରିବାକୁ ମନା କରିଥିଲେ । ତେଣୁ ମୁଁ ଭାରତ ସରକାରଙ୍କୁ ଏହା ଫେରାଇ ନଥିଲି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିରଳ ଅସ୍ତ୍ରୋପଚାର: ବ୍ୟକ୍ତିଙ୍କ ପେଟରୁ ବାହାରିଲା ୧୧୬ କଣ୍ଟା

ବିରଳ ଅସ୍ତ୍ରୋପଚାର: ବ୍ୟକ୍ତିଙ୍କ ପେଟରୁ ବାହାରିଲା ୧୧୬ କଣ୍ଟା

Read More...

ବ୍ରହ୍ମକମଳ ଦେଖିବାକୁ ଭିଡ଼

ବ୍ରହ୍ମକମଳ ଦେଖିବାକୁ ଭିଡ଼

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page